କୋଭିଡ ସମୟରେ ଡୋଲୋ-୬୫୦ ବିକ୍ରି ବଢାଇବାକୁ ଡାକ୍ତରଙ୍କୁ ୧୦୦୦ କୋଟିର ଲାଞ୍ଚ ଦେଇଛି ଉତ୍ପାଦନକାରୀ କମ୍ପାନି

The Sakala Picture
Published On

ନୂଆଦିଲ୍ଲୀ : କୋଭିଡ ସମୟରେ ଦେଶରେ ପାରାସିଟାମଲ ବଟିକା ଡୋଲୋ-୬୫୦ ବିକ୍ରି ବହୁମାତ୍ରାରେ ବୃଦ୍ଧି ପାଇଥିଲା। ଖୁବ୍‌ କମ୍‌ ଦିନ ମଧ୍ୟରେ ଏହି ମେଡିସିନ୍‌ ଗାଁ-ଗହଳିଠୁ ଆରମ୍ଭ କରି ସହର-ବଜାର ସବୁଆଡେ ଲୋକଙ୍କ ମୁହିଁରେ ଥିଲା। ଟିକେ ଜ୍ବର ଆସୁଥିଲେ ଲୋକଙ୍କ ଖେଜୋ ପଡୁଥିଲା ଡୋଲୋ-୬୫୦। ଡାକ୍ତରମାନେ ମଧ୍ୟ ଯେକୌଣସି ଜ୍ବର ହେଲେ ପ୍ରଥମେ ଡୋଲୋ-୬୫୦ ପ୍ରେସ୍‌କ୍ରାଇବ କରୁଥିଲେ। ଯାହା ଫଳରେ କୋଭିଡ ମହାମାରୀ ସମୟରେ ପାରାସିଟାମଲ ଡୋଲୋ-୬୫୦ଟାବେଲେଟର ବିକ୍ରି ହାର ଦେଶରେ ସର୍ବୋଚ୍ଚ ସ୍ତରରେ ରହିଥିଲା। ପୂର୍ବରୁ ସବୁ […]

ନୂଆଦିଲ୍ଲୀ : କୋଭିଡ ସମୟରେ ଦେଶରେ ପାରାସିଟାମଲ ବଟିକା ଡୋଲୋ-୬୫୦ ବିକ୍ରି ବହୁମାତ୍ରାରେ ବୃଦ୍ଧି ପାଇଥିଲା। ଖୁବ୍‌ କମ୍‌ ଦିନ ମଧ୍ୟରେ ଏହି ମେଡିସିନ୍‌ ଗାଁ-ଗହଳିଠୁ ଆରମ୍ଭ କରି ସହର-ବଜାର ସବୁଆଡେ ଲୋକଙ୍କ ମୁହିଁରେ ଥିଲା। ଟିକେ ଜ୍ବର ଆସୁଥିଲେ ଲୋକଙ୍କ ଖେଜୋ ପଡୁଥିଲା ଡୋଲୋ-୬୫୦। ଡାକ୍ତରମାନେ ମଧ୍ୟ ଯେକୌଣସି ଜ୍ବର ହେଲେ ପ୍ରଥମେ ଡୋଲୋ-୬୫୦ ପ୍ରେସ୍‌କ୍ରାଇବ କରୁଥିଲେ। ଯାହା ଫଳରେ କୋଭିଡ ମହାମାରୀ ସମୟରେ ପାରାସିଟାମଲ ଡୋଲୋ-୬୫୦ଟାବେଲେଟର ବିକ୍ରି ହାର ଦେଶରେ ସର୍ବୋଚ୍ଚ ସ୍ତରରେ ରହିଥିଲା। ପୂର୍ବରୁ ସବୁ ମେଡିସିନ୍‌ କମ୍ବାନୀଙ୍କ ରେକର୍ଡ ଭାଙ୍ଗିଦେଇଥିଲା। ତେବେ ଏହାର ମାତ୍ରାଧିକ ବ୍ୟବହାର ଓ ବିକ୍ରି ସମସ୍ତଙ୍କୁ ଚକିତ କରିଥିବା ବେଳେ, ଏବେ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି।ରୋଗୀଙ୍କୁ ଡୋଲୋ-୬୫୦ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ ୧ ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଛି ଏହି ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ୟ୍ୟଚକିତ କରିବା ପରି ତଥ୍ୟ ଏବେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଫେଡେରେସନ ଅଫ ମେଡିକାଲ ଓ ଏଲ୍ସ ରିପ୍ରେଜେଣ୍ଟିଭ ଆସୋସିଏସନ ଅଫ ଇଣ୍ଡିଆ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ବିଭୀଷିକା: ଚିତ୍ରକୂଟରେ ଉଛୁଳିଲା ମନ୍ଦାକିନୀ ନଦୀ, ଜଳମଗ୍ନ ଅନେକ ଗାଁ

ଫେଡେରେସନ ଅଫ ମେଡିକାଲ ସଂଘ ପକ୍ଷରୁ ଓକିଲାତି କରୁଥିବା ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଆଜି ସର୍ବୋଚ୍ଚ ଅଦାଲତଙ୍କ ପାଖରେ ଏଭଳି ଆଶ୍ଚର୍ୟ୍ୟକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରୋଗୀମାନଙ୍କୁ ଡୋଲୋ-୬୫୦ ଔଷଧ ଲେଖିବାକୁ ଡୋଲୋ କମ୍ପାନୀ ଡାକ୍ତରଙ୍କ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। କମ୍ପାନୀ କଥାରେ ପଡ଼ି ଡାକ୍ତରମାନେ ମଧ୍ୟ ରୋଗୀକୁ କୋଭିଡ୍ ବିରୋଧରେ ପ୍ରଭାବହୀନ ଔଷଧ ଲେଖୁଥିଲେ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ଉଈଊଞ)ରୁ ସେ ଏହି ତଥ୍ୟ ପାଇଲେ ବୋଲି ଓକିଲ ଶ୍ରୀ ପାରେଖ କୋର୍ଟଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ଏସ୍‌ ବୋପନ୍ନାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ। ଓକିଲଙ୍କ ଠାରୁ ଏଭଳି ସୂଚନା ପାଇବା ପରେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ବିଚାରପତି। ଆଉ କହିଥିଲେ “ ଯାହା ଆପଣ କହୁଛନ୍ତି ତାହା ମୋ କାନକୁ ଗୀତ ଭଳି ଶୁଭାଯାଉନି। ମୋତେ ଯେତେବେଳେ କୋଭିଡ୍ ହୋଇଥିଲା ସେତେବେଳେ ମୁଁ ବି ଏହି ଔଷଧ ନେଇଥିଲି। ”ଏହି ଘଟଣା ପରେ ଦୁଇ ବିଚାରପତି ମାମଲାକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତା ସହ ମାମଲାରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି। ୧୦ ଦିନ ପରେ ମାମଲାର ପୁନଃ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏପଟେ ଯେଉଁ କମ୍ପାନୀ ଏଭଳି ଲୋଭ ଦେଖାଇ ଡାକ୍ତରମାନଙ୍କୁ ଠାରୁ ଏଭଳି କରାଇଛନ୍ତି ତାର ଉତ୍ତରଦାୟୀ ସେମାନେ ରହିବେ ବୋଲି ମେଡିକାଲ ମହାସଂଘ ଦାବି କରି କୋର୍ଟରେ ପିଆଇଏଲ୍ ଫାଇଲ୍ କରିଛି। ଔଷଧଗୁଡ଼ିକର ନିର୍ମାଣ ଓ ଭାରତର ବିକ୍ରି କରାଯାଉଥିବା ଔଷଧଗୁଡ଼ିକର ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ମେଡିକାଲ ସଂଘ ଏକ ପିଆଇଏଲ୍ ଆବେଦନ କରିବା ପରେ ଏଭଳି ସଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା।

ଗତ ଜୁଲାଇ ମାସରେ ମାଇକ୍ରୋ ଲାବ୍ସ ଉପରେ ଆୟକର ଚଢଉ ବେଳେ ଏକଥା ଜଣାପଡ଼ିଥିଲା । ଏପରି ସାଂଘାତିକ କଥା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ଫାର୍ମାସୁଟିକାଲ ବିଭାଗ ଏହାର ଅଧିକ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ । ପୁଣି ଏହି ତଦନ୍ତରେ ଯେଉଁ ଡାକ୍ତରମାନଙ୍କ ନାଁ ଉଠିଛି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ଫାର୍ମାସୁଟିକାଲ ବିଭାଗର ଏଥିକ୍ସ କମିଟିକୁ ପ୍ରେରଣ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର