ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ମିନିଟରେ ୨ଟି ବିସ୍ଫୋରଣ, ୨ ଯବାନ ଆହତ

The Sakala Picture
Published On

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି । ମାତ୍ର ପାଞ୍ଚ ମିନିଟ ବ୍ୟବଧାନରେ ଏହି ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ପୁଲିସ ଓ ଅଗ୍ନିଶମବାହିନୀ ଟିମ୍ ତୁରନ୍ତ ପହଞ୍ଚିଥିଲେ। #WATCH | […]

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି । ମାତ୍ର ପାଞ୍ଚ ମିନିଟ ବ୍ୟବଧାନରେ ଏହି ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ପୁଲିସ ଓ ଅଗ୍ନିଶମବାହିନୀ ଟିମ୍ ତୁରନ୍ତ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇଛି କି? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ବିସ୍ଫୋରଣ ଶବ୍ଦ ଜମ୍ମୁ ଏୟାରଫୋର୍ସ ଷ୍ଟେସନର ପରିସରରେ ଥିବା ଟେକ୍ନିକାଲ୍ ଏୟାରପୋର୍ଟରେ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳ ହାଇ ସିକ୍ୟୁରିଟି ଜୋନ୍ ଭିତରେ ଆସୁଛି । କୁହାଯାଉଛି ଗୋଟିଏ ବିସ୍ଫୋରଣ ବିଲ୍ଡିଂ ଛାତ ଉପରେ ଓ ଅନ୍ୟଟି ତଳେ ହୋଇଥିଲା । ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା ।

NIA ଟିମ୍ ଏବଂ NSG କମାଣ୍ଡୋ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏୟାରଫୋର୍ସ ଷ୍ଟେସନରେ ଦୁଇଟି ବିସ୍ଫୋରଣ ହେତୁ ଜମ୍ମୁରେ ସୁରକ୍ଷା କଡାକଡି କରାଯାଇଛି। ସର୍ଚ୍ଚ ଅପରେସନ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦାରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ବିସ୍ଫୋରଣର ପ୍ରକୃତ କାରଣ ବି ଏଯାଏ ଜଣାପଡିନି । ଡ୍ରୋନ୍ ଯୋଗେ ଏହି ବିସ୍ଫୋରଣ କରାଯାଇଥିବା ଆଶଙ୍କା କରାଯାଉଛି ।

27 Jun 2021 By The Sakala

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ମିନିଟରେ ୨ଟି ବିସ୍ଫୋରଣ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି । ମାତ୍ର ପାଞ୍ଚ ମିନିଟ ବ୍ୟବଧାନରେ ଏହି ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ପୁଲିସ ଓ ଅଗ୍ନିଶମବାହିନୀ ଟିମ୍ ତୁରନ୍ତ ପହଞ୍ଚିଥିଲେ।

ବିସ୍ଫୋରଣ ଶବ୍ଦ ଜମ୍ମୁ ଏୟାରଫୋର୍ସ ଷ୍ଟେସନର ପରିସରରେ ଥିବା ଟେକ୍ନିକାଲ୍ ଏୟାରପୋର୍ଟରେ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳ ହାଇ ସିକ୍ୟୁରିଟି ଜୋନ୍ ଭିତରେ ଆସୁଛି । କୁହାଯାଉଛି ଗୋଟିଏ ବିସ୍ଫୋରଣ ବିଲ୍ଡିଂ ଛାତ ଉପରେ ଓ ଅନ୍ୟଟି ତଳେ ହୋଇଥିଲା । ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା ।

NIA ଟିମ୍ ଏବଂ NSG କମାଣ୍ଡୋ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏୟାରଫୋର୍ସ ଷ୍ଟେସନରେ ଦୁଇଟି ବିସ୍ଫୋରଣ ହେତୁ ଜମ୍ମୁରେ ସୁରକ୍ଷା କଡାକଡି କରାଯାଇଛି। ସର୍ଚ୍ଚ ଅପରେସନ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦାରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ବିସ୍ଫୋରଣର ପ୍ରକୃତ କାରଣ ବି ଏଯାଏ ଜଣାପଡିନି । ଡ୍ରୋନ୍ ଯୋଗେ ଏହି ବିସ୍ଫୋରଣ କରାଯାଇଥିବା ଆଶଙ୍କା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର