ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ମାମଲା : ସୁପ୍ରିମକୋର୍ଟରେ ଶେଷ ହେଲା ଶୁଣାଣି, ରାୟ ସଂରକ୍ଷିତ

The Sakala Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶେଷ ଶୁଣାଣିରେ ବରିଷ୍ଠ ଓକିଲ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାୱନ, ଜାଫର ଶାହା, ଦୁଶାନ୍ତ ଡାଭେ ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣାଣି କରିଥିଲେ। ସର୍ବୋଚ୍ଚ […]

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶେଷ ଶୁଣାଣିରେ ବରିଷ୍ଠ ଓକିଲ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାୱନ, ଜାଫର ଶାହା, ଦୁଶାନ୍ତ ଡାଭେ ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣାଣି କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଆବେଦନକାରୀଙ୍କ ପକ୍ଷରୁ ଆଉକିଛି ଲିଖିତ ଦଲିଲ ଦାଖଲ କରିବାକୁ ଚାହାଁନ୍ତି, ତେବେ ସେ ଆସନ୍ତା ତିନି ଦିନ ମଧ୍ୟରେ ତାହା କରିପାରିବେ। ତେବେ ଲିଖିତ ଯୁକ୍ତି ଦୁଇଟି ପୃଷ୍ଠାରୁ ଅଧିକ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁଟ୍ୟୁବରଙ୍କୁ ହତ୍ୟା, ୩ ଗିରଫ

ଅଗଷ୍ଟ ୫, ୨୦୧୯ରେ ସଂସଦରେ ଧାରା ୩୭୦ ଅଧୀନରେ ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତିକୁ ୨୦ଟି ପିଟିସନ ଜରିଆରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆକବର ଲୋନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରିଥିଲେ। ସେମାନଙ୍କ ବ୍ୟତୀତ ରାଜୀବ ଧୱନ, ଗୋପାଳ ସୁବ୍ରମଣ୍ୟମ, ଜାଫର ଶାହାଙ୍କ ଭଳି ଅନେକ ବରିଷ୍ଠ ଆଇନଜୀବୀ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ଦାବି କରିଥିଲେ । ସେମାନେ ଯୁକ୍ତି କରିଥିଲେ ଯେ ଏକ ବିଶେଷ ପରିସ୍ଥିତିରେ ଜମ୍ମୁ ଓ କଶ୍ମୀରର ବିଲୟ ଭାରତରେ ହୋଇଥିଲା । ତେଣୁ ଏହାକୁ ଏକ ଭିନ୍ନ ମାନ୍ୟତା ମିଳିଥିଲା। ରାଜ୍ୟରେ ଏକ ପୃଥକ ସମ୍ବିଧାନ ସଭା ଥିଲା, ଯାହାର କାର୍ଯ୍ୟ ୧୯୫୭ ରେ ଶେଷ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

ଭାରତୀୟ ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି କେବଳ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭାର ସମ୍ମତି କ୍ରମେ ନିଆଯାଇପାରିଥାନ୍ତା। ତେଣୁ ସଂସଦର ନିଷ୍ପତ୍ତି ଆଇନଗତ ଭାବେ ଭୁଲ୍। କିନ୍ତୁ ଆବେଦନକାରୀଙ୍କ ଓକିଲମାନଙ୍କ ଏହି ଯୁକ୍ତି ସହ ସାମ୍ବିଧାନିକ ଖଣ୍ଡପୀଠର ବିଚାରପତିମାନେ ସହମତ ହୋଇନଥିଲେ । ଖଣ୍ଡପୀଠ କହିଥିଲେ ଯେ ୧୯୫୭ରେ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭା ଶେଷ ହୋଇଥିଲା। କିନ୍ତୁ ଏହାର ଅର୍ଥ ନୁହେଁ ଯେ କେବଳ ଏହି କାରଣରୁ ଧାରା ୩୭୦କୁ ସ୍ଥାୟୀ ବୋଲି ବିବେଚନା କରାଯିବା ଉଚିତ୍ । ଏହା ସତ ଯେ ରାଜ୍ୟର କେତେକ ପ୍ରସଙ୍ଗରେ ସଂସଦ ଆଇନ ପ୍ରଣୟନ କରିପାରିବ ନାହିଁ, କିନ୍ତୁ ଏହା ଭାରତ ସହ ଜମ୍ମୁ-କଶ୍ମୀରର ସମ୍ପର୍କକୁ ପ୍ରଭାବିତ କରେ ନାହିଁ। ଭାରତରେ ମିଶିବା ଅର୍ଥ ହେଉଛି ଜମ୍ମୁ-କଶ୍ମୀର ନିଜର ସାର୍ବଭୌମତ୍ୱ ଭାରତ ଆଗରେ ସମର୍ପଣ କରିଛି।

ଆହୁରି ପଢ଼ନ୍ତୁ: ଇରାନର ମିଜାଇଲ୍ ମାଡ଼ରେ କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15 !

ଏଥି ସହିତ ଗତ ୧୬ ଦିନର ଶୁଣାଣି ସମୟରେ କୋର୍ଟରେ ଆଟର୍ଣ୍ଣି ଜେନରାଲ ଆର ଭେଙ୍କଟରମଣି, ସଲିସିଟର ଜେନରାଲ ତୁଷାର ମେହେତା, ବରିଷ୍ଠ ଓକିଲ ହରୀଶ ସାଲ୍ବେ, ରାକେଶ ଦ୍ୱିବେଦୀ, ବି.ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ଏବଂ ଧାରା ୩୭୦ ହଟାଇବା ନିଷ୍ପତ୍ତି ଠିକ ବୋଲି ଯୁକ୍ତି ରଖିଥିଲେ । ଜମ୍ମୁକଶ୍ମୀରରେ ଧାରା ୩୭୦ ଲାଗୁ କରାଯାଇ ଏହାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆ ଯାଇଥିଲା । ହେଲେ ହେଲେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହାକୁ ଉଚ୍ଛେଦ କରି ଏହାକୁ ଜାମ୍ମୁକାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରି ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp