ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ୨୧ ତୋପ ସଲାମୀ ପରେ ରାଜପଥରେ ଚାଲିଛି ଭବ୍ୟ ପରେଡ

The Sakala Picture
Published On

ନୂଆଦିଲ୍ଲୀ : ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମଗ୍ର ଭାରତବର୍ଷ ଉତ୍ସବ ମୁଖରିତ ହୋଇଉଠିଛି । କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଏହି କ୍ରମରେ ଦିଲ୍ଲୀର ରାଜପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୩୩ ଫିଲ୍ଡ ରେଜିମେଣ୍ଟ ପକ୍ଷରୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ […]

ନୂଆଦିଲ୍ଲୀ : ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମଗ୍ର ଭାରତବର୍ଷ ଉତ୍ସବ ମୁଖରିତ ହୋଇଉଠିଛି । କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଏହି କ୍ରମରେ ଦିଲ୍ଲୀର ରାଜପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୩୩ ଫିଲ୍ଡ ରେଜିମେଣ୍ଟ ପକ୍ଷରୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହାପରେ ସେ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ନିଜେ ବିଛାଇଥିବା ମାଇନ୍ସ ଖୋଜି ପାଉନାହିଁ ଇରାନ: ଆମେରିକାର ବଡ଼ ଦାବି

ସାଧାରଣତନ୍ତ୍ରର ଦିବସରେ ଆୟୋଜିତ ଏହି ଭବ୍ୟ ପରେଡକୁ ପୂରା ବିଶ୍ୱ ଦେଖୁଛି । ଆଉ ଏହି ପରେଡ ମାଧ୍ୟମରେ ପୂରା ଦୁନିଆ ଦେଖୁଛି ଭାରତର ଶୌର୍ଯ୍ୟ ଓ ସାର୍ମଥ୍ୟ । ଏହାସହ ପରେଡରେ ବିଭିନ୍ନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିବାରୁ ପୂରା ବିଶ୍ୱ ଭାରତୀୟ ସଂସ୍କୃତିର ଝଲକ ମଧ୍ୟ ଦେଖୁଛି ।ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ କଟକଣା ଭିତରେ ପାଳନ ହେଉଛି । ପାରମ୍ପରିକ ଭାବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ, କିନ୍ତୁ ଏଥର କୁହୁଡି ଯୋଗୁଁ ସମାରୋହ ସାଢେ ୧୦ଟାରୁ ଆରମ୍ଭ ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ପରେଡ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ୫ ହଜାରୁ ୮ ହଜାର ଲୋକଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଛି।

୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିନଥିଲା । ଏଥିସହ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କର କୋଭିଡ ଟିକାକରଣ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦିଲ୍ଲୀରେ ଜାତୀୟସ୍ତରୀୟ ପରେଡ ଉତ୍ସବ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୨୭ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ୭୧ ଡିସିପି, ୨୧୩ ଏସିପି ଓ ୭୫୩ ଇନସ୍ପେକ୍ଟରଙ୍କୁ ମୁତୟନ କରାଯାଇଛି । ଏମାନଙ୍କୁ ସହାୟତା କରୁଛନ୍ତି ସିଆରପିଏଫର ୬୫ କମ୍ପାନି ଫୋର୍ସ । ଇଣ୍ଡିଆ ଗେଟ୍, ଅମର ଯବାନ ଜ୍ୟୋତି, ରାଜପଥ, ବିଜୟ ଚୌକ ସମେତ ଆଖପାଖ ଅଂଚଳରେ ଟ୍ରାଫିକ କଟକଣା ଲଗା ଯାଇଛି । ସାରା ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପରେଡ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି

26 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର