୧୫ ହଜାର ଫୁଟ ଉପରେ,ମାଇନସ ୪୦ ଡିଗ୍ରୀ ତାପମାତ୍ରାରେ ପରେଡ କରି ତ୍ରିରଙ୍ଗା ଉଡାଇଲେ ଆଇଟିବିପିର ଯବାନ

The Sakala Picture
Published On

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡ଼ୁଛି ତ୍ରିରଙ୍ଗା । ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତର ଗାନ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ବୀର ଯବାନମାନେ ବା କେମିତି ବାଦ ପଡ଼ିବେ । Indo-Tibetan Border Police (ITBP) personnel celebrate #RepublicDay at […]

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡ଼ୁଛି ତ୍ରିରଙ୍ଗା । ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତର ଗାନ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ବୀର ଯବାନମାନେ ବା କେମିତି ବାଦ ପଡ଼ିବେ ।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍


ସେମାନେ ମଧ୍ୟ ତାଙ୍କ କର୍ଯ୍ୟସ୍ଥଳରେ ତ୍ରିରଙ୍ଗା ଉଡାଇବା ସହ ପରେଡ କରିଛନ୍ତି। ତାହା ପୁଣି ୧୫ ହଜାର ଫୁଟ ଉପରେ ଯେଉଁଠି ତାପମାତ୍ରା -୪୦ ଡିଗ୍ରୀ। ବରଫ ଉପରେ ପରେଡ କରି ତ୍ରିରଙ୍ଗା ଉଡାଇବା ବଖାଣୁଛି ବୀର ଯବାନର ସାହାସ ଓ ଧୌର୍ଯ୍ୟ ।


ଲଦାଖ ବର୍ଡରରେ  ୧୫ ହଜାର ଫୁଟ ଉପରେ ୪୦ ଡ଼ିଗ୍ରୀ ତାପମାତ୍ରାରେ ବି ଆଇଟିବିପି ଯବାନମାନେ ଉଡ଼ାଇଛନ୍ତି ଜାତୀୟ ପତାକା । ଦେଶ ପାଇଁ ଥିବା ତାଙ୍କ ଭଲପାଇବା ଓ କର୍ତ୍ତବ୍ୟକୁ ମନେ ପକାଇଛନ୍ତି ।  ବରଫ ଉପରେ ସ୍କେଟିଙ୍ଗ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ଯବାନ ।


ସେହିପରି ଉତ୍ତରାଖଣ୍ଡର ଆଉଲି ଠାରେ ମଧ୍ୟ ଆଇଟିବିପି ଯବାନମାନେ ୧୧ ହଜାର ଫୁଟ ଉଚ୍ଚରେ -୨୦ ଡିଗ୍ରୀ ତାପମାତ୍ରାରେ ପତାକା ଉଡାଇଛନ୍ତି। କୁମାଓନ ଅଞ୍ଚଳରେ ଯବାନମାନେ ୧୨ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇଛନ୍ତି। ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉଚ୍ଚରେ ପତାକା ଉଡାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର