କଳାଟଙ୍କାଧାରୀଙ୍କୁ ନିସ୍ତାର ନାହିଁ: ଚଳିତମାସରେ ସ୍ବିସ୍ ବ୍ୟାଙ୍କ ଦେବ ୩ୟ ତାଲିକା

The Sakala Picture
Published On

ନୂଆଦିଲ୍ଲୀ: ବିଦେଶରେ କଳା ଟଙ୍କା ମହଜୁଦ ରଖିଥିବା ଜମାଧାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ ସ୍ଵିଜରଲ୍ୟାଣ୍ଡ ଚଳିତମାସରେ ସ୍ବିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ତୃତୀୟ ତାଲିକା ସୂଚନା ଭାରତ ସରକାରଙ୍କୁ ଦେବାକୁ ଯାଉଛି। ଏହାପୂର୍ବରୁ ସ୍ବିସ୍ ବ୍ୟାଙ୍କ ସେପ୍ଟେମ୍ବର ୨୦୧୯ ଏବଂ ସେପ୍ଟେମ୍ବର ୨୦୨୦ରେ ସମାନ ସୂଚନା ସେୟାର କରିଥିଲା । ଭାରତ ସରକାର ଏହି ତାଲିକା ପାଇବା ପରେ ସ୍ଵିଜରଲ୍ୟାଣ୍ଡରେ ଭାରତୀୟଙ୍କ ମାଲିକାନାରେ ଥିବା ପ୍ଲାଟ, ଆପାର୍ଟମେଣ୍ଟ ଏବଂ ଘରର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। […]

ନୂଆଦିଲ୍ଲୀ: ବିଦେଶରେ କଳା ଟଙ୍କା ମହଜୁଦ ରଖିଥିବା ଜମାଧାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ ସ୍ଵିଜରଲ୍ୟାଣ୍ଡ ଚଳିତମାସରେ ସ୍ବିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ତୃତୀୟ ତାଲିକା ସୂଚନା ଭାରତ ସରକାରଙ୍କୁ ଦେବାକୁ ଯାଉଛି। ଏହାପୂର୍ବରୁ ସ୍ବିସ୍ ବ୍ୟାଙ୍କ ସେପ୍ଟେମ୍ବର ୨୦୧୯ ଏବଂ ସେପ୍ଟେମ୍ବର ୨୦୨୦ରେ ସମାନ ସୂଚନା ସେୟାର କରିଥିଲା । ଭାରତ ସରକାର ଏହି ତାଲିକା ପାଇବା ପରେ ସ୍ଵିଜରଲ୍ୟାଣ୍ଡରେ ଭାରତୀୟଙ୍କ ମାଲିକାନାରେ ଥିବା ପ୍ଲାଟ, ଆପାର୍ଟମେଣ୍ଟ ଏବଂ ଘରର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

ସ୍ଵିଜରଲ୍ୟାଣ୍ଡ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ଏଭଳି ପଦକ୍ଷେପର ବେଶ ଗୁରୁତ୍ବ ରହିଛି। କାରଣ ଏହି ସୂଚନା ପ୍ରଦାନ ଜରିଆରେ ସୁଇଜରଲ୍ୟାଣ୍ଡ୍ କଳା ଟଙ୍କା ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ଭାବେ ସମସ୍ତଙ୍କ ଯେଉଁ ଧାରଣା ରହିଛି ତାହା ଭଙ୍ଗ ହୋଇ ଦେଶକୁ ବିଶ୍ବର ଏକ ପ୍ରମୁଖ ଆର୍ଥିକ କେନ୍ଦ୍ର ଭାବରେ ପ୍ରତିପାଦିତ କରିବ। ଏହା ତୃତୀୟ ଥର ହେବ ସ୍ବିଜରଲ୍ୟାଣ୍ଡରେ ବ୍ୟାଙ୍କ ଆକାଉଣ୍ଟ ଏବଂ ଭାରତୀୟଙ୍କ ଅନ୍ୟ ସମ୍ପତ୍ତି ବିଷୟରେ ଭାରତ ସବିଶେଷ ତଥ୍ୟ ଦେବ। କିନ୍ତୁ ଏହା ପ୍ରଥମ ଥର ହେବ ଯେ ଭାରତ ସହ ସେୟାର କରାଯାଉଥିବା ସୂଚନାରେ ଅସ୍ଥାବର ସମ୍ପତ୍ତି ଉପରେ ସୂଚନା ଅନ୍ତର୍ଭୁକ୍ତ ହେବ। ଅଧିକାରୀମାନେ କହିଛନ୍ତି ଯେ, ସ୍ଵିଜରଲ୍ୟାଣ୍ଡ ସରକାର ରିଅଲ ଇଷ୍ଟେଟର ବିବରଣୀ, ଅଣ-ଲାଭ ସଂଗଠନ ତଥା ଅନ୍ୟାନ୍ୟ ସଂଗଠନର ଅବଦାନ ବିଷୟରେ ସୂଚନା ତଥା ଡିଜିଟାଲ ମୁଦ୍ରାରେ ବିନିଯୋଗର ବିବରଣୀ ବାଣ୍ଟିବାକୁ ରାଜି ହୋଇଥିବାବେଳେ ତଥାପି ସ୍ଵୟଂ ଚାଳିତ ସୂଚନା ଆଦାନପ୍ରଦାନ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଏଇଓଆଇ (ସ୍ଵୟଂଚାଳିତ ସୂଚନା ବିନିମୟ) ଅଧୀନରେ ସେପ୍ଟେମ୍ବର ୨୦୧୯ ରେ ସ୍ବିଜରଲ୍ୟାଣ୍ଡରୁ ଭାରତ ପ୍ରଥମ ଥର ପାଇଁ ଏହିପରି ବିବରଣୀ ପାଇଥିଲା । ସେହି ବର୍ଷ ଭାରତ ୭୫ ଟି ଦେଶ ମଧ୍ୟରେ ରହିଥିଲା। ଏହା ପରେ, ସେପ୍ଟେମ୍ବର ୨୦୨୦ ରେ, ଅନ୍ୟ ୮୫ ଦେଶ ସହିତ ଭାରତ ଦ୍ୱିତୀୟ ଥର ପାଇଁ ନାଗରିକ ତଥା ସଂସ୍ଥାଗୁଡ଼ିକର ସ୍ଵିସ୍ ବ୍ୟାଙ୍କ ଆକାଉଣ୍ଟଗୁଡିକର ବିବରଣୀ ପାଇଲା  ଚଳିତ ବର୍ଷଠାର ସ୍ବିଜରଲ୍ଯାଣ୍ଡ ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫେଡେରାଲ କାଉନସିଲ ‘ଟିକସ ଉଦ୍ଦେଶ୍ୟ ପାଇଁ ସ୍ୱଚ୍ଛତା ଏବଂ ସୂଚନା ଆଦାନ ପ୍ରଦାନ ପାଇଁ ଗ୍ଲୋବାଲ୍ ଫୋରମର ଏକ ଗୁରୁତ୍ବପୂର୍ଣ ସୁପାରିଶ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର