ଇଲେକ୍ଟୋରାଲ ବଣ୍ଡ ମାମଲା : SBIକୁ ଝଟକା, କାଲି ସୁଦ୍ଧା ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ଲାଗିଛି ବଡ଼ ଝଟକା। ସୋମବାର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ମାମଲାରେ ଏସବିଆଇକୁ ୧୨ ତାରିଖ (କାଲି) ସୁଦ୍ଧା ନିର୍ବାଚନ ଆୟୋଗ (ଇସି)ରେ ବଣ୍ଡ ଦାତାମାନଙ୍କ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ୍‌ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା […]

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ଲାଗିଛି ବଡ଼ ଝଟକା। ସୋମବାର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ମାମଲାରେ ଏସବିଆଇକୁ ୧୨ ତାରିଖ (କାଲି) ସୁଦ୍ଧା ନିର୍ବାଚନ ଆୟୋଗ (ଇସି)ରେ ବଣ୍ଡ ଦାତାମାନଙ୍କ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ୍‌ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁପ୍ରିମକୋର୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଏହାଛଡ଼ା କୋର୍ଟ ନିର୍ବାଚନ କମିଶନକୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରି ଏହାର ଅଫିସିଆଲ୍ ୱେବସାଇଟରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବିଆଇ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା । ଏସବିଆଇର ଏହି ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ । ସମୟସୀମା ବଢ଼ାଇବା ପାଇଁ ଏସବିଆଇର ଆବେଦନ ଉପରେ ପ୍ରଶ୍ନ ଉଠାଇଥିଲେ କୋର୍ଟ । ଏ ସମ୍ପର୍କରେ ଫେବୃଆରୀ ୧୫ରେ ଆଦେଶ ଜାରି ହୋଇଥିଲେ ମଧ୍ୟ ଏସବିଆଇ ଏହି ୨୬ ଦିନ ଧରି କ’ଣ କରୁଥିଲା ବୋଲି ସୁପ୍ରିମକୋର୍ଟ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର୍ ଗଭାଇ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଅନ୍ୟତମ ସଦସ୍ୟ ଥିଲେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ବାକ୍ ସ୍ବାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ କୋର୍ଟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ଓ ଦାତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: ଲୋକସଭାରେ ଛାତ୍ରଙ୍କୁ ପ୍ରଶଂସା କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କଲେ ଅଖିଳେଶ ଯାଦବ

11 Mar 2024 By The Sakala

ଇଲେକ୍ଟୋରାଲ ବଣ୍ଡ ମାମଲା : SBIକୁ ଝଟକା, କାଲି ସୁଦ୍ଧା ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ଲାଗିଛି ବଡ଼ ଝଟକା। ସୋମବାର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ମାମଲାରେ ଏସବିଆଇକୁ ୧୨ ତାରିଖ (କାଲି) ସୁଦ୍ଧା ନିର୍ବାଚନ ଆୟୋଗ (ଇସି)ରେ ବଣ୍ଡ ଦାତାମାନଙ୍କ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ୍‌ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁପ୍ରିମକୋର୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଏହାଛଡ଼ା କୋର୍ଟ ନିର୍ବାଚନ କମିଶନକୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରି ଏହାର ଅଫିସିଆଲ୍ ୱେବସାଇଟରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବିଆଇ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା । ଏସବିଆଇର ଏହି ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ । ସମୟସୀମା ବଢ଼ାଇବା ପାଇଁ ଏସବିଆଇର ଆବେଦନ ଉପରେ ପ୍ରଶ୍ନ ଉଠାଇଥିଲେ କୋର୍ଟ । ଏ ସମ୍ପର୍କରେ ଫେବୃଆରୀ ୧୫ରେ ଆଦେଶ ଜାରି ହୋଇଥିଲେ ମଧ୍ୟ ଏସବିଆଇ ଏହି ୨୬ ଦିନ ଧରି କ’ଣ କରୁଥିଲା ବୋଲି ସୁପ୍ରିମକୋର୍ଟ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର୍ ଗଭାଇ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଅନ୍ୟତମ ସଦସ୍ୟ ଥିଲେ ।

ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ବାକ୍ ସ୍ବାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ କୋର୍ଟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ଓ ଦାତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର