ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଗିରଫ ଭୟ, ଜି-୨୦ ସମ୍ମିଳନୀ ପାଇଁ ଆସିବେନି ଭାରତ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ,ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। […]

ନୂଆଦିଲ୍ଲୀ : ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ,ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ ନାହିଁ। ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗ ଦେବାର କୌଣସି ଯୋଜନା ନଥିବା ଆଜି କ୍ରେମଲିନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଯୋଗ ଦେଇନପାରିବା ନେଇ କାରଣ ଦର୍ଶାଇ କ୍ରେମଲିନ ପ୍ରବକ୍ତା କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ପୁଟିନ ଭାରତ ଯାଇପାରିବେ ନାହିଁ । ଏହାସହ ସ୍ପେଶାଲ ମିଲିଟାରୀ ଅପରେସନ ଉପରେ ପୁଟିନଙ୍କ ଫୋକସ ରହୁଥିବାରୁ ସେ ସେଥିରେ ବ୍ୟସ୍ତ ରହିବେ । ଏବେ ତାଙ୍କର ଫୋକସ୍ ଏକ ସ୍ୱତନ୍ତ୍ର ସୈନ୍ୟ ଅଭିଯାନ ଉପରେ ଅଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନର ସୁପ୍ରିମ ଲିଡର ଖାମେନେଇଙ୍କ ନିଧନ: କାଶ୍ମୀରରୁ ଲକ୍ଷ୍ନୌ ଯାଏଁ ତୀବ୍ର ବିରୋଧ, ଆମେରିକା-ଇସ୍ରାଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ଅନ୍ୟପଟେ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି କି ୟୁକ୍ରେନ ସହ ରୁଷ ଯୁଦ୍ଧ କରୁଥିବାରୁ ଅର୍ନ୍ତଜାତୀୟ ଅପରାଧୀ କୋର୍ଟ(ଆଇସିସି) ରାଷ୍ଟ୍ରପତି ପୁଟିନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ତେଣୁ ବିଦେଶ ରାଷ୍ଟ୍ର ଗସ୍ତରେ ଆସିଲେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସେ ଭାରତ ଆସିବେ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ଯୋଗ ଦେଇନଥିଲେ। ବ୍ରିକ୍ସ ସମ୍ମିଳନୀରେ ପୁଟିନ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ତାଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦକ୍ଷିଣ ଆଫ୍ରିକା ଯାଇଥିଲେ।

ଆହୁରି ପଢ଼ନ୍ତୁ: ବେଆଇନ ବୋମା କାରଖାନା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର: ହ୍ୱାଟ୍ସଆପ୍ ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ଭାରତ ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ ପଠାଇଥିଲା

ଜି -20 ଶିଖର ସମ୍ମିଳନୀ ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ସମ୍ମିଳନୀ ବିଷୟରେ ଭାରତ ସମସ୍ତ G20 ସଦସ୍ୟ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଥିଲା। ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଏହାର ମୁଖ୍ୟ ସମ୍ମିଳନୀରେ ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ୨୯ଟି ଦେଶର ମୁଖିଆଙ୍କ ସହ ୟୁରୋପ ୟୁନିୟନର ଅଧିକାରୀ, ନିମନ୍ତ୍ରିତ ଦେଶଗୁଡ଼ିକର ମୁଖ୍ୟ ଓ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ଜି-୨୦ ସମ୍ମିଳନୀରେ ସାମିଲ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp