ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଆକଳନ: ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସୋମବାର ବଡ଼ ବୟାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଡିସେମ୍ବରରେ ହିଁ ହେବ ବୋଲି ସେ କହିଛନ୍ତି। ମମତା କହିଛନ୍ତି ଯେ, ଯଦିଓ ନିର୍ବାଚନ ତାରିଖ ସ୍ଥିର ହୋଇନାହିଁ, ତଥାପି ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତି କରିସାରିଛି। ଦଳ ପ୍ରଚାର ଅଭିଯାନ ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି। ଯାହାଦ୍ବାରା ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର କାର୍ଯ୍ୟ ପାଇଁ […]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସୋମବାର ବଡ଼ ବୟାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଡିସେମ୍ବରରେ ହିଁ ହେବ ବୋଲି ସେ କହିଛନ୍ତି। ମମତା କହିଛନ୍ତି ଯେ, ଯଦିଓ ନିର୍ବାଚନ ତାରିଖ ସ୍ଥିର ହୋଇନାହିଁ, ତଥାପି ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତି କରିସାରିଛି। ଦଳ ପ୍ରଚାର ଅଭିଯାନ ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି। ଯାହାଦ୍ବାରା ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର କାର୍ଯ୍ୟ ପାଇଁ ହେଲିକପ୍ଟର ସୁବିଧା ମିଳିପାରିବ ନାହିଁ ବୋଲି ସେ କହିଛନ୍ତି। ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି । ଏପରିକି ନିର୍ବାଚନ ପୂର୍ବରୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିବା ନେଇ ମମତା ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର