ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ ହରିୟାଣା, ରାଜସ୍ଥାନ ଆଦି ରାଜ୍ୟରେ ଅଗ୍ନିପଥ ସ୍କିମକୁ ପ୍ରତ୍ୟାହାର କରିନେବାକୁ ଦାବି ଉଠିଛି । ବିହାରରେ ବିକ୍ଷୋଭକାରୀ କହିଛନ୍ତି, ଆମେ ସେନାରେ ଭର୍ତ୍ତି ପାଇଁ କଠିନ […]

ନୂଆଦିଲ୍ଲୀ : କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ ହରିୟାଣା, ରାଜସ୍ଥାନ ଆଦି ରାଜ୍ୟରେ ଅଗ୍ନିପଥ ସ୍କିମକୁ ପ୍ରତ୍ୟାହାର କରିନେବାକୁ ଦାବି ଉଠିଛି ।

ଆହୁରି ପଢ଼ନ୍ତୁ: ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପୁଣି ପାରୋଲ: ଜେଲ୍ ବାହାରେ ବିତାଇସାରିଲେଣି ୪୦୬ ଦିନ

ବିହାରରେ ବିକ୍ଷୋଭକାରୀ କହିଛନ୍ତି, ଆମେ ସେନାରେ ଭର୍ତ୍ତି ପାଇଁ କଠିନ ପରିଶ୍ରମ କରୁଛୁ । ସେବାକୁ ୪ ବର୍ଷ କେମିତି ସୀମିତ କରି ହେବ । ଯେତେବେଳେ କି ଏଥିରେ ଟ୍ରେନିଂ ସହ ଛୁଟି ବି ଅଛି । କେବଳ ୩ ବର୍ଷର ଟ୍ରେନିଂରେ ଦେଶର ସୁରକ୍ଷା କେମିତି କରିପାରିବୁ । ୪ ବର୍ଷ ପରେ କାମ କରିବାକୁ କେଉଁଠିକୁ ଯିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିକ୍ଷୋଭକାରୀ ।

ଆହୁରି ପଢ଼ନ୍ତୁ: ପାକିସ୍ତାନର 'ପରିଚୟ ସଙ୍କଟ'କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବଡ଼ ବୟାନ, ଇତିହାସ ବହିକୁ କଲେ ଟାର୍ଗେଟ

ବିହାରର ଜହାନାବାଦ, ବକ୍ସର, ଆରା, ସହରସା, ନୱାଡା, ମୁଙ୍ଗେରରେ ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ । ଛାତ୍ର ରେଳରୋକ ସହ ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ହରିୟାଣାର ଗୁରୁଗ୍ରାମରେ ଅଗ୍ନିପଥ ସ୍କିମକୁ ବିରୋଧ କରି ହାଇୱେରେ ଧାରଣା ଦେଇଛନ୍ତି ଯୁବଗୋଷ୍ଠୀ । ଫଳରେ ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେ ଜାମ୍ ହୋଇ ଯାଇଛି ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ନିର୍ମାଣ: BSFକୁ ସ୍ୱେଚ୍ଛାକୃତ ଭାବେ ଜମି ଦାନ କରୁଛନ୍ତି ସ୍ଥାନୀୟ ହିନ୍ଦୁ ପରିବାର

16 Jun 2022 By The Sakala

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ : କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ ହରିୟାଣା, ରାଜସ୍ଥାନ ଆଦି ରାଜ୍ୟରେ ଅଗ୍ନିପଥ ସ୍କିମକୁ ପ୍ରତ୍ୟାହାର କରିନେବାକୁ ଦାବି ଉଠିଛି ।

ବିହାରରେ ବିକ୍ଷୋଭକାରୀ କହିଛନ୍ତି, ଆମେ ସେନାରେ ଭର୍ତ୍ତି ପାଇଁ କଠିନ ପରିଶ୍ରମ କରୁଛୁ । ସେବାକୁ ୪ ବର୍ଷ କେମିତି ସୀମିତ କରି ହେବ । ଯେତେବେଳେ କି ଏଥିରେ ଟ୍ରେନିଂ ସହ ଛୁଟି ବି ଅଛି । କେବଳ ୩ ବର୍ଷର ଟ୍ରେନିଂରେ ଦେଶର ସୁରକ୍ଷା କେମିତି କରିପାରିବୁ । ୪ ବର୍ଷ ପରେ କାମ କରିବାକୁ କେଉଁଠିକୁ ଯିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିକ୍ଷୋଭକାରୀ ।

ବିହାରର ଜହାନାବାଦ, ବକ୍ସର, ଆରା, ସହରସା, ନୱାଡା, ମୁଙ୍ଗେରରେ ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ । ଛାତ୍ର ରେଳରୋକ ସହ ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ହରିୟାଣାର ଗୁରୁଗ୍ରାମରେ ଅଗ୍ନିପଥ ସ୍କିମକୁ ବିରୋଧ କରି ହାଇୱେରେ ଧାରଣା ଦେଇଛନ୍ତି ଯୁବଗୋଷ୍ଠୀ । ଫଳରେ ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେ ଜାମ୍ ହୋଇ ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର