ସୁନା ଚୋରା ଚାଲାଣରେ ସାମିଲ ଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ

The Sakala Picture
Published On

କୋଚି: କେରଳ ସୁନା ଚୋରା ଚାଲାଣ ମାମଲାର ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ସ୍ବପ୍ନା ସୁରେଶ ମଙ୍ଗଳବାର ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ କୋଚିର ଏକ ଅଦାଲତରେ ଉପସ୍ଥିତ ହେବାପରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୁନା ଚୋରାଚାଲାଣରେ ସାମିଲ ଥିଲେ ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୧୬ରେ ବିଜୟନ ଦୁବାଇରେ ଥିଲେ। ଏହି ସମୟରେ ସେ ଟଙ୍କା ଭର୍ତ୍ତି ବ୍ୟାଗ ପଠାଇଥିଲେ। ସେ କୋର୍ଟଙ୍କୁ ମୁଖ୍ୟମନ୍ତ୍ରୀ, ତାଙ୍କର ପୂର୍ବତନ ପ୍ରମୁଖ ସଚିବ ଏମ. ଶିବଶଙ୍କର, […]

କୋଚି: କେରଳ ସୁନା ଚୋରା ଚାଲାଣ ମାମଲାର ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ସ୍ବପ୍ନା ସୁରେଶ ମଙ୍ଗଳବାର ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ କୋଚିର ଏକ ଅଦାଲତରେ ଉପସ୍ଥିତ ହେବାପରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୁନା ଚୋରାଚାଲାଣରେ ସାମିଲ ଥିଲେ ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୧୬ରେ ବିଜୟନ ଦୁବାଇରେ ଥିଲେ। ଏହି ସମୟରେ ସେ ଟଙ୍କା ଭର୍ତ୍ତି ବ୍ୟାଗ ପଠାଇଥିଲେ।

ଆହୁରି ପଢ଼ନ୍ତୁ: ଟିଏମସିରେ କନ୍ଦଳ: ନିର୍ବାଚନ ପରାଜୟ ପରେ ଅଭିଷେକ ବାନାର୍ଜୀ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ବଢୁଛି ଦୂରତା

ସେ କୋର୍ଟଙ୍କୁ ମୁଖ୍ୟମନ୍ତ୍ରୀ, ତାଙ୍କର ପୂର୍ବତନ ପ୍ରମୁଖ ସଚିବ ଏମ. ଶିବଶଙ୍କର, ବିଜୟନଙ୍କ ପତ୍ନୀ କମଳା, ଝିଅ ବୀଣା, ବ୍ୟକ୍ତିଗତ ସଚିବ ସି. ଏମ. ରବୀନ୍ଦ୍ରନ, ପୂର୍ବତନ ଅମଲା ନଳିନୀ ନେଟ୍ଟୋ ଏବଂ ପୂର୍ବତନ ମନ୍ତ୍ରୀ କେ.ଟି ଜଲିଲ୍‌ଙ୍କ ସମ୍ପୃକ୍ତି ବିଷୟରେ ଜଣାଇଛନ୍ତି। ପିନରାୟୀ ବିଜୟନ ୨୦୧୬ରେ ୟୁଏଇ ଗସ୍ତରେ ଥିବାବେଳେ ଏ ସବୁ ଆରମ୍ଭ ହୋଇଥିଲା। ସ୍ବପ୍ନା ବାଣିଜ୍ୟ ଦୂତାବାସର ସଚିବ ଥିବାବେଳେ ଶିବଶଙ୍କର ତାଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ବ୍ୟାଗ ନେବାକୁ ଭୁଲି ଯାଇଛନ୍ତି ବୋଲି କହିଥିଲେ। ଏହାକୁ ଦୁବାଇ ନେବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଡ୍ରଗ୍ସ ଫ୍ୟାକ୍ଟ୍ରି ଠାବ: ୧୪ କୋଟିର ନିଶାଦ୍ରବ୍ୟ ଜବତ, ମାଷ୍ଟରମାଇଣ୍ଡ ଅକରମ୍ ଖାନ୍ ଗିରଫ

ପରେ ବାଣିଜ୍ୟ ଦୂତାବାସର ଜଣେ କୂଟନୀତଜ୍ଞଙ୍କ ମାଧ୍ୟମରେ ଏହି ବ୍ୟାଗ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଥିଲା। ବ୍ୟାଗ୍‌ ପହଞ୍ଚିବା ପରେ ସେଥିରେ ଟଙ୍କା ଥିବା ଜଣାପଡିଥିଲା। ଏଭଳି ଭାବରେ ସବୁକିଛି ଆରମ୍ଭ ହୋଇଥିଲା। ଶିବଶଙ୍କରଙ୍କ ନିର୍ଦ୍ଦେଶ ପାଳ କରି ବିରିୟାନୀର ଭାରି ବାସନକୁସନକୁ ମହାବାଣିଜ୍ୟ ଦୂତାବାସରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘କ୍ଲିଫ ହାଉସ’ କୁ ନିଆଯାଉଥିଲା। ଏଥିରେ ବିରିୟାନୀ ବ୍ୟତୀତ ଅନ୍ୟ ଭାରି ସାମଗ୍ରୀ ମଧ୍ୟ ଥିଲା। ଏବେ ସବୁକିଛି କହିହେବ ନାହିଁ। ସମୟ ଆସିଲେ ସବୁ କିଛି ପ୍ରଘଟ କରିବେ ବୋଲି ସ୍ବପ୍ନା କହିଛନ୍ତି।  ଅନ୍ୟପଟେ କେରଳ ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ  ଏହାକୁ ରାଜନୈତିକ ଏଜେଣ୍ଡାର ଏକ ଅଂଶ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: କୋଟିଏ ଟଙ୍କା ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

08 Jun 2022 By The Sakala

ସୁନା ଚୋରା ଚାଲାଣରେ ସାମିଲ ଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ

କୋଚି: କେରଳ ସୁନା ଚୋରା ଚାଲାଣ ମାମଲାର ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ସ୍ବପ୍ନା ସୁରେଶ ମଙ୍ଗଳବାର ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ କୋଚିର ଏକ ଅଦାଲତରେ ଉପସ୍ଥିତ ହେବାପରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୁନା ଚୋରାଚାଲାଣରେ ସାମିଲ ଥିଲେ ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୧୬ରେ ବିଜୟନ ଦୁବାଇରେ ଥିଲେ। ଏହି ସମୟରେ ସେ ଟଙ୍କା ଭର୍ତ୍ତି ବ୍ୟାଗ ପଠାଇଥିଲେ।

ସେ କୋର୍ଟଙ୍କୁ ମୁଖ୍ୟମନ୍ତ୍ରୀ, ତାଙ୍କର ପୂର୍ବତନ ପ୍ରମୁଖ ସଚିବ ଏମ. ଶିବଶଙ୍କର, ବିଜୟନଙ୍କ ପତ୍ନୀ କମଳା, ଝିଅ ବୀଣା, ବ୍ୟକ୍ତିଗତ ସଚିବ ସି. ଏମ. ରବୀନ୍ଦ୍ରନ, ପୂର୍ବତନ ଅମଲା ନଳିନୀ ନେଟ୍ଟୋ ଏବଂ ପୂର୍ବତନ ମନ୍ତ୍ରୀ କେ.ଟି ଜଲିଲ୍‌ଙ୍କ ସମ୍ପୃକ୍ତି ବିଷୟରେ ଜଣାଇଛନ୍ତି। ପିନରାୟୀ ବିଜୟନ ୨୦୧୬ରେ ୟୁଏଇ ଗସ୍ତରେ ଥିବାବେଳେ ଏ ସବୁ ଆରମ୍ଭ ହୋଇଥିଲା। ସ୍ବପ୍ନା ବାଣିଜ୍ୟ ଦୂତାବାସର ସଚିବ ଥିବାବେଳେ ଶିବଶଙ୍କର ତାଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ବ୍ୟାଗ ନେବାକୁ ଭୁଲି ଯାଇଛନ୍ତି ବୋଲି କହିଥିଲେ। ଏହାକୁ ଦୁବାଇ ନେବାକୁ କହିଥିଲେ।

ପରେ ବାଣିଜ୍ୟ ଦୂତାବାସର ଜଣେ କୂଟନୀତଜ୍ଞଙ୍କ ମାଧ୍ୟମରେ ଏହି ବ୍ୟାଗ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଥିଲା। ବ୍ୟାଗ୍‌ ପହଞ୍ଚିବା ପରେ ସେଥିରେ ଟଙ୍କା ଥିବା ଜଣାପଡିଥିଲା। ଏଭଳି ଭାବରେ ସବୁକିଛି ଆରମ୍ଭ ହୋଇଥିଲା। ଶିବଶଙ୍କରଙ୍କ ନିର୍ଦ୍ଦେଶ ପାଳ କରି ବିରିୟାନୀର ଭାରି ବାସନକୁସନକୁ ମହାବାଣିଜ୍ୟ ଦୂତାବାସରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘କ୍ଲିଫ ହାଉସ’ କୁ ନିଆଯାଉଥିଲା। ଏଥିରେ ବିରିୟାନୀ ବ୍ୟତୀତ ଅନ୍ୟ ଭାରି ସାମଗ୍ରୀ ମଧ୍ୟ ଥିଲା। ଏବେ ସବୁକିଛି କହିହେବ ନାହିଁ। ସମୟ ଆସିଲେ ସବୁ କିଛି ପ୍ରଘଟ କରିବେ ବୋଲି ସ୍ବପ୍ନା କହିଛନ୍ତି।  ଅନ୍ୟପଟେ କେରଳ ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ  ଏହାକୁ ରାଜନୈତିକ ଏଜେଣ୍ଡାର ଏକ ଅଂଶ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର