ଚୀନ୍‌ର ୯ ସହରରେ ସୁପର ମାର୍କେଟ ବନ୍ଦ, ଡ୍ରାଗନ୍ ଫଳରେ କରୋନା ଭୂତାଣୁ !

The Sakala Picture
Published On

ବେଜିଂ : ଦିନକୁ ଦିନ କରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଫଳରେ କରୋନା ଭୂତାଣୁ ଚିହ୍ନଟ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଚୀନ୍‌ରେ ଏଭଳି ଘଟିଥିବା ଜଣାପଡ଼ିଛି । ଭିଏତନାମରୁ ଚୀନକୁ ଆମଦାନୀ ସୋଇଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ରହିଥିବା ଚାଇନା ବିଶେଷଜ୍ଞମାନେ ଜାଣିବା ପରେ ଏଠାକାର ୯ଟି ବେଳେ ପ୍ରମୁଖ ସହରରେ ରହିଥିବା […]

ବେଜିଂ : ଦିନକୁ ଦିନ କରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଫଳରେ କରୋନା ଭୂତାଣୁ ଚିହ୍ନଟ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଚୀନ୍‌ରେ ଏଭଳି ଘଟିଥିବା ଜଣାପଡ଼ିଛି । ଭିଏତନାମରୁ ଚୀନକୁ ଆମଦାନୀ ସୋଇଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ରହିଥିବା ଚାଇନା ବିଶେଷଜ୍ଞମାନେ ଜାଣିବା ପରେ ଏଠାକାର ୯ଟି ବେଳେ ପ୍ରମୁଖ ସହରରେ ରହିଥିବା ସୁପର ମାର୍କଟକୁ ବନ୍ଦ କରି ଦିଆଯାଇଛି। ଏଥିସହିତ  କ୍ବାରେଣ୍ଟାଇନ ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଡ୍ରାଗନ ଫଳ କିଣିଛନ୍ତି ସେମାନଙ୍କ ମଧ୍ୟ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର

ରିପୋର୍ଟ ଅନୁସାରେ, ଝୋଜିୟାଙ୍ଗ ଓ ଜିମାଂଶୀ ଦେଶର ୯ଟି ସହରର ବିଭିନ୍ନ ସୁପର ମାର୍କେଟରେ ବିକ୍ରି ହେଉଥିବା ଡ୍ରାଗନ ଫଳଗୁଡିକୁ ଯାଞ୍ଚ କରିବା ପରେ ସେଥିରୁ କରୋନା ଭୂତାଣୁ ମିଳିଥିବା ଜଣାପଡ଼ିଥିଲା। ଏହାପରେ ବିଦେଶରୁ ଆସୁଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀଗୁଡିକର ଯାଞ୍ଚ କଡ଼ାକଡ଼ି କରାଯାଇଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍: ଲୋକସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, କଂଗ୍ରେସକୁ କଲେ ଟାର୍ଗେଟ୍

ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବରରେ ମଧ୍ୟ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳ ଗୁଡିକରେ କରୋନା ଭୂତାଣୁ ମିଳିଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ୨୬ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଏହି ଫଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଏହା ମଧ୍ୟରେ କୌଣସି ସୂତ୍ରରୁ ଚୀନରେ ପହଞ୍ଚିଥିବା ଡ୍ରାଗନ ଫଳରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିବା ପରେ ଚୀନ୍ କର୍ତ୍ତୃପକ୍ଷ ଆମଦାନୀକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

07 Jan 2022 By The Sakala

ଚୀନ୍‌ର ୯ ସହରରେ ସୁପର ମାର୍କେଟ ବନ୍ଦ, ଡ୍ରାଗନ୍ ଫଳରେ କରୋନା ଭୂତାଣୁ !

ବେଜିଂ : ଦିନକୁ ଦିନ କରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଫଳରେ କରୋନା ଭୂତାଣୁ ଚିହ୍ନଟ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଚୀନ୍‌ରେ ଏଭଳି ଘଟିଥିବା ଜଣାପଡ଼ିଛି । ଭିଏତନାମରୁ ଚୀନକୁ ଆମଦାନୀ ସୋଇଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ରହିଥିବା ଚାଇନା ବିଶେଷଜ୍ଞମାନେ ଜାଣିବା ପରେ ଏଠାକାର ୯ଟି ବେଳେ ପ୍ରମୁଖ ସହରରେ ରହିଥିବା ସୁପର ମାର୍କଟକୁ ବନ୍ଦ କରି ଦିଆଯାଇଛି। ଏଥିସହିତ  କ୍ବାରେଣ୍ଟାଇନ ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଡ୍ରାଗନ ଫଳ କିଣିଛନ୍ତି ସେମାନଙ୍କ ମଧ୍ୟ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଝୋଜିୟାଙ୍ଗ ଓ ଜିମାଂଶୀ ଦେଶର ୯ଟି ସହରର ବିଭିନ୍ନ ସୁପର ମାର୍କେଟରେ ବିକ୍ରି ହେଉଥିବା ଡ୍ରାଗନ ଫଳଗୁଡିକୁ ଯାଞ୍ଚ କରିବା ପରେ ସେଥିରୁ କରୋନା ଭୂତାଣୁ ମିଳିଥିବା ଜଣାପଡ଼ିଥିଲା। ଏହାପରେ ବିଦେଶରୁ ଆସୁଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀଗୁଡିକର ଯାଞ୍ଚ କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବରରେ ମଧ୍ୟ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳ ଗୁଡିକରେ କରୋନା ଭୂତାଣୁ ମିଳିଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ୨୬ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଏହି ଫଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଏହା ମଧ୍ୟରେ କୌଣସି ସୂତ୍ରରୁ ଚୀନରେ ପହଞ୍ଚିଥିବା ଡ୍ରାଗନ ଫଳରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିବା ପରେ ଚୀନ୍ କର୍ତ୍ତୃପକ୍ଷ ଆମଦାନୀକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର