ଭାରତରେ ୩୩ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପୁଷ୍ଟିହୀନତାର ଶିକାର, ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରରେ ସର୍ବାଧିକ

The Sakala Picture
Published On

ନୂଆଦିଲ୍ଲୀ : ସରକାରୀ ଆକଳନ ଅନୁସାରେ ଭାରତରେ ବର୍ତ୍ତମାନ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନର ଶିକାର ଅଛନ୍ତି। ୩୩ ଲକ୍ଷ ମଧ୍ୟରୁ ୧୭.୭ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନର ଶିକାର ଅଛନ୍ତି। ତେବେ ଦେଶର ସବୁଠୁ ଅଧିକ ପୁଷ୍ଟିହୀନ ଶିଶୁ ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରରେ ଅଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଗାଯାଇଥିବା ଏକ ଆରଟିଆଇର ଜବାବରେ ଏହି ସୂଚନା ମିଳିଛି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ମଗାଯାଇଥିବା ଏକ ଆରଟିଆର ଉତ୍ତର […]

ନୂଆଦିଲ୍ଲୀ : ସରକାରୀ ଆକଳନ ଅନୁସାରେ ଭାରତରେ ବର୍ତ୍ତମାନ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନର ଶିକାର ଅଛନ୍ତି। ୩୩ ଲକ୍ଷ ମଧ୍ୟରୁ ୧୭.୭ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନର ଶିକାର ଅଛନ୍ତି। ତେବେ ଦେଶର ସବୁଠୁ ଅଧିକ ପୁଷ୍ଟିହୀନ ଶିଶୁ ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରରେ ଅଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଗାଯାଇଥିବା ଏକ ଆରଟିଆଇର ଜବାବରେ ଏହି ସୂଚନା ମିଳିଛି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ମଗାଯାଇଥିବା ଏକ ଆରଟିଆର ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ତେବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ରିପୋର୍ଟରେ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟ ପ୍ରଦାନ କରି ମୋଟ୍‌ ୩୩ ଲକ୍ଷ ୨୩ ହଜାର ୩୨୨ ପିଲା  ପୁଷ୍ଟିହୀନର ଶିକାର ବୋଲି କହିଛି।

ଆହୁରି ପଢ଼ନ୍ତୁ: ଅପରେସନ୍ ସିନ୍ଦୂରର ଅସଲ ହିରୋ 'ସୁଖୋଇ': ପାକ୍ ମାଟିରେ ମହିଳା ପାଇଲଟ୍‌ଙ୍କ ପରାକ୍ରମର ପୂରା କାହାଣୀ

ମନ୍ତ୍ରଣାଳୟ ଆକଳନ କରିଛି ଯେ କରୋନା ମହାମାରୀ ଯୋଗୁଁ ଗରିବ ଲୋକମାନେ ଉତ୍କଟ ସ୍ବାସ୍ଥ୍ୟ ସମସ୍ୟା ସହ ପୁଷ୍ଟିକର ଖାଦ୍ୟ ସଙ୍କଟ ମଧ୍ୟ ଚାଲିଯାଇଛନ୍ତି। ଯେଉଁ କାରଣରୁ ଦେଶରେ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ନେଇ ଚିନ୍ତାପ୍ରକଟ କରି କହିଛି ଯେ ୧୪ ଅକ୍ଟୋବର ୨୦୨୧ ସୁଦ୍ଧା ଦେଶରେ ୧୭.୭୬ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନତା ଶିକାର ଅଛନ୍ତି ଏବଂ ୧୫.୪୬ ଲକ୍ଷ ପିଲାଙ୍କର ପୁଷ୍ଟିହୀନତା ରହିଛି।

ଆହୁରି ପଢ଼ନ୍ତୁ: ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିବା ଦରଜୀଙ୍କୁ ୯୭୫ କୋଟି ଟଙ୍କାର ଆୟକର ନୋଟିସ୍, ଉଡ଼ିଗଲା ହୋସ୍

ମହାରାଷ୍ଟ୍ରରେ ସର୍ବାଧିକ ପୁଷ୍ଟିହୀନ ଶିଶୁ ରହିଛନ୍ତି। ମହାରାଷ୍ଟ୍ରରେ ୬.୧୬ ଲକ୍ଷ ଶିଶୁ ପୁଷ୍ଟିହୀନ ଥିବା ଜଣାପଡିଛି। ସେଥିମଧ୍ୟରୁ ୧,୫୭,୯୮୪ ପିଲା ପୁଷ୍ଟିହୀନ ଏବଂ ୪,୫୮,୭୮୮ ପିଲା ଗୁରୁତର ଭାବରେ ପୁଷ୍ଟିହୀନ ରହିଛନ୍ତି। ଏହି ତାଲିକାରେ ବିହାର ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ୪,୭୫,୮୨୪ ଲକ୍ଷ ପୁଷ୍ଟିହୀନ ଶିଶୁ ଅଛନ୍ତି। ଏଥି ସହିତ ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି, ଯେଉଁଠାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ୩.୨୦ ଲକ୍ଷ ଅଟେ। ଏଥିମଧ୍ୟରେ ୧,୫୫,୧୦୧ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନ  ଏବଂ ୧,୬୫,୩୬୪ ପୁଷ୍ଟିହୀନ ଶିକାର ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

07 Nov 2021 By The Sakala

ଭାରତରେ ୩୩ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପୁଷ୍ଟିହୀନତାର ଶିକାର, ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରରେ ସର୍ବାଧିକ

ନୂଆଦିଲ୍ଲୀ : ସରକାରୀ ଆକଳନ ଅନୁସାରେ ଭାରତରେ ବର୍ତ୍ତମାନ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନର ଶିକାର ଅଛନ୍ତି। ୩୩ ଲକ୍ଷ ମଧ୍ୟରୁ ୧୭.୭ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନର ଶିକାର ଅଛନ୍ତି। ତେବେ ଦେଶର ସବୁଠୁ ଅଧିକ ପୁଷ୍ଟିହୀନ ଶିଶୁ ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରରେ ଅଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଗାଯାଇଥିବା ଏକ ଆରଟିଆଇର ଜବାବରେ ଏହି ସୂଚନା ମିଳିଛି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ମଗାଯାଇଥିବା ଏକ ଆରଟିଆର ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ତେବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ରିପୋର୍ଟରେ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟ ପ୍ରଦାନ କରି ମୋଟ୍‌ ୩୩ ଲକ୍ଷ ୨୩ ହଜାର ୩୨୨ ପିଲା  ପୁଷ୍ଟିହୀନର ଶିକାର ବୋଲି କହିଛି।

ମନ୍ତ୍ରଣାଳୟ ଆକଳନ କରିଛି ଯେ କରୋନା ମହାମାରୀ ଯୋଗୁଁ ଗରିବ ଲୋକମାନେ ଉତ୍କଟ ସ୍ବାସ୍ଥ୍ୟ ସମସ୍ୟା ସହ ପୁଷ୍ଟିକର ଖାଦ୍ୟ ସଙ୍କଟ ମଧ୍ୟ ଚାଲିଯାଇଛନ୍ତି। ଯେଉଁ କାରଣରୁ ଦେଶରେ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ନେଇ ଚିନ୍ତାପ୍ରକଟ କରି କହିଛି ଯେ ୧୪ ଅକ୍ଟୋବର ୨୦୨୧ ସୁଦ୍ଧା ଦେଶରେ ୧୭.୭୬ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନତା ଶିକାର ଅଛନ୍ତି ଏବଂ ୧୫.୪୬ ଲକ୍ଷ ପିଲାଙ୍କର ପୁଷ୍ଟିହୀନତା ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ପୁଷ୍ଟିହୀନ ଶିଶୁ ରହିଛନ୍ତି। ମହାରାଷ୍ଟ୍ରରେ ୬.୧୬ ଲକ୍ଷ ଶିଶୁ ପୁଷ୍ଟିହୀନ ଥିବା ଜଣାପଡିଛି। ସେଥିମଧ୍ୟରୁ ୧,୫୭,୯୮୪ ପିଲା ପୁଷ୍ଟିହୀନ ଏବଂ ୪,୫୮,୭୮୮ ପିଲା ଗୁରୁତର ଭାବରେ ପୁଷ୍ଟିହୀନ ରହିଛନ୍ତି। ଏହି ତାଲିକାରେ ବିହାର ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ୪,୭୫,୮୨୪ ଲକ୍ଷ ପୁଷ୍ଟିହୀନ ଶିଶୁ ଅଛନ୍ତି। ଏଥି ସହିତ ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି, ଯେଉଁଠାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ୩.୨୦ ଲକ୍ଷ ଅଟେ। ଏଥିମଧ୍ୟରେ ୧,୫୫,୧୦୧ ଲକ୍ଷ ପିଲା ଗୁରୁତର ପୁଷ୍ଟିହୀନ  ଏବଂ ୧,୬୫,୩୬୪ ପୁଷ୍ଟିହୀନ ଶିକାର ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର