କରୋନାମୁକ୍ତ ଗାଁ
ବିଶ୍ବ ମହାମାରୀ କରୋନା ଜୀବାଣୁର ଦ୍ୱିତୀୟ ଲହର ସମଗ୍ର ଦେଶକୁ ଥରାଇ ଦେଇଛି। ଏପରି କ୍ଷେତ୍ରରେ ଡାକ୍ତରଖାନାରେ ଅମ୍ଲଜାନ, ଶଯ୍ୟାସଂଖ୍ୟା ଅଭାବ ଯୋଗୁଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଏହି ଭୟାନକ ପରିବେଶରେ ଏପରି ଏକ ଗାଁ’ ଅଛି ଯେଉଁଠାରେ ଆଜି ବି କରୋନା ସଂକ୍ରମିତଙ୍କ କୌଣସି ମାମଲା ଆସିନାହିଁ। ରାଜସ୍ଥାନର ସିକର ଜିଲ୍ଲାର ସୁଖପୁରା ଗ୍ରାମ କରୋନା ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ। ଆରାବଳୀ ପର୍ବତର ପାଦଦେଶରେ ଅବସ୍ଥିତ ପ୍ରାୟ ୩୦୦୦ଜନସଂଖ୍ୟା ବିଶିଷ୍ଟ […]
ବିଶ୍ବ ମହାମାରୀ କରୋନା ଜୀବାଣୁର ଦ୍ୱିତୀୟ ଲହର ସମଗ୍ର ଦେଶକୁ ଥରାଇ ଦେଇଛି। ଏପରି କ୍ଷେତ୍ରରେ ଡାକ୍ତରଖାନାରେ ଅମ୍ଲଜାନ, ଶଯ୍ୟାସଂଖ୍ୟା ଅଭାବ ଯୋଗୁଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଏହି ଭୟାନକ ପରିବେଶରେ ଏପରି ଏକ ଗାଁ’ ଅଛି ଯେଉଁଠାରେ ଆଜି ବି କରୋନା ସଂକ୍ରମିତଙ୍କ କୌଣସି ମାମଲା ଆସିନାହିଁ। ରାଜସ୍ଥାନର ସିକର ଜିଲ୍ଲାର ସୁଖପୁରା ଗ୍ରାମ କରୋନା ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ। ଆରାବଳୀ ପର୍ବତର ପାଦଦେଶରେ ଅବସ୍ଥିତ ପ୍ରାୟ ୩୦୦୦ଜନସଂଖ୍ୟା ବିଶିଷ୍ଟ ଲୋକଙ୍କ ଶୃଙ୍ଖଳା ଏବଂ ସତର୍କତା ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବବର୍ଷର କରୋନା ଭୟାବହତା ଓ ତାଲା ବନ୍ଦ ଦେଖୀ ଗାଁର ଲୋକମାନେ ସମସ୍ତ ମୁଖ୍ୟ ରାସ୍ତା ବନ୍ଦ କରିଦେଇଥିଲେ। ଏହା ସହିତ ବାହାରୁ ଆସୁଥିବା ଲୋକଙ୍କ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଆଜି ବି ଚଳଚଞ୍ଚଳ। ଗୋଟିଏ ପଟେ ବିଶ୍ୱରେ କରୋନା ସଂଖ୍ୟା ବୃଦ୍ଧିପାଉଥିବାବେଳେ ସୁଖପୁରା ଗ୍ରାମ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣର ରିପୋର୍ଟ କରି ନାହିଁ। ଗତ ବର୍ଷ ତାଲା ବନ୍ଦ ସମୟରେ ଗାଁର ଲୋକମାନେ ପ୍ରଶାସନ ସହିତ ମିଶି ସମସ୍ତ ରାସ୍ତା ବନ୍ଦ କରି ଦେଇଥିଲେ, ଗାଁ ବାହାରେ ଆଇସୋଲେସନ୍ ସେଣ୍ଟର ଓ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିଥିଲେ। ଗ୍ରାମବାସୀମାନେ ଆଇସୋଲେସନ୍ ଓ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବା ଓ ଖାଇବାର ସମସ୍ତ ପ୍ରବନ୍ଧନ କରିଥିଲେ। ଏହା ସହିତ ଗାଁର ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ସମସ୍ତ କାରଣରୁ, ଗାଁର ସମସ୍ତ ଲୋକ ଆଜି ମଧ୍ୟ କରୋନା କବଳରୁ ସୁରକ୍ଷିତ ଅଛନ୍ତି। କରୋନା ଯୋଗୁଁ ରାଜସ୍ଥାନର ସ୍ଥିତି ଗମ୍ଭୀର ଥିବା ବେଳେ ସୁଖପୁରା ଗ୍ରାମ ସୁରକ୍ଷିତ ରହିବାର ନୂତନ ଉଦାହରଣ ସୃଷ୍ଟି କରିଛି।





