ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ…

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । କଡ଼ା ସୁରକ୍ଷା ବଳୟରେ ଭାରତରୁ ଆମେରିକାକୁ ଅଣାଯାଇଛି । ରାଣାଙ୍କୁ ଆଣିଥିବା ସ୍ୱତନ୍ତ୍ର ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛି । ଏହି ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇ ଦିଆଯାଇଛି । ଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିବାପରେ ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ତଦନ୍ତକାରୀ ସଂସ୍ଥାର ଟିମ୍‌ […]

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । କଡ଼ା ସୁରକ୍ଷା ବଳୟରେ ଭାରତରୁ ଆମେରିକାକୁ ଅଣାଯାଇଛି । ରାଣାଙ୍କୁ ଆଣିଥିବା ସ୍ୱତନ୍ତ୍ର ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛି । ଏହି ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇ ଦିଆଯାଇଛି । ଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିବାପରେ ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ତଦନ୍ତକାରୀ ସଂସ୍ଥାର ଟିମ୍‌ ତାକୁ ପଚରାଉଚରା କରିବେ। ଏହାପରେ ତହବୁର ରାଣାକୁ ତିହାର ଜେଲ୍‌ରେ ରଖାଯିବ, ଯେଉଁଠାରେ ତା’ର ସୁରକ୍ଷାକୁ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଖବର ଅନୁଯାୟୀ, ତହବୁର ରାଣାର ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର। ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା । ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର