ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ, ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆମେରିକା ଗସ୍ତରେ ଯାଉଛନ୍ତି। କୋରୋନା ସଙ୍କଟ କାରଣରୁ ଦୀର୍ଘ ୬ ମାସ ପରେ ପ୍ରଥମ ଥର ବିଦେଶ ଯାତ୍ରା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଦେଶ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସିଂର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ଉପସ୍ଥିତ ରହିବ। ତିନି ଦିନିଆ ବ୍ୟସ୍ତବହୁଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସଙ୍କୁ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆମେରିକା ଗସ୍ତରେ ଯାଉଛନ୍ତି। କୋରୋନା ସଙ୍କଟ କାରଣରୁ ଦୀର୍ଘ ୬ ମାସ ପରେ ପ୍ରଥମ ଥର ବିଦେଶ ଯାତ୍ରା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଦେଶ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସିଂର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ଉପସ୍ଥିତ ରହିବ। ତିନି ଦିନିଆ ବ୍ୟସ୍ତବହୁଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ।

ଆହୁରି ପଢ଼ନ୍ତୁ: ସୁରକ୍ଷା କାରଣରୁ ଅକ୍ଟୋବର ୨୦ ଯାଏଁ ସାଉଦି ଆରବକୁ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ବାଇଡେନ୍‌ଙ୍କୁ ମୋଦୀ ଭେଟିବା ସହିତ ଅନେକ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ତଥା ବୈଦେଶିକ ବ୍ୟାପାର ପ୍ରସଙ୍ଗରେ ଆଲୋଚନା ହେବା ସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ କ୍ବାଡ୍‌ ସମୂହ ବୈଠକରେ ଚୀନ  ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, କୋଭିଡ୍ ମୁକାବିଲା, ଟେକ୍ନୋଲୋଜି ଓ ସାଇବର ସ୍ପେସ୍ କ୍ଷେତ୍ରରେ ଭାଗିଦାରୀ ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ଗସ୍ତ ସମୟରେ ୨୩ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଏବଂ  ୨୪ ସେପ୍ଟେମ୍ବରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ସେପ୍ଟେମ୍ବରରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ । ଆମେରିକାର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ବିଷୟରେ ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ସଂଯୁକ୍ତ ରାଷ୍ଟ୍ର ମହାସଭା  ୭୬ ସମ୍ମେଳନରେ ଯୋଗ ଦେବା ସହ ବିଶ୍ୱସ୍ତରୀୟ ନେତାଙ୍କ ସହ ବୈଠକ କରିବେ। ଏହି ଅବସରରେ ବିଶ୍ୱର ପ୍ରାୟ ୧୦୦ ଦେଶର ରାଷ୍ଟ୍ରମୁଖ୍ୟମାନେ ଆମେରିକା ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ମଧ୍ୟ ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର