ତ୍ରିରଙ୍ଗା ପାଇଁ ଆହାର ଉପରେ ପ୍ରହାର, ପତାକା ନ କିଣିଲେ ରାସନ ମନା

The Sakala Picture
Published On

ନୂଆଦିଲ୍ଲୀ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯାନ ଦିନକୁ ଦି ମୁଠା ଖାଇବାକୁ ପାଉ ନ ଥିବା ଗରିବ ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛି। ଲୋକଙ୍କ ଆହାର ଉପରେ ପ୍ରହାର ଦିଆଯାଉଛି। ଖାଇବାକୁ ଟଙ୍କା ନ ଥିବାବଳେ ଲୋକଙ୍କୁ ‘ତ୍ରିରଙ୍ଗା’ କିଣିବାକୁ ବାଧ୍ୟ କରାଯାଉଛି। ଜାତୀୟ ପତାକା ନ କିଣିଲେ ଲୋକଙ୍କୁ ରାସନ ଦିଆଯାଉ ନାହିଁ କିମ୍ବା ତାଙ୍କ ଭାଗର ରାସନ […]

ନୂଆଦିଲ୍ଲୀ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯାନ ଦିନକୁ ଦି ମୁଠା ଖାଇବାକୁ ପାଉ ନ ଥିବା ଗରିବ ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛି। ଲୋକଙ୍କ ଆହାର ଉପରେ ପ୍ରହାର ଦିଆଯାଉଛି। ଖାଇବାକୁ ଟଙ୍କା ନ ଥିବାବଳେ ଲୋକଙ୍କୁ ‘ତ୍ରିରଙ୍ଗା’ କିଣିବାକୁ ବାଧ୍ୟ କରାଯାଉଛି। ଜାତୀୟ ପତାକା ନ କିଣିଲେ ଲୋକଙ୍କୁ ରାସନ ଦିଆଯାଉ ନାହିଁ କିମ୍ବା ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ଲୋକଙ୍କୁ ଅପମାନିତ କରାଯାଉଛି। ଏହାକୁ ବିରୋଧ କରୁଥିବା ଲୋକଙ୍କୁ ଖରାପ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ହରିୟାଣା କରନାଲ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ରିଟ୍ବିଟ କରିଛନ୍ତି। ସେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଉପରେ ବୋଝ ଲଦିଦେବା ଦୁର୍ଭାଗ୍ୟଜନକ। ଦେଶର ରାସନା କାର୍ଡ ଧାରକଙ୍କୁ ତ୍ରିରଙ୍ଗା କିଣିବା ପାଇଁ ବାଧ୍ୟ କରାଯାଉଛି। ତ୍ରିରଙ୍ଗା ନ କିଣିଲେ ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗାର ମୂଲ୍ୟ ଗରିବଙ୍କ ଖାଦ୍ୟ ଛଡାଇ ଆଦାୟ କରିବା ଲଜ୍ଜାଜନକ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ସେ ସେୟାର କରିଥିବା ଭିଡିଓରେ କିଛି ଲୋକ କହୁଛନ୍ତି ଯେ ରାସନ କିଣିବାକୁ ତାଙ୍କ ପାଖରେ ପଇସା ନାହିଁ। ତ୍ରିରଙ୍ଗା କିଣିବାକୁ ସେମାନେ ୨୦ ଟଙ୍କା କୋଉଠୁ ଆଣିବେ। ଏପରି କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ରାସନ ଡିଲର କହୁଛନ୍ତି। ୨୦ ଟଙ୍କା ଦେଇ ପତାକା ନ କିଣିଲେ ଅଗଷ୍ଟ ମାସର ରାସନ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ବିଜେପି ଜାତୀୟତାବାଦ ବିକ୍ରି କରୁଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

11 Aug 2022 By The Sakala

ତ୍ରିରଙ୍ଗା ପାଇଁ ଆହାର ଉପରେ ପ୍ରହାର, ପତାକା ନ କିଣିଲେ ରାସନ ମନା

ନୂଆଦିଲ୍ଲୀ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯାନ ଦିନକୁ ଦି ମୁଠା ଖାଇବାକୁ ପାଉ ନ ଥିବା ଗରିବ ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛି। ଲୋକଙ୍କ ଆହାର ଉପରେ ପ୍ରହାର ଦିଆଯାଉଛି। ଖାଇବାକୁ ଟଙ୍କା ନ ଥିବାବଳେ ଲୋକଙ୍କୁ ‘ତ୍ରିରଙ୍ଗା’ କିଣିବାକୁ ବାଧ୍ୟ କରାଯାଉଛି। ଜାତୀୟ ପତାକା ନ କିଣିଲେ ଲୋକଙ୍କୁ ରାସନ ଦିଆଯାଉ ନାହିଁ କିମ୍ବା ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ଲୋକଙ୍କୁ ଅପମାନିତ କରାଯାଉଛି। ଏହାକୁ ବିରୋଧ କରୁଥିବା ଲୋକଙ୍କୁ ଖରାପ ବ୍ୟବହାର କରାଯାଉଛି।

ହରିୟାଣା କରନାଲ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ରିଟ୍ବିଟ କରିଛନ୍ତି। ସେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଉପରେ ବୋଝ ଲଦିଦେବା ଦୁର୍ଭାଗ୍ୟଜନକ। ଦେଶର ରାସନା କାର୍ଡ ଧାରକଙ୍କୁ ତ୍ରିରଙ୍ଗା କିଣିବା ପାଇଁ ବାଧ୍ୟ କରାଯାଉଛି। ତ୍ରିରଙ୍ଗା ନ କିଣିଲେ ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗାର ମୂଲ୍ୟ ଗରିବଙ୍କ ଖାଦ୍ୟ ଛଡାଇ ଆଦାୟ କରିବା ଲଜ୍ଜାଜନକ।

ସେ ସେୟାର କରିଥିବା ଭିଡିଓରେ କିଛି ଲୋକ କହୁଛନ୍ତି ଯେ ରାସନ କିଣିବାକୁ ତାଙ୍କ ପାଖରେ ପଇସା ନାହିଁ। ତ୍ରିରଙ୍ଗା କିଣିବାକୁ ସେମାନେ ୨୦ ଟଙ୍କା କୋଉଠୁ ଆଣିବେ। ଏପରି କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ରାସନ ଡିଲର କହୁଛନ୍ତି। ୨୦ ଟଙ୍କା ଦେଇ ପତାକା ନ କିଣିଲେ ଅଗଷ୍ଟ ମାସର ରାସନ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ବିଜେପି ଜାତୀୟତାବାଦ ବିକ୍ରି କରୁଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର