ସଙ୍କଟ ସମୟରେ ଇସ୍ରାଏଲ ସହ ଛିଡ଼ା ହୋଇଛି ଭାରତ,ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇ ସମର୍ଥନ ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ଶନିବାର ଦିନ ଗାଜା ଷ୍ଟ୍ରିପରୁ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ୍ ଫିଙ୍ଗି ଦିଆଯାଇଥିଲା। ଯାହା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପ ହୋଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ […]
ନୂଆଦିଲ୍ଲୀ : ଶନିବାର ଦିନ ଗାଜା ଷ୍ଟ୍ରିପରୁ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ୍ ଫିଙ୍ଗି ଦିଆଯାଇଥିଲା। ଯାହା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପ ହୋଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଇସ୍ରାଏଲକୁ ଖୋଲା ସମର୍ଥନ କରିଛି ଭାରତ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇ ଭାରତ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପ ଓ ରୂପକୁ ଦୃଢ଼ ନିନ୍ଦା କରୁଛି ବୋଲି ଜଣାଇ ଦେଇଛନ୍ତି।
ଏହି ସମୟରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣର ସାମ୍ପ୍ରତିକ ପରିସ୍ଥିତିକୁ ଖୋଲାଖୋଲି ଭାବେ ଆଲୋଚନା କରାଯାଇଥିଲା। ଇସ୍ରାଏଲ୍ ଦେଇଥିବା ସୂଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେତାନ୍ୟାହୁଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଏହି ସଙ୍କଟ ସମୟରେ ଭାରତ ଇସ୍ରାଏଲ ସହ ଛିଡା ହୋଇଛି।
I thank Prime Minister @netanyahu for his phone call and providing an update on the ongoing situation. People of India stand firmly with Israel in this difficult hour. India strongly and unequivocally condemns terrorism in all its forms and manifestations.
— Narendra Modi (@narendramodi) October 10, 2023
ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୋସିଆଲ ମିଡିଆ ସାଇଟରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଖବର ପୋଷ୍ଟ କରିଛନ୍ତି। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି ଯେ ‘ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। ଏହି ସମୟରେ ନେତାନ୍ୟାହୁ ତାଙ୍କୁ ଇସ୍ରାଏଲରେ ଜାରି ରହିଥିବା ସାଂଘାତିକ ପରିସ୍ଥିତି ସମ୍ପର୍କରେ ଅପଡେଟ ଦେଇଛନ୍ତି। ମୋଦୀ ତାଙ୍କୁ କହିଛନ୍ତି ଯେ “ଏପରି ଏକ କଠିନ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହ ରହିଛନ୍ତି। ଭାରତ ବେଶ ଦୃଢ଼ତା ଓ ସ୍ପଷ୍ଟତାର ସହ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପକୁ ନିନ୍ଦା କରୁଛି।”
ଶନିବାର ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ୍ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ ପାଲେଷ୍ଟାଇନ ଅଞ୍ଚଳରେ ବୋମା ବର୍ଷା କରିଛି। ହାମାସ୍ ଓ ଇସ୍ରାଏଲ ମଧ୍ୟରେ ଏହି ଘମାଘୋଟ ସଂଘର୍ଷରେ ଏଯାବତ୍ ୧୬୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।