ଅସହ୍ୟ ହେଲାଣି ଦରଦାମ୍‌ ବୃଦ୍ଧି: ପରିବାର ଚଳାଇବାକୁ ସଂଘର୍ଷ କରୁଛନ୍ତି ୪୫ ପ୍ରତିଶତ ମଧ୍ୟବିତ୍ତ

The Sakala Picture
Published On

ନୂଆଦିଲ୍ଲୀ: ବଜାର ଦରର ମହଙ୍ଗା ମାଡ଼ରେ ଖାଉଟି ନୟାନ୍ତ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକ ଦରଦାମରେ ଅତିଷ୍ଠ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଶିକ୍ଷା ସବୁ କ୍ଷେତ୍ରରେ ବଢ଼ି ଚାଲିଥିବା ଖର୍ଚ୍ଚକୁ ନେଇ ସାଧାରଣ ଉପଭୋକ୍ତା ତ୍ରାହିତ୍ରାହି ଡାକୁଛନ୍ତି। ଗରିବ ଲୋକମାନଙ୍କୁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଥିଲେ ହେଁ ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଡ଼ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଉଚ୍ଚ ବଜାର ଦର ଯୋଗୁଁ ୩ ବର୍ଷରେ ଭାରତୀୟଙ୍କ […]

ନୂଆଦିଲ୍ଲୀ: ବଜାର ଦରର ମହଙ୍ଗା ମାଡ଼ରେ ଖାଉଟି ନୟାନ୍ତ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକ ଦରଦାମରେ ଅତିଷ୍ଠ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଶିକ୍ଷା ସବୁ କ୍ଷେତ୍ରରେ ବଢ଼ି ଚାଲିଥିବା ଖର୍ଚ୍ଚକୁ ନେଇ ସାଧାରଣ ଉପଭୋକ୍ତା ତ୍ରାହିତ୍ରାହି ଡାକୁଛନ୍ତି। ଗରିବ ଲୋକମାନଙ୍କୁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଥିଲେ ହେଁ ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଡ଼ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଉଚ୍ଚ ବଜାର ଦର ଯୋଗୁଁ ୩ ବର୍ଷରେ ଭାରତୀୟଙ୍କ ପାରିବାରିକ ଖର୍ଚ୍ଚ ୩୩ ପ୍ରତିଶତ ବୃଦ୍ଧି ପାଇଛି ଓ ୪୫% ଭାରତୀୟ ପରିବାର ଘର ଚଳାଇବାକୁ ପ୍ରତିଦିନ ସଂଘର୍ଷ କରୁଛନ୍ତି। ମୂଲ୍ୟ ବୃଦ୍ଧିଜନିତ ସମସ୍ୟାର ମୁକାବିଲା କରିବା ପାଇଁ ମଧ୍ୟବିତ୍ତ ପରିବାରଗୁଡ଼ିକ ଖର୍ଚ୍ଚକାଟ କରୁଛନ୍ତି ଓ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକର ସଞ୍ଚୟ ହ୍ରାସ ପାଇଛି। ଜୁନ୍‌ ୨୦୨୨ରେ ଦେଶର ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୨,୭୧୧ ଟଙ୍କା ଥିବାବେଳେ ୨୦୨୫ ମାର୍ଚ୍ଚ ମାସରେ ଏହା ବୃଦ୍ଧି ପାଇ ୭୩,୫୭୯ଟଙ୍କାରେ ପହଞ୍ଚିଛି। ସେହିପରି ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ହାରାହାରି ତ୍ରୈମାସିକ ଖର୍ଚ୍ଚ ଜୁନ୍‌ ୨୦୨୨ରେ ୩୬୧୦୪ ଟଙ୍କା ଥିବାବେଳେ ମାର୍ଚ୍ଚ ୨୦୨୫ରେ ଏହା ୪୬୬୨୩ ଟଙ୍କାରେ ପହଞ୍ଚିଛି। ପାରିବାରିକ ଖର୍ଚ୍ଚକୁ ନେଇ ୱାର୍ଲ୍ଡ ପ୍ୟାନେଲ ସର୍ଭେ ପ୍ରକାଶ କରିଛି ଏପରି ତଥ୍ୟ।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ

‘ୱାର୍ଲ୍ଡପ୍ୟାନେଲ୍‌ ବାଇ ନ୍ୟୁମେରେଟର୍‌‘ ରିପୋର୍ଟ ଅନୁସାରେ ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ସହରାଞ୍ଚଳରେ ବସବାସ କରୁଥିବା ଭାରତୀୟ ପରିବାରଗୁଡିକର ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଖର୍ଚ୍ଚ ବୃଦ୍ଧି ପାଇଥିଲେ ହେଁ ସେମାନେ ଏହାକୁ ଏଡ଼ାଇବାକୁ ବିଳାସପୂର୍ଣ୍ଣ ସାମଗ୍ରୀ ଓ ପ୍ରିମିୟମ ଉତ୍ପାଦଗୁଡ଼ିକରେ କରୁଥିବା ବ୍ୟୟକୁ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଯାହାର ନକରାତ୍ମକ ପ୍ରଭାବ ବଜାର ଉପରେ ପଡ଼ୁଛି ।

ଆହୁରି ପଢ଼ନ୍ତୁ: Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌

ପାରିବାରିକ ଖର୍ଚ୍ଚ ବୃଦ୍ଧି ଲୋକଙ୍କ ଗ୍ରାହକ ବା ଉପଭୋକ୍ତା ଭାବନାକୁ ଦୁର୍ବଳ କରିଛି। ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଗ୍ରାହକ ଆତ୍ମବିଶ୍ୱାସ ସୂଚକାଙ୍କ ଗତ ଏକ ବର୍ଷ ମଧ୍ୟରେ ୩%ରୁ ଊର୍ଦ୍ଧ୍ବ ହ୍ରାସ ପାଇଛି। ୨୦୨୪ ମାର୍ଚ୍ଚରେ ଦେଶରେ ଉପଭୋକ୍ତା ଆତ୍ମବିଶ୍ୱାସ ସୂଚକାଙ୍କ ୯୮.୫% ରହିଥିବାବେଳେ ୨୦୨୫ ମେ ମାସରେ ଏହା ୯୫.୪%କୁ ଖସିଥବିା ଦେଖାଯାଇଛି। ଦେଶର ୫୯%ରୁ ଊର୍ଦ୍ଧ୍ବ ପରିବାର ଆଗାମୀ କେଇମାସ ମଧ୍ୟରେ ସେମାନଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ ନାହିଁ ବୋଲି ଆଶଙ୍କା କରୁଛନ୍ତି ଓ ୩୦% ଲୋକ ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ଭବିଷ୍ୟତରେ ଅଧିକ ଖରାପ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାଣି ବେଲୁନ୍‌ରୁ ମହାଭାରତ! ରାସ୍ତା ମଝିରେ ଫିଲ୍ମି ଷ୍ଟାଇଲ୍ ମାରପିଟ୍

ଅପରପକ୍ଷରେ ଦେଶର ଉପଭୋକ୍ତାମାନେ ଏବେ ସେମାନଙ୍କର ଆୟର ପ୍ରମୁଖ ଅଂଶ ଶିକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଓ ଋଣ ପରିଶୋଧ ନିମନ୍ତେ ବ୍ୟୟ କରୁଛନ୍ତି । ସେମାନଙ୍କ ପାଖରେ ସଞ୍ଚୟ ପାଇଁ କମ୍‌ ଅର୍ଥ ରହୁଛି । ଯଦି ଭବିଷ୍ୟତରେ ଅଧିକ ଆୟ ହୁଏ ତେବେ ୫୪ ପ୍ରତିଶତ ପରିବାର ସଞ୍ଚୟ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମତ ଦେଇଥିବାବେଳେ ୩୮% ପରିବାର ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ଏହାକୁ ଖର୍ଚ୍ଚ କରିବେ ବୋଲି ମତ ଦେଇଛନ୍ତି। ଅନ୍ୟପକ୍ଷରେ ମାତ୍ର ୭% ପରିବାର ଅଧିକ ଆୟକୁ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ ନିମନ୍ତେ ବ୍ୟବହାର କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।

ଏ ପ୍ରସଙ୍ଗରେ ୱାର୍ଲ୍ଡପ୍ୟାନେଲ୍‌ ବାଏ ନ୍ୟୁମେରେଟରର ଦକ୍ଷିଣ ଏସିଆର ପରିଚାଳନା ନିର୍ଦ୍ଦେଶକ କେ ରାମକ୍ରିଷ୍ଣନ୍‌ କହିଛନ୍ତି ଯେ ଦେଶର ସହରୀ ଏବଂ ଗ୍ରାମୀଣ ଉଭୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଏବଂ ଅଧିକାଂଶ ପରିବାର ଅତ୍ୟାବଶ୍ୟକ ଜିନିଷ, ସଞ୍ଚୟ ଏବଂ ଋଣ ପରିଶୋଧକୁ ପ୍ରାଥମିକତା ଦେଉଛନ୍ତି। ସେମାନଙ୍କ ପାଇଁ ପରିବାରର ଖର୍ଚ୍ଚ ଭରଣା କରିବା ପ୍ରାଥମିକତା ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp