ରାଜସ୍ଥାନ ହେଉ ‘କର୍ତ୍ତବ୍ୟସ୍ଥାନ’,ରାଜଭବନ ଗୁଡିକର ନାଁ ହେଉ କର୍ତ୍ତବ୍ୟ ଭବନ : ଶଶି ଥରୁର

The Sakala Picture
Published On

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। କେନ୍ଦ୍ର ସରକାର ନାମ ପରିବର୍ତ୍ତନ କରୁଥିବାକୁ ନେଇ ପ୍ରଶ୍ନ କରି ସେ କହିଛନ୍ତି ଯେଭଳି ରାଜପଥର ନାମ କର୍ତ୍ତବ୍ୟ ପଥରେ ପରିଣତ କଲେ ସେଭଳି ଦେଶର ସମସ୍ତ ରାଜଭବନର ନାମ କର୍ତ୍ତବ୍ୟ ଭବନ ନାମରେ ନାମିତ କରାଯିବା ଉଚିତ ନୁହେଁ କାହିଁକି? ସେ ଟ୍ୱିଟରରେ ଟ୍ୱିଟ କରି କହିଛନ୍ତି […]

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। କେନ୍ଦ୍ର ସରକାର ନାମ ପରିବର୍ତ୍ତନ କରୁଥିବାକୁ ନେଇ ପ୍ରଶ୍ନ କରି ସେ କହିଛନ୍ତି ଯେଭଳି ରାଜପଥର ନାମ କର୍ତ୍ତବ୍ୟ ପଥରେ ପରିଣତ କଲେ ସେଭଳି ଦେଶର ସମସ୍ତ ରାଜଭବନର ନାମ କର୍ତ୍ତବ୍ୟ ଭବନ ନାମରେ ନାମିତ କରାଯିବା ଉଚିତ ନୁହେଁ କାହିଁକି? ସେ ଟ୍ୱିଟରରେ ଟ୍ୱିଟ କରି କହିଛନ୍ତି ଯେ ସରକାର ଏତିକିରେ ଅଟକିଯିବା କଥା ନୁହେଁ ବରଂ ରାଜସ୍ଥାନର ନାମକୁ ପରିବର୍ତ୍ତନ କରି କର୍ତ୍ତବ୍ୟସ୍ଥାନ କରିଦେବା ଉଚିତ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର 'ପ୍ରତିଶୋଧ' ଆକ୍ରମଣ: ନଷ୍ଟ ହେଲା ଏୟାର ଡିଫେନ୍ସ ଏବଂ ଟେଲିକମ୍ ଟାୱାର

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୂର୍ବରୁ ରାଜପଥର ନାମ ପରିବର୍ତ୍ତନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ସୂଚନାଯୋଗ୍ୟ ସେପ୍ଟମ୍ବର ୮ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିବା କର୍ତ୍ତବ୍ୟପଥ ରାସ୍ତାକୁ ଉଦଘାଟନ କରିଛନ୍ତି। ଯାହା ପୂର୍ବରୁ ରାଜପଥ ନାମରେ ଜଣାଶୁଣା ରହିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ପ୍ରତୀକ ରାଜପଥ ଏବେ ଇତିହାସର ବିଷୟ ପାଲଟିଛି ଏବଂ ଏହାକୁ ସବୁଦିନ ପାଇଁ ଲିଭାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଉ ଏକ ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

11 Sep 2022 By The Sakala

ରାଜସ୍ଥାନ ହେଉ ‘କର୍ତ୍ତବ୍ୟସ୍ଥାନ’,ରାଜଭବନ ଗୁଡିକର ନାଁ ହେଉ କର୍ତ୍ତବ୍ୟ ଭବନ : ଶଶି ଥରୁର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। କେନ୍ଦ୍ର ସରକାର ନାମ ପରିବର୍ତ୍ତନ କରୁଥିବାକୁ ନେଇ ପ୍ରଶ୍ନ କରି ସେ କହିଛନ୍ତି ଯେଭଳି ରାଜପଥର ନାମ କର୍ତ୍ତବ୍ୟ ପଥରେ ପରିଣତ କଲେ ସେଭଳି ଦେଶର ସମସ୍ତ ରାଜଭବନର ନାମ କର୍ତ୍ତବ୍ୟ ଭବନ ନାମରେ ନାମିତ କରାଯିବା ଉଚିତ ନୁହେଁ କାହିଁକି? ସେ ଟ୍ୱିଟରରେ ଟ୍ୱିଟ କରି କହିଛନ୍ତି ଯେ ସରକାର ଏତିକିରେ ଅଟକିଯିବା କଥା ନୁହେଁ ବରଂ ରାଜସ୍ଥାନର ନାମକୁ ପରିବର୍ତ୍ତନ କରି କର୍ତ୍ତବ୍ୟସ୍ଥାନ କରିଦେବା ଉଚିତ ।

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୂର୍ବରୁ ରାଜପଥର ନାମ ପରିବର୍ତ୍ତନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି।

ସୂଚନାଯୋଗ୍ୟ ସେପ୍ଟମ୍ବର ୮ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିବା କର୍ତ୍ତବ୍ୟପଥ ରାସ୍ତାକୁ ଉଦଘାଟନ କରିଛନ୍ତି। ଯାହା ପୂର୍ବରୁ ରାଜପଥ ନାମରେ ଜଣାଶୁଣା ରହିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ପ୍ରତୀକ ରାଜପଥ ଏବେ ଇତିହାସର ବିଷୟ ପାଲଟିଛି ଏବଂ ଏହାକୁ ସବୁଦିନ ପାଇଁ ଲିଭାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଉ ଏକ ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର