ଚୀନ୍ ଆମ ଜମି ଦଖଲ କରିଛି, ଏକଥା ବି ଗ୍ରହଣ କରନ୍ତୁ ମୋଦୀ ସରକାର : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ କୃଷି ଆଇନ ରଦ୍ଦ ଘୋଷଣା କରିବାର ଗୋଟିଏ ଦିନ ପରେ ଚୀନ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ଯେ ସରକାର ବର୍ତ୍ତମାନ ଚୀନ୍ ଦଖଲର ବାସ୍ତବତାକୁ ଗ୍ରହଣ କରିବା ଉଚିତ୍। अब चीनी क़ब्ज़े का सत्य भी मान […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ କୃଷି ଆଇନ ରଦ୍ଦ ଘୋଷଣା କରିବାର ଗୋଟିଏ ଦିନ ପରେ ଚୀନ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ଯେ ସରକାର ବର୍ତ୍ତମାନ ଚୀନ୍ ଦଖଲର ବାସ୍ତବତାକୁ ଗ୍ରହଣ କରିବା ଉଚିତ୍।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ରାହୁଲ ଗାନ୍ଧୀ ଟ୍ବିଟ୍‌ କରି କହିଛନ୍ତି ଯେ ଚୀନ LAC ନିକଟରେ ଭାରତୀୟ ଜମିକୁ ଦଖଲ କରିଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଏହାକୁ ମିଛ ବୋଲି ବାରମ୍ବାର କହିଆସୁଛନ୍ତି । ବର୍ତ୍ତମାନ ମୋଦୀ ସରକାର ସତ କହିବା ଆବଶ୍ୟକ ଏବଂ ଚୀନ ଦଖଲ କରିଥିବ ଜମିକୁ ଫେରାଇ ଆଣିବା ଉଚିତ।

ଅନ୍ୟପଟେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ମୋଦୀ ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଚୀନ୍ ଦଖଲରେ ଥିବା ଭାରତୀୟ ଅଞ୍ଚଳ ଫେରାଇ ଆଣିବାକୁ ଦାବି କରିଛନ୍ତି। ଚୀନ୍ ଆମ ଜମି ଦଖଲ କରିଛି, ମୋଦି କ’ଣ ଏହାକୁ ବି ମାନିବେ ଏବଂ ପ୍ରତିଟି ଇଞ୍ଚ ଚୀନ୍ ଦଖଲରୁ ମୁକ୍ତ କରିବେ କି ବୋଲି ସ୍ବାମୀ ପ୍ରଶ୍ନ କରିଛନ୍ତି ।

ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ ଚୀନ୍ ଆମ ଜମିକୁ ଦଖଲ କରିସାରିଛି ଏବଂ ମୋଦି ଏବଂ ତାଙ୍କ ସରକାର ଚୀନ୍ ଦଖଲରୁ ପ୍ରତି ଇଞ୍ଚ ଜମି ଫେରାଇ ଆଣିବାକୁ ଚେଷ୍ଟା କରିବେ କି? ତାଙ୍କର ଏହି ଟୁଇଟ୍ ଉପରେ ଅନେକ ଲୋକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜ୍ଝ ବି.କେ ଭରଦ୍ୱାଜ ନାମକ ଜଣେ ଟ୍ୱିଟର ୟୁଜର ପଚାରିଛନ୍ତି, “ସଂସଦରେ ପାରିତ ହୋଇଥିବା ଆଇନ କ’ଣ ଟିଭିରେ ରଦ୍ଦ ହୋଇପାରିବ?” ଏହାର ଜବାବରେ ବିଜେପି ସାଂସଦ ସ୍ବାମୀ ଲେଖିଛନ୍ତି ଯେ ସେ ଏହାକୁ ଫେରାଇ ନେବେ ବୋଲି କହିଛନ୍ତି, ଫେରାଇ ନାହାନ୍ତି। ସ୍ବାମୀ କହିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉଭୟ ଗୃହରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ।

20 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର