ପୁଣି ଅପହରଣ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କଲେ ମାଓବାଦୀ

The Sakala Picture
Published On

ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମାଷ୍ଟର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା […]

ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମାଷ୍ଟର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା । ଏନେଇ ବିଜାପୁର ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ସୂଚନାଯୋଗ୍ୟ, ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ପଣବନ୍ଦୀ କରିଥିଲେ ମାଓବାଦୀ। ଆଉ ୬ ଦିନ ପରେ ଗୁରୁବାର ମାଓବାଦୀଙ୍କ କବଳରୁ ମୁକୁଳିଥିଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ । ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଛାଡିଥିଲେ ମାଓବାଦୀ । ସେଠାରୁ ଅନ୍ୟ ଯବାନମାନେ ବାଇକରେ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା । ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼

ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମଗାଯାଇଥିଲା । ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି । ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

ଆହୁରି ପଢ଼ନ୍ତୁ: "ଭଉଣୀକୁ ଘରେ ରଖିବି ନାହିଁ": ମେଘାଳୟ ହନିମୁନ୍ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ଜାମିନ ମିଳିବା ପରେ ଭାଇଙ୍କ ବଡ଼ ବୟାନ

09 Apr 2021 By The Sakala

ପୁଣି ଅପହରଣ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କଲେ ମାଓବାଦୀ

ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମାଷ୍ଟର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା । ଏନେଇ ବିଜାପୁର ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ପଣବନ୍ଦୀ କରିଥିଲେ ମାଓବାଦୀ। ଆଉ ୬ ଦିନ ପରେ ଗୁରୁବାର ମାଓବାଦୀଙ୍କ କବଳରୁ ମୁକୁଳିଥିଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ । ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଛାଡିଥିଲେ ମାଓବାଦୀ । ସେଠାରୁ ଅନ୍ୟ ଯବାନମାନେ ବାଇକରେ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା । ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ ।

ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମଗାଯାଇଥିଲା । ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି । ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର