ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତି ଜବତକୁ ଜବତ କରିଛି ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି […]

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତି ଜବତକୁ ଜବତ କରିଛି ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

କେନ୍ଦ୍ରୀୟ ସଂସ୍ଥା ହଂକଂରେ ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପଳାତକ ନୀରବ ମୋଦୀର ୨୬୫୦.୦୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପିଏନବି ସହ ଅନ୍ୟ ଆର୍ଥିକ ସଂସ୍ଥାକୁ ଧୋକା ଦେଇ ଟଙ୍କା ନେଇଥିବା ନୀରବ ମୋଦୀ ବ୍ରିଟେନରେ ଅଛି । କେନ୍ଦ୍ର ସରକାର ନୀରବ ମୋଦୀର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଦିଗରେ ବଡ଼ ସଫଳତା ମିଳିପାରି ନାହିଁ । ସିବିଆଇ ଏହି ମାମଲାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ସୂଚନାଯୋଗ୍ୟ ଯେ, ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ ନୀରବ ମୋଦୀ ଗତ ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ପରେ ଲଣ୍ଡନରେ ଗିରଫ ହୋଇ ସେ ଏକ ଜେଲରେ ରହୁଛି । ଲଣ୍ଡନର ହାଇକୋର୍ଟ ମଧ୍ୟ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ବିରୋଧରେ ଆପାତତଃ ପ୍ରମାଣ ରହିଥିବା କୋର୍ଟ କହିଥିଲେ । ପୁଣି ଭାରତକୁ ପ୍ରତ୍ୟାର୍ପିତ ହେଲେ ନୀରବ ମୋଦୀକୁ ଉପଯୁକ୍ତ ନ୍ୟାୟ ନ ମିଳିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କ ହୃଦବୋଧ ହୋଇଥିଲା ।ନୀରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିଲେ । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି । ମେହୁଲ ଚୋକସି ଏବେ ଆଣ୍ଟିଗୁଆରେ ରହୁଛି । ତାକୁ ମଧ୍ୟ ପ୍ରତ୍ୟାର୍ପଣ କରିବାକୁ ଉଦ୍ୟମ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

22 Jul 2022 By The Sakala

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତି ଜବତକୁ ଜବତ କରିଛି ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

କେନ୍ଦ୍ରୀୟ ସଂସ୍ଥା ହଂକଂରେ ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପଳାତକ ନୀରବ ମୋଦୀର ୨୬୫୦.୦୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପିଏନବି ସହ ଅନ୍ୟ ଆର୍ଥିକ ସଂସ୍ଥାକୁ ଧୋକା ଦେଇ ଟଙ୍କା ନେଇଥିବା ନୀରବ ମୋଦୀ ବ୍ରିଟେନରେ ଅଛି । କେନ୍ଦ୍ର ସରକାର ନୀରବ ମୋଦୀର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଦିଗରେ ବଡ଼ ସଫଳତା ମିଳିପାରି ନାହିଁ । ସିବିଆଇ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ ନୀରବ ମୋଦୀ ଗତ ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ପରେ ଲଣ୍ଡନରେ ଗିରଫ ହୋଇ ସେ ଏକ ଜେଲରେ ରହୁଛି । ଲଣ୍ଡନର ହାଇକୋର୍ଟ ମଧ୍ୟ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ବିରୋଧରେ ଆପାତତଃ ପ୍ରମାଣ ରହିଥିବା କୋର୍ଟ କହିଥିଲେ । ପୁଣି ଭାରତକୁ ପ୍ରତ୍ୟାର୍ପିତ ହେଲେ ନୀରବ ମୋଦୀକୁ ଉପଯୁକ୍ତ ନ୍ୟାୟ ନ ମିଳିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କ ହୃଦବୋଧ ହୋଇଥିଲା ।ନୀରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିଲେ । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି । ମେହୁଲ ଚୋକସି ଏବେ ଆଣ୍ଟିଗୁଆରେ ରହୁଛି । ତାକୁ ମଧ୍ୟ ପ୍ରତ୍ୟାର୍ପଣ କରିବାକୁ ଉଦ୍ୟମ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର