ମନୋରଞ୍ଜନ
ଓଡ଼ିଶା
ପ୍ରଥମେ ବର୍ଣ୍ଣଭିଟା ଆଉ ଏବେ ନେସ୍ଲେ….କାହିଁକି ଭାରତର ଶିଶୁମାନଙ୍କ ଜୀବନ ସହ ଖେଳାଯାଉଛି…..
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆମ ଘରେ ଛୋଟ ଛୁଆ ଟିଏ ହେଲେ ଆମେ ଘର ଖାଦ୍ୟ ଅପେକ୍ଷା ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟକୁ ଅଧିକ ଗୁରୁତ୍ବ ଦେଇଥାଉ। ବଜାରରେ ମିଳୁଥିବା ବେବି ଫୁଡ୍ ପ୍ରଡକ୍ଟ ସବୁ ବାପା-ମାଆଙ୍କର ଏବେ ପସନ୍ଦ ଯୋଗ୍ୟହୋଇଛି। ହେଲେ ଏହାଯେ କେତେ କ୍ଷତିକାରକ ତାହା କେହି କେବେ ବୁଝନ୍ତି ନାହିଁ। ୨୦୧୫ ମସିହାରେ ୨ ମିନିଟରେ ତିଆରି ହେଉଥିବା ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ଓ ‘ଏମଏସଜି’ ରହିଥିବା ପ୍ରମାଣ ମିଳିବା […]
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆମ ଘରେ ଛୋଟ ଛୁଆ ଟିଏ ହେଲେ ଆମେ ଘର ଖାଦ୍ୟ ଅପେକ୍ଷା ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟକୁ ଅଧିକ ଗୁରୁତ୍ବ ଦେଇଥାଉ। ବଜାରରେ ମିଳୁଥିବା ବେବି ଫୁଡ୍ ପ୍ରଡକ୍ଟ ସବୁ ବାପା-ମାଆଙ୍କର ଏବେ ପସନ୍ଦ ଯୋଗ୍ୟହୋଇଛି। ହେଲେ ଏହାଯେ କେତେ କ୍ଷତିକାରକ ତାହା କେହି କେବେ ବୁଝନ୍ତି ନାହିଁ।
୨୦୧୫ ମସିହାରେ ୨ ମିନିଟରେ ତିଆରି ହେଉଥିବା ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ଓ ‘ଏମଏସଜି’ ରହିଥିବା ପ୍ରମାଣ ମିଳିବା ପରେ ସ୍ବିଜରଲ୍ୟାଣ୍ଡର କମ୍ପାନୀ ନେସ୍ଲେ ବିବାଦ ଘେରକୁ ଆସିଥିବା ବେଳେ ଏବେ ପୁଣିଥରେ ତାର ବେବି ଫୁଡ୍ ପ୍ରଡକ୍ଟକୁ ନେଇ ବିବାଦ ଘେରକୁ ଆସିଛି ନେସ୍ଲେ। ସ୍ବିଜରଲ୍ୟାଣ୍ଡର କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ୱେବସାଇଟ୍ ‘ପବ୍ଲିକ୍ ଆଇ’ ଏହାର ଅନୁସନ୍ଧାନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ଅନୁସନ୍ଧାନ ପରେ ଜଣାପଡିଛି ଯେ ଭାରତରେ ବିକ୍ରି ହେଉଥିବା ଶିଶୁ ଉତ୍ପାଦରେ ‘ନେସ୍ଲେ’ ଅତ୍ୟଧିକ ପରିମାଣର ଚିନି ବ୍ୟବହାର କରୁଛି। କମ୍ପାନୀ ଭାରତରେ ବିକ୍ରି ହେଉଥିବା ଶିଶୁ ଉତ୍ପାଦରେ ଅଧିକ ଚିନି ବ୍ୟବହାର କରିଥାଏ, ଯେତେବେଳେ ସମାନ ଉତ୍ପାଦ ୟୁରୋପ, ବ୍ରିଟେନ ଏବଂ ଜର୍ମାନୀ ଭଳି ବିକଶିତ ଦେଶରେ ଚିନି ବିନା ବିକ୍ରି ହୁଏ । ଭାରତ ପ୍ରତି କମ୍ପାନୀର ଭେଦଭାବପୂର୍ଣ୍ଣ ମନୋଭାବ ଏବେ ଏହାର ସମସ୍ୟା ବଢାଇ ଦେଇଛି। ଯଦି FSSAI ଦ୍ୱାରା ଅନୁସନ୍ଧାନରେ କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି।
ଭାରତର ଶିଶୁମାନଙ୍କ ଜୀବନ ସହ କାହିଁକି ଖେଳାଯାଉଛି
ଭାରତରେ ବିକ୍ରି ହେଉଥିବା ନେସ୍ଲେ ଶିଶୁ ଖାଦ୍ୟ ପଦାର୍ଥ, ବିଶେଷକରି ଶିଶୁ କ୍ଷୀର ଏବଂ ସେରେଲାକ୍ ପରି ଖାଦ୍ୟରେ ଚିନି ଅଧିକ ପରିମାଣରେ ବ୍ୟବହାର କରାଯାଉଛି। ନେସ୍ଲେରେ ଏହି ଅବହେଳା ଯୋଗୁଁ ପିଲାମାନଙ୍କଠାରେ ମେଦବହୁଳତା ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢୁଛି। ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ନେସ୍ଲେ ଭାରତ ସମେତ ଗରିବ ତଥା ବିକାଶଶୀଳ ଦେଶମାନଙ୍କରେ ଅଧିକ ମାତ୍ରାରେ ଚିନି ମିଶ୍ରଣ ଥିବା ଦ୍ରବ୍ୟ ବିକ୍ରି କରୁଛି, ଯେତେବେଳେ ବ୍ରିଟେନ, ୟୁରୋପ ଏବଂ ଜର୍ମାନୀ ଭଳି ଦେଶରେ ନେସ୍ଲେର ଏହି ଦ୍ରବ୍ୟରେ ଚିନି ବ୍ୟବହାର କରାଯାଏ ନାହିଁ। ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ଏପରି ଡବଲ୍ ଷ୍ଟାଣ୍ଡାର୍ଡ ପଲିସି ଆପଣାଇ ନେସ୍ଲେ ପିଲାମାନଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛି।
ଗରିବ ଦେଶର ଶିଶୁ ଖାଦ୍ୟ ପଦାର୍ଥରେ ଚିନି କାହିଁକି?
ପବ୍ଲିକ୍ ଆଇ ତାର ରିପୋର୍ଟରେ କହିଛି ଯେ ନେସ୍ଲେ କମ୍ପାନୀ ଗରିବ ଦେଶରେ ପିଲାମାନଙ୍କ ଉତ୍ପାଦରେ ଅଧିକ ଚିନି ମିଶାଇଥାଏ। ଯେତେବେଳେ କି ବିକଶିତ ଦେଶମାନଙ୍କରେ ଚିନି ପରିମାଣ ଅଳ୍ପ କିମ୍ବା ମିଶାଇନଥାଏ। କେବଳ ଏତିକି ନୁହେଁ, କମ୍ପାନୀ ଏହାର ଉତ୍ପାଦ ଉପରେ ମଧ୍ୟ ଏହି ସୂଚନା ପ୍ରଦାନ କରେ ନାହିଁ । ଭିଟାମିନ୍ ଏବଂ ମିନେରାଲ୍ସର ସବିଶେଷ ତଥ୍ୟ ଉପଲବ୍ଧ, କିନ୍ତୁ ଉତ୍ପାଦରେ ଥିବା ଚିନି ବିଷୟରେ ସୂଚନା ଉଲ୍ଲେଖ କରାଯାଉ ନାହିଁ । କମ୍ପାନୀର ଏହି ମନୋଭାବ ଭାରତ ସମେତ ଆଫ୍ରିକା ଓ ଦକ୍ଷିଣ ଆମେରିକା ଦେଶର ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଉଛି, ଯେଉଁଠାରେ ଏହି ଦ୍ରବ୍ୟ ବିକ୍ରି ହେଉଛି। ଭାରତରେ ନେସ୍ଲେ ସେରେଲାକ ପ୍ରତ୍ୟେକ ଚାମଚରେ ୩ ରୁ ୪ ଗ୍ରାମ୍ ଚିନି ଥାଏ। ଯେଉଁଠାରେ ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ, ୟୁରୋପ ପରି ଦେଶରେ ଏହି ପରିମାଣ ଶୂନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁଯାୟୀ, ୩ ବର୍ଷରୁ କମ୍ ପିଲାମାନଙ୍କ ଖାଦ୍ୟରେ ଚିନି ପରିମାଣ ବଢିଲେ ଶିଶୁଟି ମୋଟାପଣ, ମାନସିକ ସ୍ବାସ୍ଥ୍ୟ, ଧଳା ରକ୍ତ କଣିକା ଦୁର୍ବଳତା, ରୋଗ ପ୍ରତିରୋଧକ ଶକ୍ତି, ଦାନ୍ତ ଗୁହାଳ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ଭାରତରେ ନେସ୍ଲେର ବଡ଼ ବଜାର ଥିବା ସତ୍ତ୍ବେ ଏପରି ମନୋଭାବ କାହିଁକି
ଆପଣ ମାନେ ବୋଧ ହୁଏ ଜାଣିନଥିବେ, ନେସ୍ଲେର ଭାରତରେ ଏକ ବଡ଼ ବଜାର ରହିଛି। ଏକ ରିପୋର୍ଟ ଅନୁସାରେ କେବଳ ୨୦୨୨ ମସିହାରେ ଭାରତରେ ନେସ୍ଲେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ସେରେଲାକ୍ ବିକ୍ରି କରିଥିଲା। ଭାରତରେ ସେରେଲାକ୍ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିକ୍ରି ହୁଏ। ପିଲାମାନଙ୍କ ବୟସ ବଢିବା ଅନୁସାରେ ସେରେଲାକ୍ର ପ୍ୟାକେଟ ମଧ୍ୟ ବଦଳେ। ଭାରତରେ ଭଲ ବେପାର ହେଉଥିଲେ ମଧ୍ୟ କମ୍ପାନୀ ଭାରତ ପ୍ରତି ଏପର ମନୋଭାବ ରଖିବା ଚିନ୍ତାଜନକ ରହିଛି।
ଭାରତର କଡ଼ା କର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
ନେସ୍ଲେ କମ୍ପାନୀର ଏହି ଅବହେଳାକୁ ନେଇ ସରକାର କଠୋରତା ପ୍ରଦର୍ଶନ କରୁଛନ୍ତି। ଭାରତର ଖାଦ୍ୟ ନିୟାମକ FSSAI କହିଛି ଯେ ଏକ ବୈଜ୍ଞାନିକ କମିଟି ଦ୍ୱାରା ଏହାର ଅନୁସନ୍ଧାନ କରାଯିବ। ବିଶ୍ୱାସ କରାଯାଏ ଯେ ଯଦି FSSAI ଦ୍ୱାରା ଏଥିରେ କୌଣସି ଅନିୟମିତତାର ପ୍ରମାଣ ମିଳେ, ତେବେ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହେଲ୍ଥ ଡ୍ରିଙ୍କ୍ ତାଲିକାରୁ ହଟିଛି ବର୍ଣ୍ଣଭିଟା
ନିକଟରେ ବର୍ଣ୍ଣଭିଟା ସମେତ ଅନ୍ୟ ସମସ୍ତ ମୃଦୁ ପାନୀୟଗୁଡିକୁ ହେଲ୍ଥ ଡ୍ରିଙ୍କ୍ସ ବର୍ଗରୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ନିଜ ନିଜ ପ୍ଲାଟଫର୍ମରୁ ଏହି ସବୁ ସାମଗ୍ରୀ ପାଇଁ ହେଲ୍ଥ ଡ୍ରିଙ୍କ୍ ଶବ୍ଦ ହଟାଇବାକୁ ମନ୍ତ୍ରଣାଳୟ କହିଛି।
ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଶିଶୁ ଅଧିକାର ସୁରକ୍ଷା ଅଧିନିୟମ(ସିପିସିଆର୍) ୨୦୦୫ର ଧାରା ୩ ଅନୁଯାୟୀ ଗଠିତ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସିପିସିଆର୍ ଆଇନର ଧାରା ୧୪ ଅନୁସାରେ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏଫ୍ଏସ୍ଏସ୍ଏଆଇ ୨୦୦୬ ଅଧିନିୟମ ଅନୁସାରେ ଏଗୁଡ଼ିକମଧ୍ୟରୁ କୌଣସି ଟି ବି ହେଲ୍ଥ ଡ୍ରିଙ୍କସ ବର୍ଗରେ ଯାଉନାହାନ୍ତି। ସିପିସିଆର୍ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲ୍ଥ ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ। ଏଫ୍ଏସ୍ଏସ୍ଏଆଇ ଓ ମଣ୍ଡଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦିଆଯାଇଥିବା କୌଣସି ନିୟମ ସହ ମେଳ ଖାଉ ନାହିଁ। ଏହା ଜଣାପଡ଼ିବା ପରେ ଏପ୍ରିଲ ୨ ତାରିଖରେ ଏଫ୍ଏସ୍ଏସ୍ଏଆଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁବିକ୍ରି କରୁଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା।