ଚୀନର ଚେଲା ଶ୍ରୀଲଙ୍କାକୁ ଔକାତ୍ ଦେଖାଇଲା ଭାରତ, ଆଉ ଦେବନି କୌଣସି ଅତିରିକ୍ତ ଆର୍ଥିକ ସହାୟତା

The Sakala Picture
Published On

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢାଇଥିଲା ଭାରତ। ପଡୋଶୀ ହିସାବରେ ଅନ୍ୟ ଏକ ପଡୋଶୀକୁ ତାର ବିପଦ ସମୟରେ ସାହାର୍ଯ୍ୟ କରି ଭାରତ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା। ତେଲ, ଖାଦ୍ୟ ଏବଂ ଔଷଧ ପରି ସମାଗ୍ରୀ ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କାର ତାହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମହୟରେ ଭାରତ ସହାୟତା କରିଥିଲା କିନ୍ତୁ ଶ୍ରୀଲଙ୍କା ଭାରତ […]

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢାଇଥିଲା ଭାରତ। ପଡୋଶୀ ହିସାବରେ ଅନ୍ୟ ଏକ ପଡୋଶୀକୁ ତାର ବିପଦ ସମୟରେ ସାହାର୍ଯ୍ୟ କରି ଭାରତ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା। ତେଲ, ଖାଦ୍ୟ ଏବଂ ଔଷଧ ପରି ସମାଗ୍ରୀ ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କାର ତାହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମହୟରେ ଭାରତ ସହାୟତା କରିଥିଲା କିନ୍ତୁ ଶ୍ରୀଲଙ୍କା ଭାରତ ପ୍ରତି ବିଶ୍ବାସଘାତକତା କରିଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମ ବିବାହ ଜିଦ୍ ଧରି ମୋବାଇଲ୍ ଟାୱାର ଉପରକୁ ଚଢ଼ିଲେ ୨୦ ବର୍ଷୀୟ ଯୁବତୀ

ନିକଟରେ ଚୀନର ଏକ ଗବେଷଣା ଜାହାଜକୁ ଶ୍ରୀଲଙ୍କା ନିଜ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ଗତମାସରେ ହମ୍ବନଟୋଟା ବନ୍ଦରରେ ଚୀନର ଜାହାଜ ଲାଗିଥିଲା। ଯାହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା କିନ୍ତୁ ଶ୍ରୀଲଙ୍କାକୁ ଏନେଇ ଅବଗତ ମଧ୍ୟ କରାଇଥିଲା। ଭାରତ ଅନୁମାନ କରିଥିଲା ଯେ ବଙ୍ଗୋପସାଗରରେ ଚୀନ ଗୁଇନ୍ଦାଗିରି କରିବ, ଯାହା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିପଦ। କିନ୍ତୁ ଶ୍ରୀଲଙ୍କା ଭାରତର କଥା ନଶୁଣି ଚାଇନା ଜାହାଜକୁ ଆସିବାକୁ ଅନୁମତି ପ୍ରଦାନ କରିଥିଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?

ଏହି ମାମଲାରେ ଘେରିବା ପାଇଁ ଭାରତ ଗତ ରବିବାର ଦିନ ଜେନେଭା ବୈଠକରେ ଶ୍ରୀଲଙ୍କାର ରାଜନୈତିକ ପ୍ରସଙ୍ଗ ଉଠାଇଥିଲା। ଶ୍ରୀଲଙ୍କାରେ ମୂଳ ତାମିଲଙ୍କ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ରାନୈତିକ ପଦକ୍ଷେପ ନେଉନଥିବା ଭାରତ ଅଭିଯୋଗ କରିଛି। ଏଥି ସହିତ ଶ୍ରୀଲଙ୍କାକୁ ଆଉ କୌଣସି ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ୩.୮ ବିଲିୟନ ଡଲାର ମୂଲ୍ୟର ଆର୍ଥିକ ସହାୟତା ପ୍ରଦାନ କରିସାରିଛି । ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ଭାରତ ଏପର୍ଯ୍ୟନ୍ତ ଦେଇଥିବା ୩.୮ ବିଲିୟନ ଡଲାର ଆର୍ଥିକ ସହାୟତା ବାଦ ଆଉ କୌଣସି ସହାୟତା ଦିଆଯିବ ନାହିଁ ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ଗତ କିଛି ମାସ ହେବ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସହ ରାଜନୈତିକ ଅସ୍ଥିରତା ଲାଗି ରହିଛି। ୨୦୧୨ ଜଣଗଣନା ଅନୁସାରେ ଶ୍ରୀଲଙ୍କାରେ ୧୧ ପ୍ରତିଶତରୁ ଊର୍ଦ୍ଧ୍ୱ ତାମିଲ ବାସବାସ କରନ୍ତି। କିନ୍ତୁ ପ୍ରଥମରୁ ହିଁ ଅଭିଯୋଗ ହେଉଛି ଯେ, ଶ୍ରୀଲଙ୍କାରେ ତାମିଲଙ୍କୁ ଅଣଦେଖା କରାଯାଉଛି। ସେଠାକାର ସରକାର ସେମାନଙ୍କ ପ୍ରତି ଦ୍ୱିତୀୟ ସ୍ତରର ନାଗରିକ ଭଳି ବ୍ୟବହାର କରନ୍ତି। ବିଭିନ୍ନ ସମୟରେ ଶ୍ରୀଲଙ୍କାରେ ତାମିଲଙ୍କୁ ନିର୍ୟ୍ୟାତନ ଦେଉଥିବା ନେଇ ମାନବାଧିକାର ମାମଲା ମଧ୍ୟ ଉଠିଛି। ଯାହାର ଫାଇଦା ନେଇ ଭାରତ ଏବେ ନିଜ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଛି।ଗତ କିଛି ବର୍ଷ ହେଲେ ଭାରତ କାର ପଡୋଶୀ ରାଷ୍ଟ୍ରଙ୍କୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଟିପ୍ପଣୀ କରିବାଠାରୁ ଦୂରେଇ ରହିଛି। ବିଶେଷ କରି ମାନବାଧିକାର କ୍ଷୁର୍ଣ୍ଣ ଓ ଶ୍ରୀଲଙ୍କାରେ ତାମିଲଙ୍କ ଉପରେ ହେଉଥିବା ଅନ୍ୟାୟ ଭଳି ମାମଲାରେ ନୂଆଦିଲ୍ଲୀ ଚୁପ ରହିଛି। କିନ୍ତୁ ଏହି ସବୁ ସମସ୍ୟାର ରାଜନୈତିକ ସମାଧାନ ପାଇଁ କଲମ୍ବୋକୁ ଦାବି କରିଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ତାହାକୁ ଉଠାଇ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବାଧ୍ୟ କରିଛି। ଫଳରେ ତାମିଲନାଡୁ ସରକାରରେ ସହଯୋଗୀ ଥିବା ଡିଏମ୍‌କେ ସହ ମିଶି ମୋଦୀ ସରକାର, ଶ୍ରୀଲଙ୍କାକୁ ଘେରି ଚୀନକୁ ପାନେ ଦେବ।

ସୂଚନାଯୋଗ୍ୟ ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ତତକାଳୀନ ରାଷ୍ଟ୍ରପତି ଟୋଗାବାୟା ରାଜପକ୍ଷେ ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ଏହା ପରେ ରାନିଲ ବିକ୍ରମସିଂଘେଙ୍କୁ ନୂଆ ରାଷ୍ଟ୍ରପତି କରାଯାଇଥିଲା ।

15 Sep 2022 By The Sakala

ଚୀନର ଚେଲା ଶ୍ରୀଲଙ୍କାକୁ ଔକାତ୍ ଦେଖାଇଲା ଭାରତ, ଆଉ ଦେବନି କୌଣସି ଅତିରିକ୍ତ ଆର୍ଥିକ ସହାୟତା

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢାଇଥିଲା ଭାରତ। ପଡୋଶୀ ହିସାବରେ ଅନ୍ୟ ଏକ ପଡୋଶୀକୁ ତାର ବିପଦ ସମୟରେ ସାହାର୍ଯ୍ୟ କରି ଭାରତ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା। ତେଲ, ଖାଦ୍ୟ ଏବଂ ଔଷଧ ପରି ସମାଗ୍ରୀ ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କାର ତାହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମହୟରେ ଭାରତ ସହାୟତା କରିଥିଲା କିନ୍ତୁ ଶ୍ରୀଲଙ୍କା ଭାରତ ପ୍ରତି ବିଶ୍ବାସଘାତକତା କରିଥିଲା।

ନିକଟରେ ଚୀନର ଏକ ଗବେଷଣା ଜାହାଜକୁ ଶ୍ରୀଲଙ୍କା ନିଜ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ଗତମାସରେ ହମ୍ବନଟୋଟା ବନ୍ଦରରେ ଚୀନର ଜାହାଜ ଲାଗିଥିଲା। ଯାହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା କିନ୍ତୁ ଶ୍ରୀଲଙ୍କାକୁ ଏନେଇ ଅବଗତ ମଧ୍ୟ କରାଇଥିଲା। ଭାରତ ଅନୁମାନ କରିଥିଲା ଯେ ବଙ୍ଗୋପସାଗରରେ ଚୀନ ଗୁଇନ୍ଦାଗିରି କରିବ, ଯାହା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିପଦ। କିନ୍ତୁ ଶ୍ରୀଲଙ୍କା ଭାରତର କଥା ନଶୁଣି ଚାଇନା ଜାହାଜକୁ ଆସିବାକୁ ଅନୁମତି ପ୍ରଦାନ କରିଥିଲା।

ଏହି ମାମଲାରେ ଘେରିବା ପାଇଁ ଭାରତ ଗତ ରବିବାର ଦିନ ଜେନେଭା ବୈଠକରେ ଶ୍ରୀଲଙ୍କାର ରାଜନୈତିକ ପ୍ରସଙ୍ଗ ଉଠାଇଥିଲା। ଶ୍ରୀଲଙ୍କାରେ ମୂଳ ତାମିଲଙ୍କ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ରାନୈତିକ ପଦକ୍ଷେପ ନେଉନଥିବା ଭାରତ ଅଭିଯୋଗ କରିଛି। ଏଥି ସହିତ ଶ୍ରୀଲଙ୍କାକୁ ଆଉ କୌଣସି ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ୩.୮ ବିଲିୟନ ଡଲାର ମୂଲ୍ୟର ଆର୍ଥିକ ସହାୟତା ପ୍ରଦାନ କରିସାରିଛି । ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ଭାରତ ଏପର୍ଯ୍ୟନ୍ତ ଦେଇଥିବା ୩.୮ ବିଲିୟନ ଡଲାର ଆର୍ଥିକ ସହାୟତା ବାଦ ଆଉ କୌଣସି ସହାୟତା ଦିଆଯିବ ନାହିଁ ।

ଗତ କିଛି ମାସ ହେବ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସହ ରାଜନୈତିକ ଅସ୍ଥିରତା ଲାଗି ରହିଛି। ୨୦୧୨ ଜଣଗଣନା ଅନୁସାରେ ଶ୍ରୀଲଙ୍କାରେ ୧୧ ପ୍ରତିଶତରୁ ଊର୍ଦ୍ଧ୍ୱ ତାମିଲ ବାସବାସ କରନ୍ତି। କିନ୍ତୁ ପ୍ରଥମରୁ ହିଁ ଅଭିଯୋଗ ହେଉଛି ଯେ, ଶ୍ରୀଲଙ୍କାରେ ତାମିଲଙ୍କୁ ଅଣଦେଖା କରାଯାଉଛି। ସେଠାକାର ସରକାର ସେମାନଙ୍କ ପ୍ରତି ଦ୍ୱିତୀୟ ସ୍ତରର ନାଗରିକ ଭଳି ବ୍ୟବହାର କରନ୍ତି। ବିଭିନ୍ନ ସମୟରେ ଶ୍ରୀଲଙ୍କାରେ ତାମିଲଙ୍କୁ ନିର୍ୟ୍ୟାତନ ଦେଉଥିବା ନେଇ ମାନବାଧିକାର ମାମଲା ମଧ୍ୟ ଉଠିଛି। ଯାହାର ଫାଇଦା ନେଇ ଭାରତ ଏବେ ନିଜ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଛି।ଗତ କିଛି ବର୍ଷ ହେଲେ ଭାରତ କାର ପଡୋଶୀ ରାଷ୍ଟ୍ରଙ୍କୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଟିପ୍ପଣୀ କରିବାଠାରୁ ଦୂରେଇ ରହିଛି। ବିଶେଷ କରି ମାନବାଧିକାର କ୍ଷୁର୍ଣ୍ଣ ଓ ଶ୍ରୀଲଙ୍କାରେ ତାମିଲଙ୍କ ଉପରେ ହେଉଥିବା ଅନ୍ୟାୟ ଭଳି ମାମଲାରେ ନୂଆଦିଲ୍ଲୀ ଚୁପ ରହିଛି। କିନ୍ତୁ ଏହି ସବୁ ସମସ୍ୟାର ରାଜନୈତିକ ସମାଧାନ ପାଇଁ କଲମ୍ବୋକୁ ଦାବି କରିଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ତାହାକୁ ଉଠାଇ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବାଧ୍ୟ କରିଛି। ଫଳରେ ତାମିଲନାଡୁ ସରକାରରେ ସହଯୋଗୀ ଥିବା ଡିଏମ୍‌କେ ସହ ମିଶି ମୋଦୀ ସରକାର, ଶ୍ରୀଲଙ୍କାକୁ ଘେରି ଚୀନକୁ ପାନେ ଦେବ।

ସୂଚନାଯୋଗ୍ୟ ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ତତକାଳୀନ ରାଷ୍ଟ୍ରପତି ଟୋଗାବାୟା ରାଜପକ୍ଷେ ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ଏହା ପରେ ରାନିଲ ବିକ୍ରମସିଂଘେଙ୍କୁ ନୂଆ ରାଷ୍ଟ୍ରପତି କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର