‘ବାଥ୍‌ରୁମ୍‌’ରେ ପାଇଲଟଙ୍କ ମୃତ୍ୟୁ: ବିମାନରେ ଥିଲେ ୨୭୧ ଯାତ୍ରୀ, ଜରୁରୀ ଅବତରଣ କରାଇଲେ ସହକାରୀ ପାଇଲଟ୍

The Sakala Picture
Published On

ନୂଆଦିଲ୍ଲୀ: ୨୭୧ ଯାତ୍ରୀ ଥିବା ବିମାନର ‘ବାଥ୍‌ରୁମ୍‌’ରେ ପାଇଲଟଙ୍କ ମୃତ୍ୟୁ ଘଟିଛି। ପରେ ସହକାରୀ ପାଇଲଟ୍‌ ଉକ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଏପରି ଏକ ଖବର ସାମ୍ନାକୁ ଆସିଛି ମିଆମିରୁ  । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିବା ‘ଲାଟାମ୍‌ ଏୟାର୍‌ଲାଇନ୍‌’ ଏକ ଯାତ୍ରୀବାହୀ ବିମାନର ପାଇଲଟ୍‌ ‘ବାଥ୍‌ରୁମ୍‌’ରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ବିମାନର ସହକାରୀ ପାଇଲଟ୍‌ ରବିବାର ରାତିରେ ପାନାମାରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ […]

ନୂଆଦିଲ୍ଲୀ: ୨୭୧ ଯାତ୍ରୀ ଥିବା ବିମାନର ‘ବାଥ୍‌ରୁମ୍‌’ରେ ପାଇଲଟଙ୍କ ମୃତ୍ୟୁ ଘଟିଛି। ପରେ ସହକାରୀ ପାଇଲଟ୍‌ ଉକ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଏପରି ଏକ ଖବର ସାମ୍ନାକୁ ଆସିଛି ମିଆମିରୁ  । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିବା ‘ଲାଟାମ୍‌ ଏୟାର୍‌ଲାଇନ୍‌’ ଏକ ଯାତ୍ରୀବାହୀ ବିମାନର ପାଇଲଟ୍‌ ‘ବାଥ୍‌ରୁମ୍‌’ରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ବିମାନର ସହକାରୀ ପାଇଲଟ୍‌ ରବିବାର ରାତିରେ ପାନାମାରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ବିମାନରେ ଥିବା ଯାତ୍ରୀମାନଙ୍କୁ ପାନାମା ସହରରେ ଥିବା ହୋଟେଲ୍‌ମାନଙ୍କରେ ରଖାଯାଇଥିଲା। ପରେ ମଙ୍ଗଳବାର ଦିନ ‘ଲାଟାମ୍‌’ ଏୟାର୍‌ଲାଇନ୍‌ର ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା

ସାଣ୍ଟିଆଗୋ ଅଭିମୁଖେ ଉଡ଼ିଯାଉଥିବା ‌ଉକ୍ତ ‘ଲାଟାମ୍‌ ଏୟାର୍‌ଲାଇନ୍‌’ ବିମାନର କ୍ୟାପ୍‌ଟେନ୍‌ ଥିଲେ ୫୬ ବର୍ଷିୟ ଇଭାନ୍‌ ଆନ୍ଦୌର୍‌। ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା । ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହରସ୍ଥିତ ‘ଟୋକ୍ୟୁମେନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉକ୍ତ ‘ବୋଇଙ୍ଗ୍‌ ୭୮୭-୯ ଡ୍ରିମ୍‌ଲାଇନର୍‌’ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ସୂଚନାଯୋଗ୍ୟ, ତାଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତର ଓ ଇଜାଡୋରା ନାମରେ ଜଣେ ନର୍ସ ଧାଇଁ ଯାଇଥିଲେ। ସେମାନେ କହିଛନ୍ତି, ଦୁଃଖର ବିଷୟ ତାଙ୍କର ହାର୍ଟକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଯଥେଷ୍ଟ ଡାକ୍ତରୀ ସରଞ୍ଜାମ ଆମ ପାଖରେ ନ ଥିଲା।

ଆହୁରି ପଢ଼ନ୍ତୁ: ମିରଟରେ ଜଣେ ନକଲି ଆଇଏଏସ୍ ଅଧିକାରୀ ଗିରଫ: ମଦ ନିଶାରେ ପୋଲିସକୁ ଦେଉଥିଲା ଧମକ, ଏମିତି ଖୋଲିଲା ଗୁମର

17 Aug 2023 By The Sakala

‘ବାଥ୍‌ରୁମ୍‌’ରେ ପାଇଲଟଙ୍କ ମୃତ୍ୟୁ: ବିମାନରେ ଥିଲେ ୨୭୧ ଯାତ୍ରୀ, ଜରୁରୀ ଅବତରଣ କରାଇଲେ ସହକାରୀ ପାଇଲଟ୍

ନୂଆଦିଲ୍ଲୀ: ୨୭୧ ଯାତ୍ରୀ ଥିବା ବିମାନର ‘ବାଥ୍‌ରୁମ୍‌’ରେ ପାଇଲଟଙ୍କ ମୃତ୍ୟୁ ଘଟିଛି। ପରେ ସହକାରୀ ପାଇଲଟ୍‌ ଉକ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଏପରି ଏକ ଖବର ସାମ୍ନାକୁ ଆସିଛି ମିଆମିରୁ  । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିବା ‘ଲାଟାମ୍‌ ଏୟାର୍‌ଲାଇନ୍‌’ ଏକ ଯାତ୍ରୀବାହୀ ବିମାନର ପାଇଲଟ୍‌ ‘ବାଥ୍‌ରୁମ୍‌’ରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ବିମାନର ସହକାରୀ ପାଇଲଟ୍‌ ରବିବାର ରାତିରେ ପାନାମାରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ବିମାନରେ ଥିବା ଯାତ୍ରୀମାନଙ୍କୁ ପାନାମା ସହରରେ ଥିବା ହୋଟେଲ୍‌ମାନଙ୍କରେ ରଖାଯାଇଥିଲା। ପରେ ମଙ୍ଗଳବାର ଦିନ ‘ଲାଟାମ୍‌’ ଏୟାର୍‌ଲାଇନ୍‌ର ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସାଣ୍ଟିଆଗୋ ଅଭିମୁଖେ ଉଡ଼ିଯାଉଥିବା ‌ଉକ୍ତ ‘ଲାଟାମ୍‌ ଏୟାର୍‌ଲାଇନ୍‌’ ବିମାନର କ୍ୟାପ୍‌ଟେନ୍‌ ଥିଲେ ୫୬ ବର୍ଷିୟ ଇଭାନ୍‌ ଆନ୍ଦୌର୍‌। ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା । ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହରସ୍ଥିତ ‘ଟୋକ୍ୟୁମେନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉକ୍ତ ‘ବୋଇଙ୍ଗ୍‌ ୭୮୭-୯ ଡ୍ରିମ୍‌ଲାଇନର୍‌’ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ତାଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତର ଓ ଇଜାଡୋରା ନାମରେ ଜଣେ ନର୍ସ ଧାଇଁ ଯାଇଥିଲେ। ସେମାନେ କହିଛନ୍ତି, ଦୁଃଖର ବିଷୟ ତାଙ୍କର ହାର୍ଟକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଯଥେଷ୍ଟ ଡାକ୍ତରୀ ସରଞ୍ଜାମ ଆମ ପାଖରେ ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର