ପଞ୍ଜାବ ରାସ୍ତାରେ ଦୌଡୁଛି ରାଫେଲ

The Sakala Picture
Published On

ଚଣ୍ଡିଗଡ : ପଞ୍ଜାବ ରାସ୍ତାରେ ବି ରାଫେଲ ଦୌଡୁଛି। ଏମିତି ଏକ କଥା ଶୁଣି ଯେକୌଣସି ବ୍ୟକ୍ତି ବିସ୍ମୟରେ ପଡିପାରନ୍ତି। କାରଣ ରାଫେଲ ତ ଉଡିବା କଥା:ପୁଣି ଦୌଡିବ କେମିତି। ବାସ୍ତବରେ ଆମେ ଯେଉଁ ରାଫେଲ କଥା କହୁଛି ତାହା ଫ୍ରାନ୍ସରୁ ଆସିଥିବା ରାଫେଲ ନୁହେଁ। ବରଂ ଏହା ଭଟିଣ୍ଡା ସହରର ରାମା ମଣ୍ଡିର ଜଣେ ବାସିନ୍ଦା ରାମ ପାଲ ବେନିୱାଲ (୬୦)ଙ୍କ ଦ୍ବାରା ନିର୍ମିତ ଏକ ସ୍ବତନ୍ତ୍ର ଯାନ। ରାଫେଲ ଯୁଦ୍ଧ ବିମାନ ଦ୍ବାରା ଅନୁପ୍ରାଣୀତ […]

ଚଣ୍ଡିଗଡ : ପଞ୍ଜାବ ରାସ୍ତାରେ ବି ରାଫେଲ ଦୌଡୁଛି। ଏମିତି ଏକ କଥା ଶୁଣି ଯେକୌଣସି ବ୍ୟକ୍ତି ବିସ୍ମୟରେ ପଡିପାରନ୍ତି। କାରଣ ରାଫେଲ ତ ଉଡିବା କଥା:ପୁଣି ଦୌଡିବ କେମିତି। ବାସ୍ତବରେ ଆମେ ଯେଉଁ ରାଫେଲ କଥା କହୁଛି ତାହା ଫ୍ରାନ୍ସରୁ ଆସିଥିବା ରାଫେଲ ନୁହେଁ। ବରଂ ଏହା ଭଟିଣ୍ଡା ସହରର ରାମା ମଣ୍ଡିର ଜଣେ ବାସିନ୍ଦା ରାମ ପାଲ ବେନିୱାଲ (୬୦)ଙ୍କ ଦ୍ବାରା ନିର୍ମିତ ଏକ ସ୍ବତନ୍ତ୍ର ଯାନ। ରାଫେଲ ଯୁଦ୍ଧ ବିମାନ ଦ୍ବାରା ଅନୁପ୍ରାଣୀତ ହୋଇ ସେ ଏହି ଯାନ ‘ପଞ୍ଜାବ ରାଫେଲ’କୁ ନିର୍ମାଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ କୁକୁର ବୁଲାଇବାକୁ ନେଇ ମହିଳାଙ୍କ ମଧ୍ୟରେ ହଙ୍ଗାମା

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହା ଦେଖିବାକୁ ଅବିକଳ ରାଫେଲ ଭଳି। ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ଏହି ଯାନର ଲମ୍ବ ୧୮ ଫୁଟ ଥିବାବେଳେ ଓସାର ୧୦ ଫୁଟ ଏବଂ ଉଚ୍ଚତା ୮ ଫୁଟ ରହିଛି। ପଞ୍ଜାବ ରାଫେଲ ଗୋଟିଏ ଲିଟର ପେଟ୍ରୋଲରେ ୭ କିମି ଗତି କରୁଛି। ଦଶମ ପାସ କରିନଥିବା ରାମ ପାଲ ଏହାକୁ ଡିଜାଇନ କରିବା ପାଇଁ ୪୫ ଦିନ ନେଇଥିଲେ। ଏହାର ଓଜନ ୮୦୦ କିଗ୍ରା ରହିଛି।

ଆହୁରି ପଢ଼ନ୍ତୁ: ନର୍ଦ୍ଧମା ଢାଙ୍କୁଣୀ ଚୋରି କଲେ ୫୦ ଲକ୍ଷ ଜରିମାନା! ପାକିସ୍ତାନ ସରକାର ଆଣିଲେ କଡ଼ା ଆଇନ

ଏଥିରେ ମାରୁତି ୮୦୦ କାରର ଇଞ୍ଜିନ ଏବଂ ଜିପର ଷ୍ଟିଅରିଂ ବ୍ୟବସ୍ଥା ଲାଗିଛି। ଏହି ରାଫେଲକୁ ନିର୍ମାଣ କରିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଜେଟର ନାମକୁ ସେ ରାମ ପାଲ ଏୟାରଲାଇନ ରଖିଛନ୍ତି। ରାମପାଲଙ୍କୁ ରାଫେଲର ନିର୍ମାଣରେ ୨ ଜଣ ସ୍ଥାନୀୟ ମେକାନିକ କୁଲଦୀପ ସିଂହ ଏବଂ ସେବକ ସିଂହ ସାହାଯ୍ୟ କରିଛନ୍ତି। ଲୁହା ଏବଂ ଷ୍ଟିଲ ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଛନ୍ତି। ରାଫେଲର ଆଗରେ ୨ଟି ଛୋଟ ଚକ ଏବଂ ପଛରେ ୨ଟି ବଡ ଚକ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp