ଦୋକାନୀ-ଡାକ୍ତର-କମ୍ପାନୀ ମେଣ୍ଟ : ଗରିବଙ୍କ ପାଖରେ ପହଞ୍ଚୁନି ‘ଜନ ଔଷଧି’

The Sakala Picture
Published On

ଭୁବନେଶ୍ୱର : ଗରିବ ଲୋକମାନଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ‘ଜନ ଔଷଧି’ ଯୋଜନା ପ୍ରଚଳନ କରିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିସରରେ ଜନ ଔଷଧି ଦୋକାନ ଖୋଲାଯିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ହେଲେ ସାଧାରଣ ଔଷଧକୁ ଚଢ଼ା ମୂଲ୍ୟ ଲେଖି ବଜାର ଛାଡ଼ୁଥିବା କିଛି ନିର୍ଦ୍ଦିଷ୍ଟ କମ୍ପାନୀ, ଏହାକୁ ବିକ୍ରି କରୁଥିବା ଦୋକାନୀ ଓ ଚିଠା ଲେଖୁଥିବା ଡାକ୍ତରଙ୍କ ମେଣ୍ଟ ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକମାନେ ଜନ ଔଷଧି […]

ଭୁବନେଶ୍ୱର : ଗରିବ ଲୋକମାନଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ‘ଜନ ଔଷଧି’ ଯୋଜନା ପ୍ରଚଳନ କରିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିସରରେ ଜନ ଔଷଧି ଦୋକାନ ଖୋଲାଯିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ହେଲେ ସାଧାରଣ ଔଷଧକୁ ଚଢ଼ା ମୂଲ୍ୟ ଲେଖି ବଜାର ଛାଡ଼ୁଥିବା କିଛି ନିର୍ଦ୍ଦିଷ୍ଟ କମ୍ପାନୀ, ଏହାକୁ ବିକ୍ରି କରୁଥିବା ଦୋକାନୀ ଓ ଚିଠା ଲେଖୁଥିବା ଡାକ୍ତରଙ୍କ ମେଣ୍ଟ ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକମାନେ ଜନ ଔଷଧି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗଟି ହେଉଛି କିଛି ସରକାରୀ ଅଧିକାରୀ ଏଥିରେ ପରୋକ୍ଷ ପ୍ରୋତ୍ସାହନ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ୧୩ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହେଲାଣି, ହେଲେ ଲକ୍ଷ୍ୟ ଧାର୍ଯ୍ୟ ୪୦୦ ଦୋକାନ ବି ଖୋଲାଯାଇ ପାରିନାହିଁ। ସେହିପରି ୩୬୧ ପ୍ରକାର ଔଷଧ ଏହି ଦୋକାନରେ ବିକ୍ରିର ବ୍ୟବସ୍ଥା କରାଯାଇଥିବା ବେଳେ ରାଜ୍ୟରେ ମାତ୍ର ଏଯାଏ ୧୨୦ ପ୍ରକାରର ଔଷଧ ବିକ୍ରି କରାଯାଉଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଯୋଜନା ଆରମ୍ଭ ହେବାର ବର୍ଷକ ମଧ୍ୟରେ ସାରା ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରେ ୪୦୦ ଜନ ଔଷଧି ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଥିଲା। ୨୦୦୮ ମସିହାରେ ଏହି ଶସ୍ତା ସରକାରୀ ଔଷଧ ଦୋକାନ ଆରମ୍ଭ ହୋଇଥିଲେ ହେଁ ଏନ୍‍ଡିଏ ସରକାର କ୍ଷମତାକୁ ଆସିବା ପରେ ୨୦୧୫ରେ ଏହାକୁ ନବୀକୃତ କରାଯାଇଥିଲା। ଇତିମଧ୍ୟରେ ଆହୁରି ୭ ବର୍ଷ ବିତିଗଲାଣି, ମାତ୍ର ଔଷଧ କମ୍ପାନୀ, ଡାକ୍ତର ଓ ଔଷଧ ଦୋକାନୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏହି ଔଷଧର ପ୍ରଚାର ପ୍ରସାର ହୋଇପାରୁ ନାହିଁ; ସାଧାରଣ ଲୋକମାନେ ମଧ୍ୟ ଏହାଦ୍ୱାରା ଲାଭବାନ ହେଉ ନାହାନ୍ତି। ଏହି ଔଷଧରେ କମ୍‍ ଲାଭ ହେଉଥିବାରୁ ଏହାକୁ ବିକ୍ରି ପାଇଁ ଦୋକାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନୁରୂପ ଭାବରେ ଏହାକୁ କ୍ରୟ କରିବା ପାଇଁ ଡ଼ାକ୍ତରମାନେ ମଧ୍ୟ ପ୍ରେସକ୍ରିପ୍‍ସନ ଲେଖୁନାହାନ୍ତି।

ଆହୁରି ପଢ଼ନ୍ତୁ: ଓ୍ୱାଶିଂଟନ ଡିସି ମେୟର ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ରିନି ସମ୍ପତ, ରଚିଲେ ଇତିହାସ

ସାଧାରଣ ୫୦୦ ମିଲିଗ୍ରାମର ପାରାସିଟାମଲ ବଟିକା ବଜାରରେ ଗୋଟିକୁ ଦେଢ଼ ଟଙ୍କାରୁ ୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜନ ଔଷଧି ଦୋକାନରେ ଏହାର ୧୦ଟିର ମୂଲ୍ୟ ମାତ୍ର ୩ଟଙ୍କା ୩ ପଇସା। ସେହିପରି ଡାଇକ୍ଲୋଫାନାଇକ ମଲମ (୧୫ ମିଲିଗ୍ରାମ)ର ମୂଲ୍ୟ ଜନ ଔଷଧି ଦୋକାନରେ ୧୩ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଏହାକୁ ଅନ୍ୟ ବଜାର ମୂଲ୍ୟ ୬୦ ଟଙ୍କାରୁ ଅଧିକ। ଅନୁରୂପ ଭାବରେ ୧୦ଟି ଲେଖାଏ ବଟିକା ଥିବା ଆମୋକ୍ସିଲିନ୍‍ ୫୦୦ ମିଲିଗ୍ରାମର ମୂଲ୍ୟ ଟ୨୪.୨୨ ପଇସା, ଫଲିକ୍‍ ଏସିଡ୍‍ ୫ ମିଲିଗ୍ରାମର ମୂଲ୍ୟ ଟ୨.୮୦ ପଇସା ଏବଂ ଆଇରନ୍‍ ଓ ଫଲିକ୍‍ ଏସିଡ୍‍ ସିରପ୍‍ (୨୦୦ ମିଲି)ର ମୂଲ୍ୟ ୩୮ .୮୦ ପଇସା ଥିବା ବେଳେ ବଜାରରେ ଅନ୍ୟ କମ୍ପାନୀଗୁଡ଼ିକର ସମାନ ମାତ୍ରା ଥିବା ବଟିକା ବା ସିରପ୍‍ର ମୂଲ୍ୟ ୨ରୁ ୫ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଅନ୍ୟାନ୍ୟ ଔଷଧ, ବଟିକା, ଇଞ୍ଜେକ୍ସନ ଓ ମଲମର ମୂଲ୍ୟରେ ମଧ୍ୟ ଯଥେଷ୍ଟ ପ୍ରଭେଦ ରହିଛି।

ଆହୁରି ପଢ଼ନ୍ତୁ: ବଦଳିବ ଇନ୍ଧନ ଗେମ୍... ଏବେ ପେଟ୍ରୋଲରେ ମିଶିବ ୮୫% ଇଥାନଲ! କେନ୍ଦ୍ର ସରକାର ଜାରି କଲେ ଡ୍ରାଫ୍ଟ ନୋଟିଫିକେସନ୍

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଖ୍ୟାତିସମ୍ପନ୍ନ ଔଷଧ କମ୍ପାନୀଗୁଡ଼ିକର ବଜାରରେ ଚାହିଦା ଥିବାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ବିକ୍ରି ବୃଦ୍ଧି ପାଇଁ ପ୍ରତିନିଧି ନିଯୁକ୍ତି କରି ନ ଥା’ନ୍ତି। ଯାହାର ଫାଇଦା କେତେକ ନିର୍ଦ୍ଦିଷ୍ଟ ନିମ୍ନମାନର ଔଷଧ କମ୍ପାନୀ ନେଇଥାଆନ୍ତି। ସରକାରୀ ନିୟମ ଅନୁସାରେ ଏହି ନିମ୍ନମାନର ଔଷଧଗୁଡ଼ିକୁ ଭେଜାଲ ବୋଲି କୁହାଯାଇ ପାରୁ ନ ଥିବାରୁ ଓ ଅଧିକ ଲାଭ ହେଉ ଥିବାରୁ କେତେକ ଔଷଧ ଦୋକାନୀ ମଧ୍ୟ ଏହି ସାମଗ୍ରୀକୁ ଅଗ୍ରାଧିକାର ଭିତ୍ତିରେ ବିକ୍ରି କରୁଛନ୍ତି। ବିଶେଷକରି ନିର୍ଦ୍ଦିଷ୍ଟ କେତେକ ଡାକ୍ତର ଏହି ନିମ୍ନମାନର ଔଷଧଗୁଡ଼ିକର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି। ଔଷଧ ଦୋକାନୀଙ୍କ ପ୍ରରୋଚନାରେ ସହଜରେ ରୋଗ ଭଲ ହେଉଥିବା ଔଷଧ ଲେଖିବା ପରିବର୍ତ୍ତେ ଏହି ଡାକ୍ତରମାନେ ଛୋଟଛୋଟ କମ୍ପାନୀର ଦାମୀ ଔଷଧ ଲେଖୁଥିବା ଅଭିଯୋଗ ହେଉଛି। ଏହି ଔଷଧ ବିକ୍ରି କରି ଦୋକାନୀ ବେଶ୍‍ ମୁନାଫା ଉଠାଉଥିବା ବେଳେ ଚିଠା ଲେଖୁଥିବା ଡାକ୍ତରମାନେ ବି ଏ ବାବଦରେ ବେଶ୍‍ ଉପକୃତ ହେଉଛନ୍ତି। ସାଧାରଣ ରୋଗୀ ଶୋଷିତ ହେଉଥିବାବେଳେ ଫାଇଦା ଅନ୍ୟ ଦିଗକୁ ଯାଉଛି। ଏହି ସିଣ୍ଡିକେଟ୍‍ ଜନ ଔଷଧି ଦୋକାନ ଖୋଲାଯିବା ଦିଗରେ ଯୋଜନାବଦ୍ଧ ଭାବରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ରାଜ୍ୟରେ ଅଧିକ ପରିମାଣରେ ଜନ ଔଷଧି ଦୋକାନ ଖୋଲାଯିବା ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

24 Jan 2022 By The Sakala

ଦୋକାନୀ-ଡାକ୍ତର-କମ୍ପାନୀ ମେଣ୍ଟ : ଗରିବଙ୍କ ପାଖରେ ପହଞ୍ଚୁନି ‘ଜନ ଔଷଧି’

ଭୁବନେଶ୍ୱର : ଗରିବ ଲୋକମାନଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ‘ଜନ ଔଷଧି’ ଯୋଜନା ପ୍ରଚଳନ କରିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିସରରେ ଜନ ଔଷଧି ଦୋକାନ ଖୋଲାଯିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ହେଲେ ସାଧାରଣ ଔଷଧକୁ ଚଢ଼ା ମୂଲ୍ୟ ଲେଖି ବଜାର ଛାଡ଼ୁଥିବା କିଛି ନିର୍ଦ୍ଦିଷ୍ଟ କମ୍ପାନୀ, ଏହାକୁ ବିକ୍ରି କରୁଥିବା ଦୋକାନୀ ଓ ଚିଠା ଲେଖୁଥିବା ଡାକ୍ତରଙ୍କ ମେଣ୍ଟ ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକମାନେ ଜନ ଔଷଧି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗଟି ହେଉଛି କିଛି ସରକାରୀ ଅଧିକାରୀ ଏଥିରେ ପରୋକ୍ଷ ପ୍ରୋତ୍ସାହନ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ୧୩ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହେଲାଣି, ହେଲେ ଲକ୍ଷ୍ୟ ଧାର୍ଯ୍ୟ ୪୦୦ ଦୋକାନ ବି ଖୋଲାଯାଇ ପାରିନାହିଁ। ସେହିପରି ୩୬୧ ପ୍ରକାର ଔଷଧ ଏହି ଦୋକାନରେ ବିକ୍ରିର ବ୍ୟବସ୍ଥା କରାଯାଇଥିବା ବେଳେ ରାଜ୍ୟରେ ମାତ୍ର ଏଯାଏ ୧୨୦ ପ୍ରକାରର ଔଷଧ ବିକ୍ରି କରାଯାଉଥିବା ସୂଚନା ମିଳିଛି।

ଯୋଜନା ଆରମ୍ଭ ହେବାର ବର୍ଷକ ମଧ୍ୟରେ ସାରା ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରେ ୪୦୦ ଜନ ଔଷଧି ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଥିଲା। ୨୦୦୮ ମସିହାରେ ଏହି ଶସ୍ତା ସରକାରୀ ଔଷଧ ଦୋକାନ ଆରମ୍ଭ ହୋଇଥିଲେ ହେଁ ଏନ୍‍ଡିଏ ସରକାର କ୍ଷମତାକୁ ଆସିବା ପରେ ୨୦୧୫ରେ ଏହାକୁ ନବୀକୃତ କରାଯାଇଥିଲା। ଇତିମଧ୍ୟରେ ଆହୁରି ୭ ବର୍ଷ ବିତିଗଲାଣି, ମାତ୍ର ଔଷଧ କମ୍ପାନୀ, ଡାକ୍ତର ଓ ଔଷଧ ଦୋକାନୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏହି ଔଷଧର ପ୍ରଚାର ପ୍ରସାର ହୋଇପାରୁ ନାହିଁ; ସାଧାରଣ ଲୋକମାନେ ମଧ୍ୟ ଏହାଦ୍ୱାରା ଲାଭବାନ ହେଉ ନାହାନ୍ତି। ଏହି ଔଷଧରେ କମ୍‍ ଲାଭ ହେଉଥିବାରୁ ଏହାକୁ ବିକ୍ରି ପାଇଁ ଦୋକାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନୁରୂପ ଭାବରେ ଏହାକୁ କ୍ରୟ କରିବା ପାଇଁ ଡ଼ାକ୍ତରମାନେ ମଧ୍ୟ ପ୍ରେସକ୍ରିପ୍‍ସନ ଲେଖୁନାହାନ୍ତି।

ସାଧାରଣ ୫୦୦ ମିଲିଗ୍ରାମର ପାରାସିଟାମଲ ବଟିକା ବଜାରରେ ଗୋଟିକୁ ଦେଢ଼ ଟଙ୍କାରୁ ୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜନ ଔଷଧି ଦୋକାନରେ ଏହାର ୧୦ଟିର ମୂଲ୍ୟ ମାତ୍ର ୩ଟଙ୍କା ୩ ପଇସା। ସେହିପରି ଡାଇକ୍ଲୋଫାନାଇକ ମଲମ (୧୫ ମିଲିଗ୍ରାମ)ର ମୂଲ୍ୟ ଜନ ଔଷଧି ଦୋକାନରେ ୧୩ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଏହାକୁ ଅନ୍ୟ ବଜାର ମୂଲ୍ୟ ୬୦ ଟଙ୍କାରୁ ଅଧିକ। ଅନୁରୂପ ଭାବରେ ୧୦ଟି ଲେଖାଏ ବଟିକା ଥିବା ଆମୋକ୍ସିଲିନ୍‍ ୫୦୦ ମିଲିଗ୍ରାମର ମୂଲ୍ୟ ଟ୨୪.୨୨ ପଇସା, ଫଲିକ୍‍ ଏସିଡ୍‍ ୫ ମିଲିଗ୍ରାମର ମୂଲ୍ୟ ଟ୨.୮୦ ପଇସା ଏବଂ ଆଇରନ୍‍ ଓ ଫଲିକ୍‍ ଏସିଡ୍‍ ସିରପ୍‍ (୨୦୦ ମିଲି)ର ମୂଲ୍ୟ ୩୮ .୮୦ ପଇସା ଥିବା ବେଳେ ବଜାରରେ ଅନ୍ୟ କମ୍ପାନୀଗୁଡ଼ିକର ସମାନ ମାତ୍ରା ଥିବା ବଟିକା ବା ସିରପ୍‍ର ମୂଲ୍ୟ ୨ରୁ ୫ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଅନ୍ୟାନ୍ୟ ଔଷଧ, ବଟିକା, ଇଞ୍ଜେକ୍ସନ ଓ ମଲମର ମୂଲ୍ୟରେ ମଧ୍ୟ ଯଥେଷ୍ଟ ପ୍ରଭେଦ ରହିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଖ୍ୟାତିସମ୍ପନ୍ନ ଔଷଧ କମ୍ପାନୀଗୁଡ଼ିକର ବଜାରରେ ଚାହିଦା ଥିବାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ବିକ୍ରି ବୃଦ୍ଧି ପାଇଁ ପ୍ରତିନିଧି ନିଯୁକ୍ତି କରି ନ ଥା’ନ୍ତି। ଯାହାର ଫାଇଦା କେତେକ ନିର୍ଦ୍ଦିଷ୍ଟ ନିମ୍ନମାନର ଔଷଧ କମ୍ପାନୀ ନେଇଥାଆନ୍ତି। ସରକାରୀ ନିୟମ ଅନୁସାରେ ଏହି ନିମ୍ନମାନର ଔଷଧଗୁଡ଼ିକୁ ଭେଜାଲ ବୋଲି କୁହାଯାଇ ପାରୁ ନ ଥିବାରୁ ଓ ଅଧିକ ଲାଭ ହେଉ ଥିବାରୁ କେତେକ ଔଷଧ ଦୋକାନୀ ମଧ୍ୟ ଏହି ସାମଗ୍ରୀକୁ ଅଗ୍ରାଧିକାର ଭିତ୍ତିରେ ବିକ୍ରି କରୁଛନ୍ତି। ବିଶେଷକରି ନିର୍ଦ୍ଦିଷ୍ଟ କେତେକ ଡାକ୍ତର ଏହି ନିମ୍ନମାନର ଔଷଧଗୁଡ଼ିକର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି। ଔଷଧ ଦୋକାନୀଙ୍କ ପ୍ରରୋଚନାରେ ସହଜରେ ରୋଗ ଭଲ ହେଉଥିବା ଔଷଧ ଲେଖିବା ପରିବର୍ତ୍ତେ ଏହି ଡାକ୍ତରମାନେ ଛୋଟଛୋଟ କମ୍ପାନୀର ଦାମୀ ଔଷଧ ଲେଖୁଥିବା ଅଭିଯୋଗ ହେଉଛି। ଏହି ଔଷଧ ବିକ୍ରି କରି ଦୋକାନୀ ବେଶ୍‍ ମୁନାଫା ଉଠାଉଥିବା ବେଳେ ଚିଠା ଲେଖୁଥିବା ଡାକ୍ତରମାନେ ବି ଏ ବାବଦରେ ବେଶ୍‍ ଉପକୃତ ହେଉଛନ୍ତି। ସାଧାରଣ ରୋଗୀ ଶୋଷିତ ହେଉଥିବାବେଳେ ଫାଇଦା ଅନ୍ୟ ଦିଗକୁ ଯାଉଛି। ଏହି ସିଣ୍ଡିକେଟ୍‍ ଜନ ଔଷଧି ଦୋକାନ ଖୋଲାଯିବା ଦିଗରେ ଯୋଜନାବଦ୍ଧ ଭାବରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ରାଜ୍ୟରେ ଅଧିକ ପରିମାଣରେ ଜନ ଔଷଧି ଦୋକାନ ଖୋଲାଯିବା ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର