ଆରମ୍ଭ ହେବ ଦିଲ୍ଲୀ-ଲଣ୍ଡନ ଅତ୍ୟାଧୁନିକ ବସ୍ ସେବା, ୭୦ ଦିନରେ ବୁଲିହେବ ୧୮ ଦେଶ

The Sakala Picture
Published On

ନୂଆଦିଲ୍ଲୀ: ବିଦେଶ ଭ୍ରମଣ କଥା ଉଠିଲେ ଏହା କେବଳ ବିମାନ ଯାତ୍ରା ଦ୍ବାରା ହିଁ ସମ୍ଭବ ବୋଲି ବିବେଚନା କରାଯାଏ । କିନ୍ତୁ ଭାରତରୁ ଲଣ୍ଡନ ଭଳି ସୁଦୂର ସହରକୁ ବସ୍ ଯୋଗେ ଯାତ୍ରା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି। ଭାରତ-ମିଆଁମାର ସୀମାରେ ଉତ୍ତେଜନା ହ୍ରାସ ପାଇବା ପରେ ଖୁବ୍ ଶୀଘ୍ର ସଡ଼କ ପଥରେ ବି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିହେବ ବୋଲି ଜଣାପଡ଼ିଛି। ଆଗାମୀ ସେପ୍ଟେମ୍ବର ମାସରୁ ‘ଆଡ୍‌ଭେଞ୍ଚର୍ସ ଓଭରଲ୍ୟାଣ୍ଡ୍ ବସ୍ ଟୁ ଲଣ୍ଡନ୍’ […]

ନୂଆଦିଲ୍ଲୀ: ବିଦେଶ ଭ୍ରମଣ କଥା ଉଠିଲେ ଏହା କେବଳ ବିମାନ ଯାତ୍ରା ଦ୍ବାରା ହିଁ ସମ୍ଭବ ବୋଲି ବିବେଚନା କରାଯାଏ । କିନ୍ତୁ ଭାରତରୁ ଲଣ୍ଡନ ଭଳି ସୁଦୂର ସହରକୁ ବସ୍ ଯୋଗେ ଯାତ୍ରା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି। ଭାରତ-ମିଆଁମାର ସୀମାରେ ଉତ୍ତେଜନା ହ୍ରାସ ପାଇବା ପରେ ଖୁବ୍ ଶୀଘ୍ର ସଡ଼କ ପଥରେ ବି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିହେବ ବୋଲି ଜଣାପଡ଼ିଛି। ଆଗାମୀ ସେପ୍ଟେମ୍ବର ମାସରୁ ‘ଆଡ୍‌ଭେଞ୍ଚର୍ସ ଓଭରଲ୍ୟାଣ୍ଡ୍ ବସ୍ ଟୁ ଲଣ୍ଡନ୍’ ନାମରେ ଏହି ସେବା ଦିଲ୍ଲୀରୁ ଲଣ୍ଡନକୁ ଆରମ୍ଭ ହେବାକୁ ଯାଉଛି। ଜଣେ ପର୍ଯ୍ୟଟକ ଏହି ଅତ୍ୟାଧୁନିକ ଏବଂ ବିଳାସମୟ ଯାତ୍ରାରେ ସାମିଲ ହେଲେ ୭୦ ଦିନରେ ୨୦ ହଜାର କିଲୋମିଟର ଯାତ୍ରା କରିବା ସହିତ ୧୮ଟି ପରିକ୍ରମା କରିବାର ସୁଯୋଗ ପାଇବେ | ତେବେ ଏଥିପାଇଁ ଜଣଙ୍କ ପିଛା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ରହିବ। ଏଥିରେ ଟିକଟ ସହିତ ଭିସା ଏବଂ ଯାତ୍ରା ପଥରେ ବିଭିନ୍ନ ଦେଶରେ ରହଣି ବାବଦ ହୋଟେଲ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ପର୍ଯ୍ୟଟକମାନଙ୍କୁ ଯାତ୍ରା ସମୟରେ ସବୁପ୍ରକାର ଆରାମ ଦେବାକୁ ଏହି ବସ୍‌ରେ ପାନୀୟ ଭୋଜନ ଓ ଶୟନାଦି ସୁବିଧା ରହିବ। ବସ୍‌ରେ ମୋଟ ୨୦ଟି ସିଟ୍ ସହିତ ପ୍ରତି ଯାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ କ୍ୟାବିନ ମଧ୍ୟ ରହିବ । ଏହି ବସ୍ ଦିଲ୍ଲୀରୁ ବାହାରି ମିଆଁମାର୍‌, ଥାଇଲାଣ୍ଡ, ଚୀନ୍ ଏବଂ କିର୍ଗିଜସ୍ତାନ ଦେଇ ଫ୍ରାନ୍ସରେ ପହଞ୍ଚିବ। ଫ୍ରାନ୍ସରେ ପହଞ୍ଚିବା ପରେ ସେଠାରୁ ଇଂଲଣ୍ଡ ଯିବାକୁ ଇଂଲିସ୍ ଚାନେଲ ପାରିହେବା ଲାଗି ଏକ କ୍ରୁଜ୍‌ ଜାହାଜ ମଧ୍ୟ ବ୍ୟବହାର କରାଯିବ। ସେହିପରି ଫ୍ରାନ୍ସରୁ ଇଂଲଣ୍ଡର ଡୋଭର ପର୍ଯ୍ୟନ୍ତ ଯାତ୍ରା ପାଇଁ ଏକ ‘କାଏ’ (ଗଳି ରାସ୍ତା) ଦେଇ ଯିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଉଲ୍ଲେଖଯୋଗ୍ୟ, ଯେ ପୂର୍ବରୁ ମଧ୍ୟ କୋଲକାତାରୁ ଲଣ୍ଡନ ଯାଏଁ ଏଭଳି ବସ୍ ସେବା ଆରମ୍ଭ ହୋଇଥିଲା। ପ୍ରାୟ ୬୫ ବର୍ଷ ତଳେ ବ୍ରିଟିଶ କମ୍ପାନୀ ‘ଆଲ୍‌ବର୍ଟ ଟୁର୍ସ’ ଦ୍ବାରା ୧୯୫୭ରେ ଏହି ସେବା ଆରମ୍ଭ ହୋଇଥିଲା। ‘ହିପ୍ପ ଟୁର୍’ ନାମରେ ଏହି ବସ୍ ସେବା ୧୯୭୬ ପର୍ଯ୍ୟନ୍ତ ଚାଲିଥିଲା ବେଳେ କେତେକ ସମୟରେ କିଛି ଦୁର୍ଘଟଣା ଏବଂ ବିଭିନ୍ନ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଏହାକୁ ବନ୍ଦ କରିଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର