ଦୁବାଇ ରାଜାଙ୍କ ମହଙ୍ଗା ତଲାକ୍: ଛାଡ଼ପତ୍ର ପାଇଁ ଦେବେ ୫୫୦୦ କୋଟି
ଲଣ୍ଡନ: ଦୁବାଇ ରାଜା ଶେଖ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ପତ୍ନୀ ରାଜକୁମାରୀ ହୟାଙ୍କଠାରୁ ତଲାକ ନେଇଛନ୍ତି। ଏଥିପାଇଁ ସେ ରାଜକୁମାରୀଙ୍କୁ ୫୫୦୦ କୋଟି ଟଙ୍କା (୫୫୪ ମିଲିୟନ ପାଉଣ୍ଡ) ପ୍ରଦାନ କରିବେ । ବ୍ରିଟେନ ହାଇକୋର୍ଟ ରାଜାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଛାଡପତ୍ର ଏବଂ ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ରାଜାଙ୍କୁ ଏହି ଅର୍ଥ ଦେବାକୁ ପଡିବ। ଏହା ବ୍ରିଟେନ ଇତିହାସର ସବୁଠାରୁ ବଡ଼ ବିବାହ ବିଚ୍ଛେଦ ମଧ୍ୟରୁ […]
ଲଣ୍ଡନ: ଦୁବାଇ ରାଜା ଶେଖ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ପତ୍ନୀ ରାଜକୁମାରୀ ହୟାଙ୍କଠାରୁ ତଲାକ ନେଇଛନ୍ତି। ଏଥିପାଇଁ ସେ ରାଜକୁମାରୀଙ୍କୁ ୫୫୦୦ କୋଟି ଟଙ୍କା (୫୫୪ ମିଲିୟନ ପାଉଣ୍ଡ) ପ୍ରଦାନ କରିବେ । ବ୍ରିଟେନ ହାଇକୋର୍ଟ ରାଜାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ, ଛାଡପତ୍ର ଏବଂ ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ରାଜାଙ୍କୁ ଏହି ଅର୍ଥ ଦେବାକୁ ପଡିବ। ଏହା ବ୍ରିଟେନ ଇତିହାସର ସବୁଠାରୁ ବଡ଼ ବିବାହ ବିଚ୍ଛେଦ ମଧ୍ୟରୁ ଅନ୍ୟତମ। ଜୋର୍ଡାନର ପୂର୍ବତନ ରାଜା ହୁସେନଙ୍କ ଝିଅ ହେଉଛନ୍ତି ରାଜକୁମାରୀ ହୟା । ହାଇକୋର୍ଟ ବିଚାରପତି ଫିଲିପ ମୁର କହିଛନ୍ତି ଯେ ହୟା ଏବଂ ତାଙ୍କୁ ପିଲାମାନେ ଆତଙ୍କବାଦ ତଥା ଅପହରଣ ଭଲି ବିପଦର ସାମ୍ନା କରିପାରନ୍ତି। ତେଣୁ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବା ଜରୁରୀ। ବ୍ରିଟେନରେ ସେମାନଙ୍କୁ ସ୍ଵତନ୍ତ୍ର ସରୁକ୍ଷା ଦରକାର।
ଓକିଲଙ୍କ ଅନୁଯାୟୀ, ରାଜା ଏକାଥରକେ ୨୫୦୦ କୋଟି ଟଙ୍କା(୨୫୧.୫ ମିଲିୟନ ପାଉଣ୍ଡ) ପ୍ରଦାନ କରିବେ । ରାଜକୁମାରୀଙ୍କୁ ୨ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ୨୯୦୦ କୋଟି ଟଙ୍କା(୨୯୦ ମିଲିୟନ ପାଉଣ୍ଡ) ସିକ୍ୟୁରିଟି ଭାବେ ବ୍ୟାଙ୍କରେ ଜମା କରିବେ । ଏହା ବ୍ୟତୀତ ଶିଶୁ ବଡ଼ ହେଲେ ପ୍ରତିବର୍ଷ ୧୧୨ କୋଟି ଟଙ୍କା(୧୧.୨ ମିଲିୟନ ଡଲାର) ଦେବାକୁ ପଡିବ। ରାଜକୁମାରୀ ଛାଡପତ୍ର ପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କା (୧.୪ ବିଲିୟନ ଡଲାର) ଦାବି କରିଥିଲେ।