ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ ଆକ୍ଷେପ, କହିଲେ ଅଦାଲତର ଖାଲି ପଦ ନଭରିବା ହିଁ ମାମଲା ପଡି ରହିବାର ପ୍ରମୁଖ କାରଣ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଅପରାଧ ବଢ଼ିବା ସହ ସେଗୁଡିକର ଶୁଣାଣିରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେବି ଅନେକ ମାମଲା ବିଚାରଧୀନ ରହିଛି।ନ୍ୟାୟାଳୟରେ ବଢୁଥିବା ବିଚାରଧୀନ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ ନହେବା ହେଉଛି ମାମଲାଗୁଡ଼ିକର ପଡିରହିବାର ମୁଖ୍ୟ କାରଣ।ଜୟପୁରରେ ଆୟୋଜିତ ଅଲ ଇଣ୍ଡିଆ ଲିଗାଲ ସର୍ଭିସେଜର ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି […]

ନୂଆଦିଲ୍ଲୀ : ଦେଶରେ ଅପରାଧ ବଢ଼ିବା ସହ ସେଗୁଡିକର ଶୁଣାଣିରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେବି ଅନେକ ମାମଲା ବିଚାରଧୀନ ରହିଛି।ନ୍ୟାୟାଳୟରେ ବଢୁଥିବା ବିଚାରଧୀନ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ ନହେବା ହେଉଛି ମାମଲାଗୁଡ଼ିକର ପଡିରହିବାର ମୁଖ୍ୟ କାରଣ।ଜୟପୁରରେ ଆୟୋଜିତ ଅଲ ଇଣ୍ଡିଆ ଲିଗାଲ ସର୍ଭିସେଜର ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି ପ୍ରଧାନ ବିଚାରପତି ।

ଆହୁରି ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟ ଖାଇ ମହିଳାଙ୍କୁ ଆଲର୍ଜି, ଛୁଆକୁ ଝାଡ଼ା; ଜାଣନ୍ତୁ ଆଇଆରସିଟିସିର ସ୍ପଷ୍ଟୀକରଣ

ସିଜେଆଇ ଏନଭି ରମନା କହିଛନ୍ତି, ଆମେ ବିଚାରପତିମାନେ ଯେବେ ଦେଶ ବାହାରକୁ ଯାଉଛୁ, ଆମକୁ ଗୋଟିଏ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ମାମଲା କେତେ ବର୍ଷ ଚାଲିବ ? ଏହାର ଉତ୍ତର ଆମକୁ ଦେବାକୁ ପଡୁଛି। ରମନା କହିଛନ୍ତି, ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବାର କୌଣସି ଆବଶ୍ୟକତା ନାହିଁ। ବିଚାରଧୀନ ମାମଲାର ସଂଖ୍ୟା ବଢିବାର ଗୋଟିଏ କାରଣ ଅଦାଲତର ଖାଲି ପଦରେ ନିଯୁକ୍ତି କରାନଯିବା ଏବଂ ଭିତ୍ତିଭୂମିରେ ସୁଧାର ନକରିବା।ନ୍ୟାୟପାଳିକା ଏହି ସବୁ ପ୍ରସଙ୍ଗର ସମାଧାନ କରିବାରେ ସର୍ବଦା ଆଗରେ ରହିଛି। ମୋର ଏକ ମାତ୍ର ଅନୁରୋଧ ସରକାରଙ୍କୁ ଖାଲି ପଦ ଭରିବା ସହିତ ଭିତ୍ତିଭୂମିରେ ସୁଧାର କରନ୍ତୁ। ଆଶା କରୁଛି ସରକାର ଏ ଦିଗରେ ଆହୁରି ଯତ୍ନବାନ ହେବେ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

ପ୍ରଧାନ ବିଚାରପତି ଏନଭି ରମନା ଆହୁରି ମଧ୍ୟ କହିଛନ୍ତି ଯେ, ବିନା ବିଚାର କରି ଗିରଫ କରିବା କାରଣରୁ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ତରବରିଆ ଗିରଫ ଓ ବେଲ୍ ପାଇବାରେ ସମସ୍ୟା କଏଦୀଙ୍କ ପାଇଁ ଏକ ପ୍ରକାର ଦଣ୍ଡ ସଦୃଶ ହୋଇଯାଇଛି। ଭେଦଭାବପୂର୍ଣ୍ଣ ଗିରଫଠାରୁ ଆରମ୍ଭ କରି ଜାମିନ ପାଇବା ପର୍ୟ୍ୟନ୍ତ ଏବଂ ବିଚାରଧୀନ ବନ୍ଦୀଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଜେଲରେ ବନ୍ଦ ରଖିବା ସମସ୍ୟା ଉପରେ ଯଥାଶୀଘ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀର ପ୍ରଶାସନିକ ଦକ୍ଷତାକୁ ବଢାଇବାର ଆବଶ୍ୟକତା ରହିଛି । ଅପରାଧିକ ନ୍ୟାୟ ପ୍ରଣାଳୀରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ଦଣ୍ଡ ସଦୃଶ ଅଟେ । ବିନା କୌଣସି ମକଦ୍ଦମାରେ ଦୀର୍ଘ ସମୟ ହେବ ଜେଲରେ ବନ୍ଦ ଥିବା କଏଦୀଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେବଳ ବିଚାରଧୀନ କଏଦୀଙ୍କୁ ଶୀଘ୍ର ମୁକୁଳାଇବାକୁ ସକ୍ଷମ କରିବା ପର୍ୟନ୍ତ ଲକ୍ଷ୍ୟ ସୀମିତ ନରହିବା ଆବଶ୍ୟକ । ବିନା କୌଣସି ମକଦ୍ଦମାରେ ଅଧିକ ସଂଖ୍ୟାରେ କଏଦୀ ଦୀର୍ଘ ସମୟ ପର୍ୟ୍ୟନ୍ତ ବନ୍ଦୀ ରହୁଛନ୍ତି । ସେଦିଗରେ ପ୍ରଶ୍ନ ଉଠାଇବାର ଜରୁରୀ ।

ଆହୁରି ପଢ଼ନ୍ତୁ: ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'

ଜେଲ ବ୍ୟବସ୍ଥାରେ ମଧ୍ୟ ଆଧୁନୀକରଣ କରାଯିବା ଜରୁରୀ । ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ଜରିଆରେ ବିଚାରଧୀନ କଏଦୀମାନେ ମୁକୁଳିବା ପାଇଁ ଯୋଗ୍ୟ ଅଟନ୍ତି । ଯେତବେଳେ ପୋଲିସ ଗିରଫ କରୁଛି ସେ ସମୟରେ ଗିରଫ ଏକମାତ୍ର ବିକଳ୍ପ ବୋଲି ମାନୁଛି ହେଲେ ଦୁଇପକ୍ଷକୁ ସମାନ ବିଚାର କରି କାର୍ୟ୍ୟାନୁଷ୍ଠାନ ନେବା ଉଚ୍ଚିତ । ଅନେକ କଏଦୀ ବିନା କୌଣସି ଦୋଷରେ ବନ୍ଦୀ ଅଛନ୍ତି । ସେମାନେ ନିର୍ଦ୍ଦୋଶ ସାବ୍ୟସ୍ତ ହେଲା ବେଳକୁ ଦୀର୍ଘ ବର୍ଷ ବିତିଯାଉଛି । ଯାହାଫଳରେ ସେମାନଙ୍କ ମନ ଉପରେ ଏକ ନକରାତ୍ମକ ପ୍ରଭାବ ପଡୁଛି । ଅନେକ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ତୁଟୁଛି । ଲୋକମାନଙ୍କ ଭରସା ହାସଲ କରିବା ଏବଂ ସେମାନଙ୍କୁ ଉଚ୍ଚିତ ନ୍ୟାୟ ଦେବା ଦିଗରେ କାର୍ଯ୍ୟ ଜାରି ଥିବା କଥା କହିଛନ୍ତି ପ୍ରଧାନ ବିଚାରପତି । ଆମେ ଧୀରେ ଧୀରେ ନ୍ୟାୟପାଳିକାରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ । ଏନଏଲଏସଏ ଏହାର ଏକ ଉଦାହରଣ । ଜାମିନ ଆବେଦନ ଓ ପାରୋଲ ପାଇଁ ଅନଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଆଶା କରାଯାଉଛି ବିଚାରଧୀନ ମାମଲା ସଂଖ୍ୟା ହ୍ରାସ ପାଇବ ।

16 Jul 2022 By The Sakala

ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ ଆକ୍ଷେପ, କହିଲେ ଅଦାଲତର ଖାଲି ପଦ ନଭରିବା ହିଁ ମାମଲା ପଡି ରହିବାର ପ୍ରମୁଖ କାରଣ

ନୂଆଦିଲ୍ଲୀ : ଦେଶରେ ଅପରାଧ ବଢ଼ିବା ସହ ସେଗୁଡିକର ଶୁଣାଣିରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେବି ଅନେକ ମାମଲା ବିଚାରଧୀନ ରହିଛି।ନ୍ୟାୟାଳୟରେ ବଢୁଥିବା ବିଚାରଧୀନ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ ନହେବା ହେଉଛି ମାମଲାଗୁଡ଼ିକର ପଡିରହିବାର ମୁଖ୍ୟ କାରଣ।ଜୟପୁରରେ ଆୟୋଜିତ ଅଲ ଇଣ୍ଡିଆ ଲିଗାଲ ସର୍ଭିସେଜର ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି ପ୍ରଧାନ ବିଚାରପତି ।

ସିଜେଆଇ ଏନଭି ରମନା କହିଛନ୍ତି, ଆମେ ବିଚାରପତିମାନେ ଯେବେ ଦେଶ ବାହାରକୁ ଯାଉଛୁ, ଆମକୁ ଗୋଟିଏ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ମାମଲା କେତେ ବର୍ଷ ଚାଲିବ ? ଏହାର ଉତ୍ତର ଆମକୁ ଦେବାକୁ ପଡୁଛି। ରମନା କହିଛନ୍ତି, ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବାର କୌଣସି ଆବଶ୍ୟକତା ନାହିଁ। ବିଚାରଧୀନ ମାମଲାର ସଂଖ୍ୟା ବଢିବାର ଗୋଟିଏ କାରଣ ଅଦାଲତର ଖାଲି ପଦରେ ନିଯୁକ୍ତି କରାନଯିବା ଏବଂ ଭିତ୍ତିଭୂମିରେ ସୁଧାର ନକରିବା।ନ୍ୟାୟପାଳିକା ଏହି ସବୁ ପ୍ରସଙ୍ଗର ସମାଧାନ କରିବାରେ ସର୍ବଦା ଆଗରେ ରହିଛି। ମୋର ଏକ ମାତ୍ର ଅନୁରୋଧ ସରକାରଙ୍କୁ ଖାଲି ପଦ ଭରିବା ସହିତ ଭିତ୍ତିଭୂମିରେ ସୁଧାର କରନ୍ତୁ। ଆଶା କରୁଛି ସରକାର ଏ ଦିଗରେ ଆହୁରି ଯତ୍ନବାନ ହେବେ।

ପ୍ରଧାନ ବିଚାରପତି ଏନଭି ରମନା ଆହୁରି ମଧ୍ୟ କହିଛନ୍ତି ଯେ, ବିନା ବିଚାର କରି ଗିରଫ କରିବା କାରଣରୁ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ତରବରିଆ ଗିରଫ ଓ ବେଲ୍ ପାଇବାରେ ସମସ୍ୟା କଏଦୀଙ୍କ ପାଇଁ ଏକ ପ୍ରକାର ଦଣ୍ଡ ସଦୃଶ ହୋଇଯାଇଛି। ଭେଦଭାବପୂର୍ଣ୍ଣ ଗିରଫଠାରୁ ଆରମ୍ଭ କରି ଜାମିନ ପାଇବା ପର୍ୟ୍ୟନ୍ତ ଏବଂ ବିଚାରଧୀନ ବନ୍ଦୀଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଜେଲରେ ବନ୍ଦ ରଖିବା ସମସ୍ୟା ଉପରେ ଯଥାଶୀଘ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀର ପ୍ରଶାସନିକ ଦକ୍ଷତାକୁ ବଢାଇବାର ଆବଶ୍ୟକତା ରହିଛି । ଅପରାଧିକ ନ୍ୟାୟ ପ୍ରଣାଳୀରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ଦଣ୍ଡ ସଦୃଶ ଅଟେ । ବିନା କୌଣସି ମକଦ୍ଦମାରେ ଦୀର୍ଘ ସମୟ ହେବ ଜେଲରେ ବନ୍ଦ ଥିବା କଏଦୀଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେବଳ ବିଚାରଧୀନ କଏଦୀଙ୍କୁ ଶୀଘ୍ର ମୁକୁଳାଇବାକୁ ସକ୍ଷମ କରିବା ପର୍ୟନ୍ତ ଲକ୍ଷ୍ୟ ସୀମିତ ନରହିବା ଆବଶ୍ୟକ । ବିନା କୌଣସି ମକଦ୍ଦମାରେ ଅଧିକ ସଂଖ୍ୟାରେ କଏଦୀ ଦୀର୍ଘ ସମୟ ପର୍ୟ୍ୟନ୍ତ ବନ୍ଦୀ ରହୁଛନ୍ତି । ସେଦିଗରେ ପ୍ରଶ୍ନ ଉଠାଇବାର ଜରୁରୀ ।

ଜେଲ ବ୍ୟବସ୍ଥାରେ ମଧ୍ୟ ଆଧୁନୀକରଣ କରାଯିବା ଜରୁରୀ । ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ଜରିଆରେ ବିଚାରଧୀନ କଏଦୀମାନେ ମୁକୁଳିବା ପାଇଁ ଯୋଗ୍ୟ ଅଟନ୍ତି । ଯେତବେଳେ ପୋଲିସ ଗିରଫ କରୁଛି ସେ ସମୟରେ ଗିରଫ ଏକମାତ୍ର ବିକଳ୍ପ ବୋଲି ମାନୁଛି ହେଲେ ଦୁଇପକ୍ଷକୁ ସମାନ ବିଚାର କରି କାର୍ୟ୍ୟାନୁଷ୍ଠାନ ନେବା ଉଚ୍ଚିତ । ଅନେକ କଏଦୀ ବିନା କୌଣସି ଦୋଷରେ ବନ୍ଦୀ ଅଛନ୍ତି । ସେମାନେ ନିର୍ଦ୍ଦୋଶ ସାବ୍ୟସ୍ତ ହେଲା ବେଳକୁ ଦୀର୍ଘ ବର୍ଷ ବିତିଯାଉଛି । ଯାହାଫଳରେ ସେମାନଙ୍କ ମନ ଉପରେ ଏକ ନକରାତ୍ମକ ପ୍ରଭାବ ପଡୁଛି । ଅନେକ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ତୁଟୁଛି । ଲୋକମାନଙ୍କ ଭରସା ହାସଲ କରିବା ଏବଂ ସେମାନଙ୍କୁ ଉଚ୍ଚିତ ନ୍ୟାୟ ଦେବା ଦିଗରେ କାର୍ଯ୍ୟ ଜାରି ଥିବା କଥା କହିଛନ୍ତି ପ୍ରଧାନ ବିଚାରପତି । ଆମେ ଧୀରେ ଧୀରେ ନ୍ୟାୟପାଳିକାରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ । ଏନଏଲଏସଏ ଏହାର ଏକ ଉଦାହରଣ । ଜାମିନ ଆବେଦନ ଓ ପାରୋଲ ପାଇଁ ଅନଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଆଶା କରାଯାଉଛି ବିଚାରଧୀନ ମାମଲା ସଂଖ୍ୟା ହ୍ରାସ ପାଇବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର