ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ, ଗୁଜୁରାଟରୁ ଅଭିଯୁକ୍ତ ଗିରଫ

Madhusudan Das Picture
Published On

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ଚୌକିରେ ବସୁ ବସୁ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ । ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଜୀବନରୁ ମାରିଦେବାକୁ କଲ୍ ଆସିବା ପରେ ଆକ୍ସନ ମୁଡକୁ ଆସିଥିଲା ବିହାର ପୋଲିସ୍।  ଏପରି ଧମକ ଦେଇଥିବା ଯୁବକଙ୍କୁ ତୁରନ୍ତ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରୁ ଗିରଫ କରିଛି ପୋଲିସ । 

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଗିରଫ ହୋଇଥିବା ଅଭିଯୁକ୍ତର ନାମ ଶେଖର ଯାଦବ ବୋଲି ଜଣାପଡିଛି। ସାନନ୍ଦ ପୋଲିସ ଏବଂ ବିହାର ପୋଲିସର ଏକ ମିଳିତ ଅପରେସନରେ ଅଭିଯୁକ୍ତକୁ ସାନନ୍ଦ-କାଡି ରୋଡ୍ ନିକଟରୁ କାବୁ କରାଯାଇଥିଲା। ଏକ ମୋବାଇଲ୍ ଫୋନ୍ କଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ବିହାରର ମୁଙ୍ଗେର ଜିଲ୍ଲା ଅନ୍ତର୍ଗତ ସଂଗ୍ରାମପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅଧିକାରୀମାନଙ୍କ କହିବା ଅନୁଯାୟୀ, ସାନନ୍ଦ ପୋଲିସ ଇନ୍ସପେକ୍ଟର ବି.ଟି. ଗୋହିଲଙ୍କ ନେତୃତ୍ୱରେ ଉଭୟ ରାଜ୍ୟର ପୋଲିସ ଟିମ୍ ମିଳିତ ଭାବେ କାର୍ଯ୍ୟ କରିଥିଲେ। ସିସିଟିଭି ସର୍ଭିଲାନ୍ସ ଏବଂ ବୈଷୟିକ ତଥ୍ୟ ଆଧାରରେ ଅଭିଯୁକ୍ତର ଠିକଣା ଖୋଜି ବାହାର କରାଯାଇଥିଲା ଏବଂ ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଜେରା ବେଳେ ଶେଖର ଯାଦବ ଧମକ ଦେଇଥିବା କଥା ସ୍ୱୀକାର କରିଛନ୍ତି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ବିହାର ପୋଲିସକୁ ହସ୍ତାନ୍ତର କରାଯାଇଛି। ଗିରଫ ହେବା ସମୟରେ ଅଭିଯୁକ୍ତ ସାନନ୍ଦ ଅଞ୍ଚଳରେ ଥିବା ଏକ ଡ୍ରାଏ ପୋର୍ଟ କମ୍ପାନୀ ସହ ଜଡିତ ଏକ ଟ୍ରାନ୍ସପୋର୍ଟ ଗାଡିର ଡ୍ରାଇଭର ଭାବେ କାମ କରୁଥିଲେ। ସେ ମୂଳତଃ ବିହାରର ବାଙ୍କା ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅଧୀନରେ ମାମଲା ରୁଜୁ କରିଛନ୍ତି। ଏହି ଧମକ ପଛରେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏଥିରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର