ମନୋରଞ୍ଜନ
ଜେଲରେ ଅଗ୍ନିକାଣ୍ଡ: ଜଳିଗଲେ ୪୧ କଏଦୀ, ୩୯ ଗୁରୁତର ଆହତ
ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟ ଏକ କାରାଗାରରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ ମନ୍ତ୍ରଣାଳୟର ସଂଶୋଧନ ବିଭାଗର ମୁଖପାତ୍ର କହିଛନ୍ତି। ସୂଚନା ଅନୁଯାୟୀ, ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡିଥିଲେ। ଜୀବନ […]
ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟ ଏକ କାରାଗାରରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ ମନ୍ତ୍ରଣାଳୟର ସଂଶୋଧନ ବିଭାଗର ମୁଖପାତ୍ର କହିଛନ୍ତି।
ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ
ସୂଚନା ଅନୁଯାୟୀ, ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡିଥିଲେ। ଜୀବନ ବଞ୍ଚାଇ ଏପଟ ସେପଟ ଦୌଡିଥିଲେ। କିନ୍ତୁ କ୍ଷିପ୍ରଗତିରେ ନିଆଁ ବ୍ୟାପିବା ଯୋଗୁଁ ୪୧ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ
ଏହି ଜେଲ୍ ୧୨୨୫ ଜଣ ଅନ୍ତେବାସୀଙ୍କୁ ରହିବା ପାଇଁ ତିଆରି ହୋଇଥିବା ବେଳେ ଏଠାରେ ୨୦୦୦ ରୁ ଅଧିକ କଏଦୀ ରହୁଥିଲେ। ଅଗ୍ନିକାଣ୍ଡ ସମୟରେ ଜେଲର ‘ସି ବ୍ଲକ୍’ରେ ୧୨୨ ଜଣ କଏଦୀ ଥିଲେ।






