ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ
ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ୨୯ ତମ ତିରୋଧାନ ଦିବସ । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ।
ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର ସେ କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି, ଓଡ଼ିଶା ରାଜନୀତିର ବେତାଜ୍ ବାଦଶାହ ଥିଲେ ବିଜୁ ବାବୁ। ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଥିକାରୀ ଏହି ସର୍ବମାନ୍ୟ ନେତା। ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଉପାଥିରେ ଭୂଷିତ ହୋଇଥିଲେ ବିଜୁବାବୁ ।
ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପାଇଲଟ୍ ହେବାର ଇଚ୍ଛା ଥିବାରୁ ସେ ରେଭେନ୍ସା ଛାଡି ବିମାନ ଚାଳନାରେ ତାଲିମ୍ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ସେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଉଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଥିଲେ ବିଜୁ ବାବୁ। ୧୯୬୨ ଭାରତ-ଚୀନ୍ ଯୁଦ୍ଧବେଳେ ସେ ଥିଲେ ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅଘୋଷିତ ସାମରିକ ପରାମର୍ଶଦାତା। ୧୯୪୮ରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ଗାଥା ଆଜି ବି ସ୍ମରଣ ହୋଇରହିଛି। ୧୯୪୮ ମସିହାରେ ନେହେରୁଙ୍କର ପରାମର୍ଶ କ୍ରମେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ। ଏଥିପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ, ଯାହା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ।
୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ସିଟ୍ରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାବୁ ମାତ୍ର ୨ବର୍ଷ ୩ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମିଗ୍ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଏପ୍ରିଲ ୧୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା। ଆଜି ବିଜୁବାବୁ ନାହାନ୍ତି ସତ କିନ୍ତୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ଅମର ହୋଇରହିଛନ୍ତି।