ଟିସିଏସ୍ ନାସିକ୍ ମାମଲା: ନିଦା ଖାନ୍ ଏଚଆର ମୁଖ୍ୟ ନା ବିପିଓ ଟେଲିକଲର? ସାମ୍ନାକୁ ଆସିଲା ବଡ଼ ସତ

Suryakanta Picture
Published On

ମହାରାଷ୍ଟ୍ରନାସିକ୍ ସ୍ଥିତ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (TCS) ର ଏକ ବିପିଓ (BPO) ୟୁନିଟରେ ଘଟିଥିବା ଯୌନ ନିର୍ଯାତନା ଏବଂ ଧର୍ମାନ୍ତରୀକରଣ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ନିଦା ଖାନ୍ଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ପ୍ରାଥମିକ ରିପୋର୍ଟ ଏବଂ ସୋସିଆଲ ମିଡିଆରେ ନିଦାଙ୍କୁ ଟିସିଏସ୍ ଏଚଆର (HR) ମୁଖ୍ୟ ବୋଲି ଦାବି କରାଯାଉଥିଲା, କିନ୍ତୁ ବର୍ତ୍ତମାନ କମ୍ପାନୀ ସୂତ୍ରରୁ ଏହାକୁ ଖଣ୍ଡନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କମ୍ପାନୀ ପକ୍ଷରୁ ମିଳିଲା ବଡ଼ ଅପଡେଟ୍

ସୂତ୍ର ଅନୁଯାୟୀ, ଅଭିଯୁକ୍ତ ନିଦା ଖାନ୍ କୌଣସି ମାନବ ସମ୍ବଳ (HR) ମୁଖ୍ୟ କିମ୍ବା ମ୍ୟାନେଜର ନୁହଁନ୍ତି। ସେ କମ୍ପାନୀର ଉକ୍ତ ୟୁନିଟରେ ଜଣେ ସାଧାରଣ ଟେଲିକଲର ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଲ୍ସ ଟିମ୍‌ର ଅଂଶବିଶେଷ ଥିଲେ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ତାଙ୍କର ଫଟୋରେ ଏଚଆର ମୁଖ୍ୟ ଭାବରେ ଦିଆଯାଇଥିବା ପରିଚୟ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଡିସେମ୍ବର ୨୦୨୧ ରେ ସେ ବିପିଓରେ ଯୋଗ ଦେଇଥିଲେ ଏବଂ ତାଙ୍କ ଉପରେ ଅତିକମରେ ତିନୋଟି ବରିଷ୍ଠ ପଦବୀ ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

କଣ ରହିଛି ପୂରା ମାମଲା?

ଟିସିଏସ୍‌ର ଏହି ୟୁନିଟରେ ମହିଳା କର୍ମଚାରୀମାନଙ୍କୁ ଯୌନ ନିର୍ଯାତନା ଦେବା, ହିନ୍ଦୁ ଦେବଦେବୀଙ୍କୁ ପରିହାସ କରିବା ଏବଂ ବାଧ୍ୟତାମୂଳକ ଭାବେ ଆମିଷ ଖୁଆଇ ଧର୍ମାନ୍ତରୀକରଣ କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୯ ଟି ଏଫଆଇଆର୍ (FIR) ରୁଜୁ ହୋଇଥିବା ବେଳେ ୭ ଜଣ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରଥମେ ଦାବି କରାଯାଉଥିଲା ଯେ ନିଦା ଖାନ୍ ଇଣ୍ଟରନାଲ୍ କମ୍ପ୍ଲେଣ୍ଟସ୍ କମିଟି (POSH) ର ସଦସ୍ୟା ଥାଇ ମଧ୍ୟ ଅଭିଯୋଗଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ପରିବାରର ଦାବି

ପୋଲିସ କହୁଛି ଯେ ନିଦା ଖାନ୍ ଫେରାର ଅଛନ୍ତି। କିନ୍ତୁ ଅନ୍ୟପଟେ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ୨୬ ବର୍ଷୀୟା ନିଦା ମୁମ୍ବାଇରେ ଅଛନ୍ତି ଏବଂ ସେ ଗର୍ଭବତୀ ଅଛନ୍ତି। ପରିବାର ଅନୁଯାୟୀ କୌଣସି ପୋଲିସ ତାଙ୍କ ଘରକୁ ଆସିନାହାଁନ୍ତି କିମ୍ବା ସେ ଫେରାର୍ ନାହାଁନ୍ତି। ଏହା ସହିତ ନିଦାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇ ତାଙ୍କର ମିଥ୍ୟା ପରିଚୟ ଭାଇରାଲ୍ କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର