ସଂସଦରେ ଲଖୀମ୍‌ପୁର ତାତି ; ୨୦ ଯାଏଁ ଗୃହ ମୁଲତବୀ

The Sakala Picture
Published On

ନୂଆଦିଲ୍ଲୀ : ଲଖିମପୁର ଖେରି ହିଂସାକୁ ନେଇ ଗୃହରେ ହଙ୍ଗାମା ଜାରି ରହିଛି। ଏଥିଯୋଗୁଁ ଗୃହର କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ବିରୋଧୀଙ୍କୁ ହଟ୍ଟଗୋଳ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କାଲି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଚାଷୀଙ୍କ ହତ୍ୟାକୁ ନେଇ ବିରୋଧୀ ସାଂସଦମାନେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବି କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଅନୁରୋଧ […]

ନୂଆଦିଲ୍ଲୀ : ଲଖିମପୁର ଖେରି ହିଂସାକୁ ନେଇ ଗୃହରେ ହଙ୍ଗାମା ଜାରି ରହିଛି। ଏଥିଯୋଗୁଁ ଗୃହର କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ବିରୋଧୀଙ୍କୁ ହଟ୍ଟଗୋଳ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କାଲି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଚାଷୀଙ୍କ ହତ୍ୟାକୁ ନେଇ ବିରୋଧୀ ସାଂସଦମାନେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବି କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଅନୁରୋଧ ସତ୍ତ୍ବେ ସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍ପତି ଗୃହକୁ ସୋମବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ରହିଥିଲା। ସରକାର ଏବଂ ବିରୋଧୀ ନେତାଙ୍କ ମଧ୍ୟରେ ବୈଠକ ପରେ ଅଧ୍ୟକ୍ଷ ଗୃହକୁ ସ୍ଥଗିତ ରଖିଥିଲେ। ଲଖିମପୁର ହିଂସାକୁ ନେଇ ଏସଆଇଟି ରିପୋର୍ଟ ଆସିବା ପରେ ବିରୋଧୀ ସକ୍ରିୟ ହୋଇ ଉଠିଛନ୍ତି। ଏସଆଇଟି ରିପୋର୍ଟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଚାଷୀଙ୍କ ଉପରେ ଜାଣିଶୁଣି ଏବଂ ସୁଚିନ୍ତିତ ଭାବେ ଗାଡି ଚଢ଼ା ଯାଇଥିଲା ବୋଲି ଏଥିରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ

18 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର