ପତଞ୍ଜଳିର ‘ହୁ’ ପ୍ରମାଣପତ୍ର ଡାହା ମିଛ

The Sakala Picture
Published On

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ଆୟୁର୍ବେଦ କମ୍ପାନୀ ପତଞ୍ଜଳି ପ୍ରସ୍ତୁତ କରୋନା ବଟିକା ’କରୋନିଲ’କୁ ନେଇ କମ୍ପାନୀ ପକ୍ଷରୁ ଯାହା କିଛି ଘୋଷଣା କରାଯାଇଛି ତାହାକୁ ନେଇ ଭାରତୀୟ ଚିକିତ୍ସା ସଂଘ(ଆଇଏମଏ) ସ୍ତବ୍ଧ ହୋଇଛି। କରୋନା ମହାମାରୀର ମୁକାବିଲା ପାଇଁ ପତଞ୍ଜଳି ଏଭଳି ବଟିକା ପ୍ରସ୍ତୁତ କରିଥÒବା ବେଳେ ଏହା ଏକ ପ୍ରମାଣସିଦ୍ଧ ଔଷଧ ଏବଂ ଏଥÒପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମାଣପତ୍ର ହାସଲ କରାଯାଇଛି ବୋଲି ପତଞ୍ଜଳି ଉଦ୍ୟୋକ୍ତା ବାବା ରାମଦେବ ନିକଟରେ ଘୋଷଣା କରିଥିଲେ। […]

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ଆୟୁର୍ବେଦ କମ୍ପାନୀ ପତଞ୍ଜଳି ପ୍ରସ୍ତୁତ କରୋନା ବଟିକା ’କରୋନିଲ’କୁ ନେଇ କମ୍ପାନୀ ପକ୍ଷରୁ ଯାହା କିଛି ଘୋଷଣା କରାଯାଇଛି ତାହାକୁ ନେଇ ଭାରତୀୟ ଚିକିତ୍ସା ସଂଘ(ଆଇଏମଏ) ସ୍ତବ୍ଧ ହୋଇଛି। କରୋନା ମହାମାରୀର ମୁକାବିଲା ପାଇଁ ପତଞ୍ଜଳି ଏଭଳି ବଟିକା ପ୍ରସ୍ତୁତ କରିଥÒବା ବେଳେ ଏହା ଏକ ପ୍ରମାଣସିଦ୍ଧ ଔଷଧ ଏବଂ ଏଥÒପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମାଣପତ୍ର ହାସଲ କରାଯାଇଛି ବୋଲି ପତଞ୍ଜଳି ଉଦ୍ୟୋକ୍ତା ବାବା ରାମଦେବ ନିକଟରେ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

coronil

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

ଗତ ଶନିବାର ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ରାମଦେବ ଏହି ଔଷଧର ବୈଜ୍ଞାନିକ ପ୍ରମାଣପତ୍ର ସମ୍ପର୍କରେ ଘୋଷଣା କରିଥିବା ବେରେ ଏହାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳିଥିବା ଏବଂ ବିଶ୍ବ ସ୍ଥାସ୍ଥ୍ୟ ସଂଗଠନ ନିକଟରୁ ମଧ୍ୟ ଏଥିନେଇ ଆବଶ୍ୟକ ପ୍ରମାଣପତ୍ର ହାସଲ କରାଯାଇଥିବା କହିଥିଲେ। ହେଲେ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କୌଣସି ପାରମ୍ପରିକ ଔଷଧ ସମ୍ପର୍କରେ କିଛି ସମୀକ୍ଷା କରାଯାଇ ନାହିଁ କିମ୍ବା ପ୍ରମାଣପତ୍ର ଦିଆଯାଇ ନାହିଁ ବୋଲି ’ହୁ’ ପକ୍ଷରୁ କୁହାଯିବା ପରେ କରୋନିଲକୁ ନେଇ ପତଞ୍ଜଳି ପକ୍ଷରୁ ଯାହାକିଛି କୁହାଯାଇଛି ତାହା ଡାହା ମିଛ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି। ଖୋଦ୍‌ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଜଘନ୍ୟ ମିଛ କିଭଳି କୁହାଗଲା ବୋଲି ଆଇଏମଏ ପ୍ରଶ୍ନ କରିବା ସହିତ ସ୍ବାସ୍ଥ୍ୟମନ୍ତ୍ର ହର୍ଷବର୍ଦ୍ଧନଙ୍କ ନିକଟରୁ ଏଥିନେଇ ଆଇଏମଏ ପକ୍ଷରୁ ସୋମବାର ସ୍ପଷ୍ଟୀକରଣ ମଗାଯାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

coronnil

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଆଇଏମ୍‌ଏ ଏକ ବିବୃତି ଜାରି କରି କହିଛି ଯେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ସାରା ଦେଶବାସୀଙ୍କୁ ଏଭଳି ଏକ ମିଥ୍ୟା, ଛଳନାପୂର୍ଣ୍ଣ ଏବଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ସିଦ୍ଧ ହୋଇନଥÒବା ଔଷଧ ସମ୍ପର୍କରେ ଡ. ହର୍ଷବର୍ଦ୍ଧନ କିଭଳି ସ୍ବୀକୃତି ଦେଲେ ତାହା ସବୁଠାରୁ ବିସ୍ମୟକର ହୋଇପଡ଼ିଛି। କରୋନା ମୁକାବିଲା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ଔଷଧର କ୍ଲିନିକାଲ ଟ୍ରାଏଲ ହୋଇଛି କି ବୋଲି ଆଇଏମଏ ପ୍ରଶ୍ନ କରିଥିଲା ବେଳେ ଏହା କେତେଜଣଙ୍କ କ୍ଷେତ୍ରରେ ପରୀକ୍ଷଣ ହୋଇଛି ଏବଂ ଏହାର ପ୍ରଭାବ କ’ଣ ରହିଛି ବୋଲି ମଧ୍ୟ ଆଇଏମଏ ପ୍ରଶ୍ନ କରିଛି। ଦେଶବାସୀଙ୍କୁ ଏଭଳି ଭୁଆଁବୁଲାଇବା ଆଦୌ ଠିକ୍‌ ହୋଇ ନାହିଁ ଏବଂ ଦେଶର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରୁ ଦେଶବାସୀ ସ୍ପଷ୍ଟୀକରଣ ଚାହାନ୍ତି ବୋଲି ଆଇଏମଏ କହିଛି। ଏଭଳି ଘଟଣାରେ ନ୍ୟାସନାଲ ମେଡିକାଲ କମିସନ ମଧ୍ୟ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆର ଆଚାର ସଂହିତାକୁ ଉଲ୍ଲଘଂନ କରିଛି ବୋଲି ଆଇଏମଏ ଦର୍ଶାଇଥିଲା ବେଳେ ଏଥିନେଇ ସ୍ପଷ୍ଟୀକରଣ ଲୋଡ଼ିଛି।

ଏଭଳି ଘଟଣା ଜଣାପଡ଼ିବା ପରେ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକ୍ରିଷ୍ଣ ଟ୍ବିଟ ଜରିଆରେ କହିଛନ୍ତି ଯେ, କରୋନିଲ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରାମାଣିକ ତଥ୍ୟ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ ପକ୍ଷରୁ ହାସଲ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ଔଷଧକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରେ ନାହିଁ। ଏହି ସଂସ୍ଥା କେବଳ ବିଶ୍ବ ସମାଜକୁ ସୁସ୍ଥ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ। ତେଣୁ ପ୍ରମାଣପତ୍ରକୁ ନେଇ ଦ୍ବନ୍ଦ୍ବରେ ପଡ଼ିବା ଉଚିତ ନୁହେଁ। ଏହାସହିତ କରୋନିଲ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସାଟିଫିକେଶନ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗଗାନାଇଜେସନର ଆୟୁଷ ବିଭାଗ ଦ୍ବାରା ’ ସାର୍ଟିଫିକେଟ ଅଫ୍‌ ଫାର୍ମାସିଉଟିକାଲ ପ୍ରଡକ୍ଟ(ସିଓପିପି)’ ପ୍ରମାଣପତ୍ର ହାସଲ କରିଛି ବୋଲି ପତଞ୍ଜଳି ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

23 Feb 2021 By The Sakala

ପତଞ୍ଜଳିର ‘ହୁ’ ପ୍ରମାଣପତ୍ର ଡାହା ମିଛ

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ଆୟୁର୍ବେଦ କମ୍ପାନୀ ପତଞ୍ଜଳି ପ୍ରସ୍ତୁତ କରୋନା ବଟିକା ’କରୋନିଲ’କୁ ନେଇ କମ୍ପାନୀ ପକ୍ଷରୁ ଯାହା କିଛି ଘୋଷଣା କରାଯାଇଛି ତାହାକୁ ନେଇ ଭାରତୀୟ ଚିକିତ୍ସା ସଂଘ(ଆଇଏମଏ) ସ୍ତବ୍ଧ ହୋଇଛି। କରୋନା ମହାମାରୀର ମୁକାବିଲା ପାଇଁ ପତଞ୍ଜଳି ଏଭଳି ବଟିକା ପ୍ରସ୍ତୁତ କରିଥÒବା ବେଳେ ଏହା ଏକ ପ୍ରମାଣସିଦ୍ଧ ଔଷଧ ଏବଂ ଏଥÒପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମାଣପତ୍ର ହାସଲ କରାଯାଇଛି ବୋଲି ପତଞ୍ଜଳି ଉଦ୍ୟୋକ୍ତା ବାବା ରାମଦେବ ନିକଟରେ ଘୋଷଣା କରିଥିଲେ।

coronil

ଗତ ଶନିବାର ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ରାମଦେବ ଏହି ଔଷଧର ବୈଜ୍ଞାନିକ ପ୍ରମାଣପତ୍ର ସମ୍ପର୍କରେ ଘୋଷଣା କରିଥିବା ବେରେ ଏହାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳିଥିବା ଏବଂ ବିଶ୍ବ ସ୍ଥାସ୍ଥ୍ୟ ସଂଗଠନ ନିକଟରୁ ମଧ୍ୟ ଏଥିନେଇ ଆବଶ୍ୟକ ପ୍ରମାଣପତ୍ର ହାସଲ କରାଯାଇଥିବା କହିଥିଲେ। ହେଲେ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କୌଣସି ପାରମ୍ପରିକ ଔଷଧ ସମ୍ପର୍କରେ କିଛି ସମୀକ୍ଷା କରାଯାଇ ନାହିଁ କିମ୍ବା ପ୍ରମାଣପତ୍ର ଦିଆଯାଇ ନାହିଁ ବୋଲି ’ହୁ’ ପକ୍ଷରୁ କୁହାଯିବା ପରେ କରୋନିଲକୁ ନେଇ ପତଞ୍ଜଳି ପକ୍ଷରୁ ଯାହାକିଛି କୁହାଯାଇଛି ତାହା ଡାହା ମିଛ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି। ଖୋଦ୍‌ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଜଘନ୍ୟ ମିଛ କିଭଳି କୁହାଗଲା ବୋଲି ଆଇଏମଏ ପ୍ରଶ୍ନ କରିବା ସହିତ ସ୍ବାସ୍ଥ୍ୟମନ୍ତ୍ର ହର୍ଷବର୍ଦ୍ଧନଙ୍କ ନିକଟରୁ ଏଥିନେଇ ଆଇଏମଏ ପକ୍ଷରୁ ସୋମବାର ସ୍ପଷ୍ଟୀକରଣ ମଗାଯାଇଛି।

coronnil

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଆଇଏମ୍‌ଏ ଏକ ବିବୃତି ଜାରି କରି କହିଛି ଯେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ସାରା ଦେଶବାସୀଙ୍କୁ ଏଭଳି ଏକ ମିଥ୍ୟା, ଛଳନାପୂର୍ଣ୍ଣ ଏବଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ସିଦ୍ଧ ହୋଇନଥÒବା ଔଷଧ ସମ୍ପର୍କରେ ଡ. ହର୍ଷବର୍ଦ୍ଧନ କିଭଳି ସ୍ବୀକୃତି ଦେଲେ ତାହା ସବୁଠାରୁ ବିସ୍ମୟକର ହୋଇପଡ଼ିଛି। କରୋନା ମୁକାବିଲା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ଔଷଧର କ୍ଲିନିକାଲ ଟ୍ରାଏଲ ହୋଇଛି କି ବୋଲି ଆଇଏମଏ ପ୍ରଶ୍ନ କରିଥିଲା ବେଳେ ଏହା କେତେଜଣଙ୍କ କ୍ଷେତ୍ରରେ ପରୀକ୍ଷଣ ହୋଇଛି ଏବଂ ଏହାର ପ୍ରଭାବ କ’ଣ ରହିଛି ବୋଲି ମଧ୍ୟ ଆଇଏମଏ ପ୍ରଶ୍ନ କରିଛି। ଦେଶବାସୀଙ୍କୁ ଏଭଳି ଭୁଆଁବୁଲାଇବା ଆଦୌ ଠିକ୍‌ ହୋଇ ନାହିଁ ଏବଂ ଦେଶର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରୁ ଦେଶବାସୀ ସ୍ପଷ୍ଟୀକରଣ ଚାହାନ୍ତି ବୋଲି ଆଇଏମଏ କହିଛି। ଏଭଳି ଘଟଣାରେ ନ୍ୟାସନାଲ ମେଡିକାଲ କମିସନ ମଧ୍ୟ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆର ଆଚାର ସଂହିତାକୁ ଉଲ୍ଲଘଂନ କରିଛି ବୋଲି ଆଇଏମଏ ଦର୍ଶାଇଥିଲା ବେଳେ ଏଥିନେଇ ସ୍ପଷ୍ଟୀକରଣ ଲୋଡ଼ିଛି।

ଏଭଳି ଘଟଣା ଜଣାପଡ଼ିବା ପରେ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକ୍ରିଷ୍ଣ ଟ୍ବିଟ ଜରିଆରେ କହିଛନ୍ତି ଯେ, କରୋନିଲ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରାମାଣିକ ତଥ୍ୟ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ ପକ୍ଷରୁ ହାସଲ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ଔଷଧକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରେ ନାହିଁ। ଏହି ସଂସ୍ଥା କେବଳ ବିଶ୍ବ ସମାଜକୁ ସୁସ୍ଥ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ। ତେଣୁ ପ୍ରମାଣପତ୍ରକୁ ନେଇ ଦ୍ବନ୍ଦ୍ବରେ ପଡ଼ିବା ଉଚିତ ନୁହେଁ। ଏହାସହିତ କରୋନିଲ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସାଟିଫିକେଶନ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗଗାନାଇଜେସନର ଆୟୁଷ ବିଭାଗ ଦ୍ବାରା ’ ସାର୍ଟିଫିକେଟ ଅଫ୍‌ ଫାର୍ମାସିଉଟିକାଲ ପ୍ରଡକ୍ଟ(ସିଓପିପି)’ ପ୍ରମାଣପତ୍ର ହାସଲ କରିଛି ବୋଲି ପତଞ୍ଜଳି ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର