ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ବଲ ରେଭାନ୍ନାଙ୍କ ଲୋକସଭା ସଦସ୍ୟତା ରଦ୍ଦ କଲେ ହାଇକୋର୍ଟ

The Sakala Picture
Published On

ବେଙ୍ଗାଲୁରୁ: ନିର୍ବାଚନ କମିଶନଙ୍କ ନିକଟରେ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ ଅଭିଯୋଗରେ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ବଲ ରେଭାନ୍ନାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ହାସନ ଆସନରେ ତାଙ୍କ ଠାରୁ ହାରିଥିବା ବିଜେପି ପ୍ରାର୍ଥୀ ଅର୍କାଲାଗୁଡୁ ମଞ୍ଜୁ, ରେଭାନ୍ନାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ଦାବି କରି ୨୦୧୯ରେ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଜ୍ଜ୍ବଲ ରେଭାନ୍ନା ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ […]

ବେଙ୍ଗାଲୁରୁ: ନିର୍ବାଚନ କମିଶନଙ୍କ ନିକଟରେ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ ଅଭିଯୋଗରେ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ବଲ ରେଭାନ୍ନାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ହାସନ ଆସନରେ ତାଙ୍କ ଠାରୁ ହାରିଥିବା ବିଜେପି ପ୍ରାର୍ଥୀ ଅର୍କାଲାଗୁଡୁ ମଞ୍ଜୁ, ରେଭାନ୍ନାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ଦାବି କରି ୨୦୧୯ରେ ହାଇକୋର୍ଟରେ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା ଖାଲରେ ପଡିଲା ଆମ୍ବୁଲାନ୍ସ, ବ୍ରେନ୍ ଡେଡ୍ ମହିଳାଙ୍କ ଶରୀରରେ ଫେରିଆସିଲା ଜୀବନ

୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଜ୍ଜ୍ବଲ ରେଭାନ୍ନା ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ରେଭାନ୍ନା ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ କର୍ଣ୍ଣାଟକରୁ ଏକମାତ୍ର ଜେଡିଏସ୍ ସାଂସଦ ଥିଲେ ।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଜ୍ଜ୍ବଲ ରେଭାନ୍ନା ତାଙ୍କ ପ୍ରଥମ ପ୍ରୟାସରେ ହିଁ ଜିତିଥିଲେ। ତାଙ୍କ ଠାରୁ ହାରିଥିବା ବିଜେପି ପ୍ରାର୍ଥୀ ନିଜ ପିଟିସନରେ ଅଭିଯୋଗ କରିଥିଲେ ଯେ ପ୍ରଜ୍ଜ୍ବଲ ରେଭାନ୍ନା ତାଉ ସତ୍ୟପାଠରେ ଭୁଲ ତଥ୍ୟ ଦେଇ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଅଭିଯୋଗ କରିଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନ ବେଳେ ରେଭାନ୍ନା ତାଙ୍କ ୨୪ କୋଟିରୁ ଅଧିକ ଆୟ ସମ୍ପର୍କରେ ସୂଚନା ଲୁଚାଇଥିଲେ । ଉଲ୍ଲେଖଯୋଗ୍ୟ, ରେଭାନ୍ନା ହେଉଛନ୍ତି ଜେଡିଏସର ଜାତୀୟ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ସେ ୨୦୧୯ ନିର୍ବାଚନରେ ଦଳର ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

01 Sep 2023 By The Sakala

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ବଲ ରେଭାନ୍ନାଙ୍କ ଲୋକସଭା ସଦସ୍ୟତା ରଦ୍ଦ କଲେ ହାଇକୋର୍ଟ

ବେଙ୍ଗାଲୁରୁ: ନିର୍ବାଚନ କମିଶନଙ୍କ ନିକଟରେ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ ଅଭିଯୋଗରେ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ବଲ ରେଭାନ୍ନାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ହାସନ ଆସନରେ ତାଙ୍କ ଠାରୁ ହାରିଥିବା ବିଜେପି ପ୍ରାର୍ଥୀ ଅର୍କାଲାଗୁଡୁ ମଞ୍ଜୁ, ରେଭାନ୍ନାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ଦାବି କରି ୨୦୧୯ରେ ହାଇକୋର୍ଟରେ ଆବେଦନ କରିଥିଲେ।

୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଜ୍ଜ୍ବଲ ରେଭାନ୍ନା ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ରେଭାନ୍ନା ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ କର୍ଣ୍ଣାଟକରୁ ଏକମାତ୍ର ଜେଡିଏସ୍ ସାଂସଦ ଥିଲେ ।

ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଜ୍ଜ୍ବଲ ରେଭାନ୍ନା ତାଙ୍କ ପ୍ରଥମ ପ୍ରୟାସରେ ହିଁ ଜିତିଥିଲେ। ତାଙ୍କ ଠାରୁ ହାରିଥିବା ବିଜେପି ପ୍ରାର୍ଥୀ ନିଜ ପିଟିସନରେ ଅଭିଯୋଗ କରିଥିଲେ ଯେ ପ୍ରଜ୍ଜ୍ବଲ ରେଭାନ୍ନା ତାଉ ସତ୍ୟପାଠରେ ଭୁଲ ତଥ୍ୟ ଦେଇ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଅଭିଯୋଗ କରିଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନ ବେଳେ ରେଭାନ୍ନା ତାଙ୍କ ୨୪ କୋଟିରୁ ଅଧିକ ଆୟ ସମ୍ପର୍କରେ ସୂଚନା ଲୁଚାଇଥିଲେ । ଉଲ୍ଲେଖଯୋଗ୍ୟ, ରେଭାନ୍ନା ହେଉଛନ୍ତି ଜେଡିଏସର ଜାତୀୟ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ସେ ୨୦୧୯ ନିର୍ବାଚନରେ ଦଳର ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର