କମିବନି ବରଂ ଆଉ ୩ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ : କମିବନି ବରଂ ଦେଶରେ ଆହୁରି ବଢିବ ପେଟ୍ରୋଲ ଓ ଡିଜେଲ ଦର । ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧିକୁ ଲୋକମାନେ ବିରୋଧ କରୁଥିବା ବେଳେ ପୁଣିଥରେ ଦର ବୃଦ୍ଧି ହେବାନେଇ ଖବର ଆସିବା ପରେ ଏହା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଦେଶରେ ବର୍ତ୍ତମାନ ତୈଳ ଦର ଏକ ଶହ ଉପରେ ରହିଥିବା ବେଳେ ଏହି ଦରରେ ଆଉ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ କାରଣ […]

ନୂଆଦିଲ୍ଲୀ : କମିବନି ବରଂ ଦେଶରେ ଆହୁରି ବଢିବ ପେଟ୍ରୋଲ ଓ ଡିଜେଲ ଦର । ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧିକୁ ଲୋକମାନେ ବିରୋଧ କରୁଥିବା ବେଳେ ପୁଣିଥରେ ଦର ବୃଦ୍ଧି ହେବାନେଇ ଖବର ଆସିବା ପରେ ଏହା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଦେଶରେ ବର୍ତ୍ତମାନ ତୈଳ ଦର ଏକ ଶହ ଉପରେ ରହିଥିବା ବେଳେ ଏହି ଦରରେ ଆଉ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ କାରଣ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ସୋମବାର ବ୍ୟାରେଲ ପିଛା ୭୫ ଡଲାର ପହଞ୍ଚିଛି। ଅଶୋଧିତ ତୈଳ ଦର ବୃଦ୍ଧି ଘଟିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେଉଛି। ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି। ଯେତେବେଳେ କି ଏକ ମାସ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୯.୦୩ ଡଲାର ଥିଲା। କରୋନାର ସଂକ୍ରମଣ ହ୍ରାସ ଏବଂ ଟିକାକରଣରେ ଦ୍ରୁତ ବୃଦ୍ଧି କାରଣରୁ ସମସ୍ତ ଅର୍ଥନୌତିକ କ୍ଷେତ୍ର ପୁଣିଥରେ ଖୋଲିଛି। ଏଭଳି ପରିସ୍ଥିତିରେ ତୈଳର ଚାହିଦା ବୃଦ୍ଧି ଘଟିଥିବା ବେଳେ ଅଶୋଧିତ ତେଲର ମୂଲ୍ୟ ଆକାଶଛୁଆଁ  ହୋଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଅନ୍ୟପଟେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ହୋଇନାହିଁ।  ଗତ ସପ୍ତାହରେ ପେଟ୍ରୋଲର ମୂଲ୍ୟ ୧୩ ରୁ ୧୫ ପଇସା ହ୍ରାସ ପାଇଥିବାବେଳେ ଡିଜେଲର ମୂଲ୍ୟ ୧୪-୧୫ ପଇସା ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରମୁଖ ସହରରେ ପେଟ୍ରୋଲର ମୂଲ୍ୟ ୧୦୦ ରୁ ଅଧିକ ରହିଛି। ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୧.୧୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୭.୨୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୧୯ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୧.୬୨ ଟଙ୍କା ଥିବାବେଳେ ଡିଜେଲର ଲିଟର ମୂଲ୍ୟ ୯୧.୭୧ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ୯୮.୯୬ ଟଙ୍କା ଏବଂ ଡିଜେଲ ଲିଟର ୯୩.୨୬ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

20 Sep 2021 By The Sakala

କମିବନି ବରଂ ଆଉ ୩ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : କମିବନି ବରଂ ଦେଶରେ ଆହୁରି ବଢିବ ପେଟ୍ରୋଲ ଓ ଡିଜେଲ ଦର । ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧିକୁ ଲୋକମାନେ ବିରୋଧ କରୁଥିବା ବେଳେ ପୁଣିଥରେ ଦର ବୃଦ୍ଧି ହେବାନେଇ ଖବର ଆସିବା ପରେ ଏହା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଦେଶରେ ବର୍ତ୍ତମାନ ତୈଳ ଦର ଏକ ଶହ ଉପରେ ରହିଥିବା ବେଳେ ଏହି ଦରରେ ଆଉ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ କାରଣ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ସୋମବାର ବ୍ୟାରେଲ ପିଛା ୭୫ ଡଲାର ପହଞ୍ଚିଛି। ଅଶୋଧିତ ତୈଳ ଦର ବୃଦ୍ଧି ଘଟିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବ ।

ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେଉଛି। ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି। ଯେତେବେଳେ କି ଏକ ମାସ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୯.୦୩ ଡଲାର ଥିଲା। କରୋନାର ସଂକ୍ରମଣ ହ୍ରାସ ଏବଂ ଟିକାକରଣରେ ଦ୍ରୁତ ବୃଦ୍ଧି କାରଣରୁ ସମସ୍ତ ଅର୍ଥନୌତିକ କ୍ଷେତ୍ର ପୁଣିଥରେ ଖୋଲିଛି। ଏଭଳି ପରିସ୍ଥିତିରେ ତୈଳର ଚାହିଦା ବୃଦ୍ଧି ଘଟିଥିବା ବେଳେ ଅଶୋଧିତ ତେଲର ମୂଲ୍ୟ ଆକାଶଛୁଆଁ  ହୋଇଛି।

ଅନ୍ୟପଟେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ହୋଇନାହିଁ।  ଗତ ସପ୍ତାହରେ ପେଟ୍ରୋଲର ମୂଲ୍ୟ ୧୩ ରୁ ୧୫ ପଇସା ହ୍ରାସ ପାଇଥିବାବେଳେ ଡିଜେଲର ମୂଲ୍ୟ ୧୪-୧୫ ପଇସା ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରମୁଖ ସହରରେ ପେଟ୍ରୋଲର ମୂଲ୍ୟ ୧୦୦ ରୁ ଅଧିକ ରହିଛି। ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୧.୧୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୭.୨୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୧୯ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୧.୬୨ ଟଙ୍କା ଥିବାବେଳେ ଡିଜେଲର ଲିଟର ମୂଲ୍ୟ ୯୧.୭୧ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ୯୮.୯୬ ଟଙ୍କା ଏବଂ ଡିଜେଲ ଲିଟର ୯୩.୨୬ ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର