ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର, ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ ହ୍ରାସ ପରିବର୍ତ୍ତେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ବର୍ତ୍ତମାନ ଦିଲ୍ଲୀ ସରକାର ଆହୁରି ଅନେକ ବଡ ପଦକ୍ଷେପ ନେଇଛନ୍ତି । ଖବର ମୁତାବକ, […]

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ ହ୍ରାସ ପରିବର୍ତ୍ତେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ବର୍ତ୍ତମାନ ଦିଲ୍ଲୀ ସରକାର ଆହୁରି ଅନେକ ବଡ ପଦକ୍ଷେପ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭଡ଼ା ଘର ଦେଖିବାକୁ ଯାଇଥିବା ଦମ୍ପତିଙ୍କୁ ଆକ୍ରମଣ କଲା ପିଟ୍‌ବୁଲ୍ କୁକୁର, ଭିଡିଓ ଭାଇରାଲ୍

ଖବର ମୁତାବକ, ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ବାୟୁ ଗୁଣବତ୍ତା ଖରାପ ଯୋଗୁଁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୋମବାର ଠାରୁ ସରକାରୀ ଏବଂ ବେସରକାରୀ କମ୍ପାନୀର କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ ଯେବେ । ଆଉ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ଗାଡି ମଟର ଚଳାଚଳ ହ୍ରାସ ପାଇବ ଯାହା ଦ୍ବାରା ପ୍ରଦୂଷଣ ସ୍ତର କମିବାନେଇ ଆଶା ରହିଛି ।
ଏହା ସହିତ ଅତ୍ୟାବଶ୍ୟକ ସେବାରେ ଜଡିତ ନଥିବା ସମସ୍ତ ମଧ୍ୟମ ଏବଂ ଭାରୀ ସାମଗ୍ରୀ ଯାନବାହାନକୁ ମଧ୍ୟ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି କରୁଥିବା ଟ୍ରକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ଚାରିଚକିଆ ଯାନ ଉପରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟ ରାଜ୍ୟରୁ କେବଳ ସିଏନଜି, ଇଲେକ୍ଟ୍ରିକ୍, ବିଏସ୍ ଭିଆଇ (VI)ଯାନକୁ ଦିଲ୍ଲୀ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ।
05 Nov 2023 By The Sakala

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର, ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ ହ୍ରାସ ପରିବର୍ତ୍ତେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ବର୍ତ୍ତମାନ ଦିଲ୍ଲୀ ସରକାର ଆହୁରି ଅନେକ ବଡ ପଦକ୍ଷେପ ନେଇଛନ୍ତି ।

ଖବର ମୁତାବକ, ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ବାୟୁ ଗୁଣବତ୍ତା ଖରାପ ଯୋଗୁଁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୋମବାର ଠାରୁ ସରକାରୀ ଏବଂ ବେସରକାରୀ କମ୍ପାନୀର କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ ଯେବେ । ଆଉ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ଗାଡି ମଟର ଚଳାଚଳ ହ୍ରାସ ପାଇବ ଯାହା ଦ୍ବାରା ପ୍ରଦୂଷଣ ସ୍ତର କମିବାନେଇ ଆଶା ରହିଛି ।
ଏହା ସହିତ ଅତ୍ୟାବଶ୍ୟକ ସେବାରେ ଜଡିତ ନଥିବା ସମସ୍ତ ମଧ୍ୟମ ଏବଂ ଭାରୀ ସାମଗ୍ରୀ ଯାନବାହାନକୁ ମଧ୍ୟ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି କରୁଥିବା ଟ୍ରକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ଚାରିଚକିଆ ଯାନ ଉପରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟ ରାଜ୍ୟରୁ କେବଳ ସିଏନଜି, ଇଲେକ୍ଟ୍ରିକ୍, ବିଏସ୍ ଭିଆଇ (VI)ଯାନକୁ ଦିଲ୍ଲୀ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର