୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କଲା ‘ଇଣ୍ଡିଆ’ ମେଣ୍ଟ, ଏକାଠି ନିର୍ବାଚନ ଲଢ଼ିବାକୁ ସଂକଳ୍ପ ଗୃହୀତ
ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି । ଏହାଛଡ଼ା ଏହି ମେଣ୍ଟର ସ୍ଲୋଗାନ ‘ଯୋଡେଗା ଭାରତ, ଜିତେଗା ଇଣ୍ଡିଆ’ ହେବ ବୋଲି ନିଷ୍ପତ୍ତି […]
ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି ।
ଏହାଛଡ଼ା ଏହି ମେଣ୍ଟର ସ୍ଲୋଗାନ ‘ଯୋଡେଗା ଭାରତ, ଜିତେଗା ଇଣ୍ଡିଆ’ ହେବ ବୋଲି ନିଷ୍ପତ୍ତି ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ଯଥାସମ୍ଭବ ଏକାଠି ଲଢ଼ିବାକୁ ମଧ୍ୟ ବୈଠକରେ ସଂକଳ୍ପ ଗୃହୀତ ହୋଇଛି। ଲୋକସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଆସନ ବୁଝାମଣା ଚୂଡ଼ାନ୍ତ ହେବ ବୋଲି କୁହାଯାଇଛି। ସଂକଳ୍ପରେ ସବୁ ଦଳ ଯଥା ସମ୍ଭବ ଏକାଠି ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ।ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ଦେଶର ବିଭିନ୍ନ ପ୍ରାନ୍ତରେ ଏକାଠି ରାଲି କରିବେ। ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଓ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁ ହିଁ ଫୋକସରେ ରହିବ ବୋଲି ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି। ତେବେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁମ୍ବାଇରେ ଆୟୋଜିତ ବୈଠକରେ ମଧ୍ୟ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇପାରନି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ସବୁ କଥା କରାଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
‘ଇଣ୍ଡିଆ’ ମେଣ୍ଟର ବୈଠକ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରର ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ । ଆମର ମେଣ୍ଟକୁ ଯେତେ ସମର୍ଥନ ମିଳିବ, ବିଜେପି ସରକାର ଆମ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ସେତେ ଅପବ୍ୟବହାର କରିବେ। କେନ୍ଦ୍ର ସରକାର ମହାରାଷ୍ଟ୍ର, ରାଜସ୍ଥାନ, ବଙ୍ଗଳାରେ ମଧ୍ୟ ଏମିତି କାର୍ୟ୍ୟ କରିଛନ୍ତି। ଗତ ସପ୍ତାହରେ ଝାଡଖଣ୍ଡ ଏବଂ ଛତିଶଗଡରେ ଏମିତି ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଟିକସ ରାଜସ୍ୱରେ ରାଜ୍ୟଗୁଡିକୁ ସେମାନଙ୍କ ଭାଗରୁ ବଞ୍ଚିତ କରାଯାଉଛି । ବିରୋଧୀ ଶାସିତ ରାଜ୍ୟମାନଙ୍କୁ ମନରେଗାର ବାକି ଅନୁଦାନ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ଜ୍ଝ କଂଗ୍ରେସ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ତିନି ବୈଠକରେ ଏକ ମିଳିତ ସାମ୍ମୁଖ୍ୟ ଭାବେ ‘ଇଣ୍ଡିଆ’ ମେଣ୍ଟ ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବାଧ୍ୟ କରିଛି ।





