ନିୟମ ନ ମାନିବା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ: ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ

The Sakala Picture
Published On

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ଵିତୀୟ ଲହର ଏତେ ସାଂଘାତିକ ରୂପ ନେଇଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା କବଳରୁ ମୁକ୍ତି ପାଉନାହାନ୍ତି। ଏପରିକି ଟିକା ନେଇସାରିବା ପରେ ମଧ୍ୟ ଅନେକ ସଂକ୍ରମଣର ଶିକାର ହେବା ଦେଖାଯାଉଛି। ତେବେ ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ […]

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ଵିତୀୟ ଲହର ଏତେ ସାଂଘାତିକ ରୂପ ନେଇଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା କବଳରୁ ମୁକ୍ତି ପାଉନାହାନ୍ତି। ଏପରିକି ଟିକା ନେଇସାରିବା ପରେ ମଧ୍ୟ ଅନେକ ସଂକ୍ରମଣର ଶିକାର ହେବା ଦେଖାଯାଉଛି। ତେବେ ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

ଏବେ ସଂକ୍ରମଣ ବଢିବାର ଅନେକ କାରଣ ଥାଇପାରେ। କିନ୍ତୁ କରୋନା ନିୟମ ନମାନିବା ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ଜାନୁଆରୀ ଶେଷ ଭାଗ ଆଡକୁ ଦେଶରେ ଟିକାକରଣ ଆରମ୍ଭ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଲା। ହେଲେ ଏହାକୁ ଆଳ କରି ସାଧାରଣରେ ଲୋକେ କୋଭିଡ୍ ନିୟମ ପାଳନ କରିବା ବନ୍ଦ କରି ଦେଲେ। ବର୍ତ୍ତମାନ ଡବଲ ମ୍ୟୁଣ୍ଟାଣ୍ଟ ଭୂତାଣୁ ଦ୍ବାରା ସଂକ୍ରମଣ ବଢୁଥିବା ବେଳେ ଏହା ପୂର୍ବାପେକ୍ଷା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବୋଲି ଡ. ଗୁଲେରିଆ କହିଛନ୍ତି। କିନ୍ତୁ ଆମକୁ ଯେମିତି ହେଲେ ସଂକ୍ରମିତଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ପଡିବ ବୋଲି ଗୁଲେରିଆ କହିଛନ୍ତି। ବର୍ତ୍ତମାନ ଅନେକ ପାର୍ବଣ ପାଳନ କରାଯାଉଛି। ସେପଟେ ନିର୍ବାଚନ ମଧ୍ୟ ଚାଲିଛି। କିନ୍ତୁ ଆମ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ଭାବିବାକୁ ପଡ଼ିବ। ତେଣୁ ସବୁକିଛି ମଧ୍ୟରେ କଟକଣାକୁ ଠିକଣା ଭାବେ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

18 Apr 2021 By The Sakala

ନିୟମ ନ ମାନିବା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ: ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ଵିତୀୟ ଲହର ଏତେ ସାଂଘାତିକ ରୂପ ନେଇଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା କବଳରୁ ମୁକ୍ତି ପାଉନାହାନ୍ତି। ଏପରିକି ଟିକା ନେଇସାରିବା ପରେ ମଧ୍ୟ ଅନେକ ସଂକ୍ରମଣର ଶିକାର ହେବା ଦେଖାଯାଉଛି। ତେବେ ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।

ଏବେ ସଂକ୍ରମଣ ବଢିବାର ଅନେକ କାରଣ ଥାଇପାରେ। କିନ୍ତୁ କରୋନା ନିୟମ ନମାନିବା ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ଜାନୁଆରୀ ଶେଷ ଭାଗ ଆଡକୁ ଦେଶରେ ଟିକାକରଣ ଆରମ୍ଭ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଲା। ହେଲେ ଏହାକୁ ଆଳ କରି ସାଧାରଣରେ ଲୋକେ କୋଭିଡ୍ ନିୟମ ପାଳନ କରିବା ବନ୍ଦ କରି ଦେଲେ। ବର୍ତ୍ତମାନ ଡବଲ ମ୍ୟୁଣ୍ଟାଣ୍ଟ ଭୂତାଣୁ ଦ୍ବାରା ସଂକ୍ରମଣ ବଢୁଥିବା ବେଳେ ଏହା ପୂର୍ବାପେକ୍ଷା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବୋଲି ଡ. ଗୁଲେରିଆ କହିଛନ୍ତି। କିନ୍ତୁ ଆମକୁ ଯେମିତି ହେଲେ ସଂକ୍ରମିତଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ପଡିବ ବୋଲି ଗୁଲେରିଆ କହିଛନ୍ତି। ବର୍ତ୍ତମାନ ଅନେକ ପାର୍ବଣ ପାଳନ କରାଯାଉଛି। ସେପଟେ ନିର୍ବାଚନ ମଧ୍ୟ ଚାଲିଛି। କିନ୍ତୁ ଆମ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ଭାବିବାକୁ ପଡ଼ିବ। ତେଣୁ ସବୁକିଛି ମଧ୍ୟରେ କଟକଣାକୁ ଠିକଣା ଭାବେ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର