ଫୁଟିଲାନି ଫଡନବୀସଙ୍କ ବମ୍‌, କାଲି ଫୁଟିବ ଅଣ୍ଡରୱାର୍ଲ୍ଡ ସହ ଦେବେନ୍ଦ୍ରଙ୍କ ସଂପର୍କର ହାଇଡ୍ରୋଜେନ ବମ୍‌ : ନବାବ ମଲିକ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲା ସହିତ ଆରମ୍ଭ ହୋଇଥିବା ରାଜନୈତକ ଲଢେ଼ଇ ବର୍ତ୍ତମାନ ଅଣ୍ଡରୱାର୍ଲ୍ଡ ସହିତ ନେତାଙ୍କ ଲିଙ୍କ୍ ଆଡ଼କୁ ଗତି କରୁଛି। ସୋମବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଅଭିଯୋଗ କରିଛନ୍ତି ଯେ ସମ୍ପ୍ରତି ରାଜ୍ୟର ମନ୍ତ୍ରୀ ଥିବା ନଓ୍ବାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ସହ ଲିଙ୍କ୍ ଅଛି । ବହୁ କୋଟି ମୂଲ୍ୟର ଜମି ମଲିକ୍ ମୁମ୍ବାଇ ବୋମା ବିସ୍ଫୋରଣ ଅଭିଯୁକ୍ତଙ୍କ ଠାରୁ ଶାଗମାଛ ଦରରେ କିଣିଛନ୍ତି । ଫଡନବୀସଙ୍କ ଅଭିଯୋଗ ପରେ […]

ମୁମ୍ବାଇ: ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲା ସହିତ ଆରମ୍ଭ ହୋଇଥିବା ରାଜନୈତକ ଲଢେ଼ଇ ବର୍ତ୍ତମାନ ଅଣ୍ଡରୱାର୍ଲ୍ଡ ସହିତ ନେତାଙ୍କ ଲିଙ୍କ୍ ଆଡ଼କୁ ଗତି କରୁଛି। ସୋମବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଅଭିଯୋଗ କରିଛନ୍ତି ଯେ ସମ୍ପ୍ରତି ରାଜ୍ୟର ମନ୍ତ୍ରୀ ଥିବା ନଓ୍ବାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ସହ ଲିଙ୍କ୍ ଅଛି । ବହୁ କୋଟି ମୂଲ୍ୟର ଜମି ମଲିକ୍ ମୁମ୍ବାଇ ବୋମା ବିସ୍ଫୋରଣ ଅଭିଯୁକ୍ତଙ୍କ ଠାରୁ ଶାଗମାଛ ଦରରେ କିଣିଛନ୍ତି ।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

ଫଡନବୀସଙ୍କ ଅଭିଯୋଗ ପରେ ମଲିକ୍ କହିଛନ୍ତି ଯେ ସେ ଫଡନବୀସଙ୍କ ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ବିଷୟରେ ଖୁଲାସା କରିବେ। ମଲିକ କହିଛନ୍ତି, ‘ଏପର୍ଯ୍ୟନ୍ତ ମୋ ବିରୋଧରେ ଏଭଳି ଅଭିଯୋଗ କରାଯାଇ ନଥିଲା। ମୁଁ ଆଜି କିଛି କହିବି ନାହିଁ, କିନ୍ତୁ ଆସନ୍ତାକାଲି ସକାଳ ୧୦ ଟାରେ ଅଣ୍ଡରୱାର୍ଲ୍ଡ ଖେଳ ବିଷୟରେ କହିବି ଯାହା ଆରମ୍ଭ ହୋଇଛି। ନବାବ ମଲିକ କହିଛନ୍ତି ଯେ ଆମେ କୌଣସି ବୋମା ବିସ୍ଫୋରଣ ଅଭିଯୋଗରୁ ଜମି କିଣି ନାହୁଁ। ମୁଁ ସଲିମ ପଟେଲ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ଜମି କିଣିଥିଲି। ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ମୁଁ ଜମି କିଣିଛି ଏବଂ ସେଥିରେ ଛଦ୍ମ ଭଡାଟିଆଙ୍କୁ ରଖିଛି। କିନ୍ତୁ ସେପରି କିଛି ନୁହେଁ । ସେଠାରେ ଏକ ସୋସାଇଟି ଅଛି । ଏହା ପଛରେ ଥିବା ଜମିରେ ଏକ ବସ୍ତି ଅଛି। ମୋର ସେଠାରେ ଏକ ଗୋଦାମ ଅଛି । ସେହି ଜମି ଲିଜ୍ ରେ ଦିଆଯାଇଥିଲା। ସେହି ଜାଗାରେ ଆମର ୪ ଟି ଦୋକାନ ମଧ୍ୟ ଥିଲା ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ସେ ଆହୁରି କହିଛନ୍ତି କି ଫଡନବୀସ କହିଥିଲେ ଦୀପାବଳି ପରେ ସେ ବୋମା ଫୁଟାଇବେ ହେଲେ ସେ ତାହା କରିପାରିଲେ ନାହିଁ, କିନ୍ତୁ ଆସନ୍ତାକାଲି ମୁଁ ଅଣ୍ଡରୱାର୍ଲ୍ଡର ହାଇଡ୍ରୋଜେନ ବୋମା ଫୁଟାଇବି । ଏହାସହ ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୁରା ମୁମ୍ବାଇ ସହରକୁ ନିଜ ଦଖଲରେ ରଖିଥିଲେ ଏହାସହ ଅଣ୍ଡରୱାଲ୍ଡର ମୁଖିଆ ବିଦେଶରେ ରହି ବିଜେପି ସରକାରକୁ ପରିଚାଳନା କରୁଥିବା କଥା ବି ନବାବ କହିଛନ୍ତି । ଆସନ୍ତାକାଲି ଦେବେନ୍ଦ୍ର ଫଡନାଭିସଙ୍କ ସହ ଜଡ଼ିତ ଗୋଟିଏ ମାମଲାରେ ହାଇଡ୍ରୋଜେନ ବୋମା ପକାଇବି। ମୁଁ ଦେବେନ୍ଦ୍ର ଫଡନାଭିସଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କର ପର୍ଦ୍ଦାଫାସ କରିବି। ଫଡନାଭିସ ମୋତେ ଅଣ୍ଡରୱାର୍ଲ୍ଡ ଓ ମୁମ୍ବାଇ ବିସ୍ଫୋରଣ ଘଟଣାର ଦୋଷୀଙ୍କ ସହ ଯୋଡ଼ି ମୋ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଯେମିତି ପୂର୍ବରୁ ମୋ ଠିକଣାରୁ ଡ୍ରଗ୍ସ ମିଳିଥିବା କଥା କହିଥିଲେ ଆଜି ସମାନ କଥା କହିଛନ୍ତି। ମୁଁ ତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇବି। ମୋ ରାଜନୀତିକ କ୍ୟାରିୟର ମଧ୍ୟରେ କେହି ବି କେବେ ଏମୀତି ଅଭିଯୋଗ ଆଣି ନଥିଲେ। ସମସ୍ତେ କାଲିକୁ ଅପେକ୍ଷା କରନ୍ତୁ ବୋଲି ନବାବ ମଲିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

ଦେବେନ୍ଦ୍ର ଫଡନବୀସଙ୍କୁ ଜଣେ ଅପରିପକ୍ବ ଖେଳାଳି ଭାବେ ଅଭିହିତ କରି ନବାବ ମଲିକ କହିଛନ୍ତି ଯେ ୧୯୯୬ରେ ଯେତେବେଳେ ଶିବସେନା ଏବଂ ବିଜେପି କ୍ଷମତାରେ ଥିଲେ, ମୁଁ ସେହିବର୍ଷ ନଭେମ୍ବର ୯ରେ ଉପ-ନିର୍ବାଚନରେ ​​ଜିତିଥିଲି। ସେହି ସମୟରେ ସେଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ସେଠାରୁ ଆମେ ନିର୍ବାଚନ ଲଢିଥିଲୁ। ସେଠାରେ ଏକ ସୋସାଇଟି ଥିଲା ‌, ଯାହାର ମାଲିକାନା ଆମକୁ ଦେବାକୁ କୁହାଯାଇଥିଲା । ଏବଂ ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଦେବା ପରେ ଉକ୍ତ ସୋସାଇଟି ଆମ ମାଲିକାନକୁ ଆସିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର