ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ହାଇକୋର୍ଟ, ‘କେବଳ ପୀଡ଼ିତାଙ୍କ ବୟାନ ଯଥେଷ୍ଟ ନୁହେଁ’

The Sakala Picture
Published On

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୋଗ ଏବଂ ପ୍ରମାଣ ମଧ୍ୟରେ ସାଧାରଣ ଜ୍ଞାନ ଏବଂ ଉଚିତ୍‌ ତର୍କ ରହିବା ଉଚିତ ବୋଲି ଅତିରିକ୍ତ ବିଚାରପତି ବିଜୟ କୁମାର ଝା କହିଛନ୍ତି। କେବଳ ପୀଡ଼ିତାଙ୍କ ବୟାନକୁ ସତ୍ୟ ମାନିନେବା ଯଥେଷ୍ଟ ନୁହେଁ। ସାକ୍ଷୀ ମିଛ କହିପାରନ୍ତି, କିନ୍ତୁ ପରିସ୍ଥିତି ମିଛ କୁହେନାହିଁ। ଅଭିଯୁକ୍ତ ବିରୋଧରେ ପୁଲିସ ଦାଖଲ କରିଥିବା ଆରୋପପତ୍ରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଯଦି କୋର୍ଟଙ୍କୁ ପୀଡ଼ିତାଙ୍କ ବୟାନ […]

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୋଗ ଏବଂ ପ୍ରମାଣ ମଧ୍ୟରେ ସାଧାରଣ ଜ୍ଞାନ ଏବଂ ଉଚିତ୍‌ ତର୍କ ରହିବା ଉଚିତ ବୋଲି ଅତିରିକ୍ତ ବିଚାରପତି ବିଜୟ କୁମାର ଝା କହିଛନ୍ତି। କେବଳ ପୀଡ଼ିତାଙ୍କ ବୟାନକୁ ସତ୍ୟ ମାନିନେବା ଯଥେଷ୍ଟ ନୁହେଁ। ସାକ୍ଷୀ ମିଛ କହିପାରନ୍ତି, କିନ୍ତୁ ପରିସ୍ଥିତି ମିଛ କୁହେନାହିଁ। ଅଭିଯୁକ୍ତ ବିରୋଧରେ ପୁଲିସ ଦାଖଲ କରିଥିବା ଆରୋପପତ୍ରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଯଦି କୋର୍ଟଙ୍କୁ ପୀଡ଼ିତାଙ୍କ ବୟାନ ସତ ଲାଗେ ତେବେ ସେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିପାରନ୍ତି। ଯାଞ୍ଚ ଏଜେନ୍ସିକୁ ଏହି ଅଧିକାର ମିଳିନାହିଁ।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ପୂର୍ବତନ ବିଚାରପତି ଶାଶୁଙ୍କ ନାମରେ ସିବିଆଇର ଚାର୍ଜସିଟ୍

ତଦନ୍ତରେ ଅବହେଳାକୁ ନେଇ କୋର୍ଟ ପୁଲିସକୁ ଭର୍ତ୍ସନା କରିଛନ୍ତି। ଯାଞ୍ଚରେ ଅବହେଳା କୋର୍ଟଙ୍କ ଅନ୍ତରାତ୍ମାକୁ ଆଘାତ ଦେଇଛି। ଅଭିଯୋଗକାରୀଙ୍କ ବୟାନକୁ ଯାଞ୍ଚ ଏଜେନ୍ସି ସତ ମାନିପାରିବ ନାହିଁ। ଏପରି ହେଲେ ଦୁଷ୍କର୍ମ ମାମଲାର ତଦନ୍ତ କରିବାର ଆବଶ୍ୟକତା ନାହିଁ। କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇ କହିଥିଲେ ଯେ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନାହିଁ। ସେ ପରେ ବୟାନ ବଦଳାଇଛନ୍ତି। ଏତଲା ରୁଜୁ କରାଇବାରେ ମଧ୍ୟ ବିଳମ୍ବ କରିଛନ୍ତି। ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ ମଧ୍ୟ ହୋଇନାହିଁ। ପୀଡ଼ିତା ସଫ୍ଟ ଡ୍ରିଙ୍କରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଲଗାଇ ଥିଲେ। କିନ୍ତୁ ଅଭିଯୁକ୍ତ ଏହାକୁ ଖାରଜ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ

06 Nov 2023 By The Sakala

ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ହାଇକୋର୍ଟ, ‘କେବଳ ପୀଡ଼ିତାଙ୍କ ବୟାନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୋଗ ଏବଂ ପ୍ରମାଣ ମଧ୍ୟରେ ସାଧାରଣ ଜ୍ଞାନ ଏବଂ ଉଚିତ୍‌ ତର୍କ ରହିବା ଉଚିତ ବୋଲି ଅତିରିକ୍ତ ବିଚାରପତି ବିଜୟ କୁମାର ଝା କହିଛନ୍ତି। କେବଳ ପୀଡ଼ିତାଙ୍କ ବୟାନକୁ ସତ୍ୟ ମାନିନେବା ଯଥେଷ୍ଟ ନୁହେଁ। ସାକ୍ଷୀ ମିଛ କହିପାରନ୍ତି, କିନ୍ତୁ ପରିସ୍ଥିତି ମିଛ କୁହେନାହିଁ। ଅଭିଯୁକ୍ତ ବିରୋଧରେ ପୁଲିସ ଦାଖଲ କରିଥିବା ଆରୋପପତ୍ରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଯଦି କୋର୍ଟଙ୍କୁ ପୀଡ଼ିତାଙ୍କ ବୟାନ ସତ ଲାଗେ ତେବେ ସେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିପାରନ୍ତି। ଯାଞ୍ଚ ଏଜେନ୍ସିକୁ ଏହି ଅଧିକାର ମିଳିନାହିଁ।

ତଦନ୍ତରେ ଅବହେଳାକୁ ନେଇ କୋର୍ଟ ପୁଲିସକୁ ଭର୍ତ୍ସନା କରିଛନ୍ତି। ଯାଞ୍ଚରେ ଅବହେଳା କୋର୍ଟଙ୍କ ଅନ୍ତରାତ୍ମାକୁ ଆଘାତ ଦେଇଛି। ଅଭିଯୋଗକାରୀଙ୍କ ବୟାନକୁ ଯାଞ୍ଚ ଏଜେନ୍ସି ସତ ମାନିପାରିବ ନାହିଁ। ଏପରି ହେଲେ ଦୁଷ୍କର୍ମ ମାମଲାର ତଦନ୍ତ କରିବାର ଆବଶ୍ୟକତା ନାହିଁ। କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇ କହିଥିଲେ ଯେ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନାହିଁ। ସେ ପରେ ବୟାନ ବଦଳାଇଛନ୍ତି। ଏତଲା ରୁଜୁ କରାଇବାରେ ମଧ୍ୟ ବିଳମ୍ବ କରିଛନ୍ତି। ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ ମଧ୍ୟ ହୋଇନାହିଁ। ପୀଡ଼ିତା ସଫ୍ଟ ଡ୍ରିଙ୍କରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଲଗାଇ ଥିଲେ। କିନ୍ତୁ ଅଭିଯୁକ୍ତ ଏହାକୁ ଖାରଜ କରି ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର