ସିଏଆଇଟିର ଦାବି: ପୁଲୱାମା ଆକ୍ରମଣ ପାଇଁ ଆମାଜନ୍‌ରେ ଆସିଥିଲା ବୋମା ସାମଗ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ବଜାରରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ଅନେକ ବହୁ ନିଷିଦ୍ଧ ସାମଗ୍ରୀ ବିକ୍ରି ଉପରେ ପ୍ରତିବନ୍ଧକ ରହିଛି। ହେଲେ ଏଭଳି କିଛି ସାମଗ୍ରୀ ଏବେ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଆମାଜନ ଭଳି ଏକ ସର୍ବାଧିକ ଚାହିଦାପୂର୍ଣ୍ଣ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ବିକ୍ରି ହେବା ନୂଆ କଥା ନୁହେଁ ବୋଲି ଅଖିଳ ଭାରତୀୟ ବାଣିଜ୍ୟ ମହାସଂଘ(ସିଏଆଇଟି) ପକ୍ଷରୁ କୁହାଯାଇଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଏହି ପ୍ଲାଟଫର୍ମରେ ବିସ୍ଫୋରକ ଏବଂ ଆପତ୍ତିଜନକ ରାସାୟନିକ […]

ନୂଆଦିଲ୍ଲୀ: ବଜାରରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ଅନେକ ବହୁ ନିଷିଦ୍ଧ ସାମଗ୍ରୀ ବିକ୍ରି ଉପରେ ପ୍ରତିବନ୍ଧକ ରହିଛି। ହେଲେ ଏଭଳି କିଛି ସାମଗ୍ରୀ ଏବେ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଆମାଜନ ଭଳି ଏକ ସର୍ବାଧିକ ଚାହିଦାପୂର୍ଣ୍ଣ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ବିକ୍ରି ହେବା ନୂଆ କଥା ନୁହେଁ ବୋଲି ଅଖିଳ ଭାରତୀୟ ବାଣିଜ୍ୟ ମହାସଂଘ(ସିଏଆଇଟି) ପକ୍ଷରୁ କୁହାଯାଇଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଏହି ପ୍ଲାଟଫର୍ମରେ ବିସ୍ଫୋରକ ଏବଂ ଆପତ୍ତିଜନକ ରାସାୟନିକ ଦ୍ରବ୍ୟ ମଧ୍ୟ କାରବାର ହେଉଛି। ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ହେଲେ ଏହି ଘଟଣାରେ ବ୍ୟବହୃତ ବୋମା ପାଇଁ ଜଣେ ଆତଙ୍କୀ ଆମାଜନ ଜରିଆରେ ରାସାୟନିକ ଦ୍ରବ୍ୟ ମଗାଇଥିବା ପ୍ରମାଣ ମିଳିଛି ବୋଲି ସିଏଆଇଟି ରାଷ୍ଟ୍ରୀୟ ସଭାପତି ବି ସି ଭରତିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ପୁଲୱାମା ଘଟଣାର ତଦନ୍ତ ଏନଆଇଏ ଦ୍ବାରା କରାଯାଇଥିଲା ବେଳେ ପ୍ରାଥମିକ ସ୍ତରରେ ତଦନ୍ତ ବେେଳ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତାକୁ ପଚରା ଉଚୁରା ବେଳେ ସେ ଆମାଜନ ଜରିଆରେ ଆଇଇଡି ପ୍ରସ୍ତୁତି ପାଇଁ କିଛି ରାସାୟନିକ ଦ୍ରବ୍ୟ ଠାରୁ ଆରମ୍ଭ କରି ବ୍ୟାଟେରି ଏବଂ ଆନୁଷଙ୍ଗିକ ସାମଗ୍ରୀ ମଗାଇଥିଲା ବୋଲି ସ୍ବୀକାର କରିଥିଲା। ତେବେ ସେ ଯେଉଁସବୁ ସାମଗ୍ରୀ ମଗାଇଥିଲା ସେଥି ମଧ୍ୟରୁ ଅନେକ ସାମଗ୍ରୀ ଭାରତରେ ବିକ୍ରି କରିବା ନେଇ ପ୍ରତିବନ୍ଧକ ରହିଛି। ଆମୋନିୟମ ନାଇଟ୍ରେଟ୍‌ ଏବଂ ନାଇଟ୍ରୋ-ଗ୍ଳିସେରିନ ଭଳି ସାମଗ୍ରୀ ବିକ୍ରିକୁ ନିଷିଦ୍ଧ କରାଯାଇଥିଲେ ହେଁ ଏହାକୁ ସଂପୃକ୍ତ ଅଭିଯୁକ୍ତ ଅନଲାଇନରେ ମଗାଇବାକୁ ସକ୍ଷମ ହୋଇଥିଲା। ଏ ସମ୍ପର୍କରେ ଏନଆଇଏ ମାର୍ଚ୍ଚ ୨୦୨୦ରେ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଥିବା ବେଳେ ଏଡାକୁ ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ବିତର୍କ ହୋଇଥିଲା। ହେଲେ ଏବେ ମଧ୍ୟ ଆମାଜନ ଉପରେ କିଛି ରୋକ୍‌ ଜାରି କରାଯାଇ ନାହିଁ ବୋଲି ଭରତିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

22 Nov 2021 By The Sakala

ସିଏଆଇଟିର ଦାବି: ପୁଲୱାମା ଆକ୍ରମଣ ପାଇଁ ଆମାଜନ୍‌ରେ ଆସିଥିଲା ବୋମା ସାମଗ୍ରୀ

ନୂଆଦିଲ୍ଲୀ: ବଜାରରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ଅନେକ ବହୁ ନିଷିଦ୍ଧ ସାମଗ୍ରୀ ବିକ୍ରି ଉପରେ ପ୍ରତିବନ୍ଧକ ରହିଛି। ହେଲେ ଏଭଳି କିଛି ସାମଗ୍ରୀ ଏବେ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଆମାଜନ ଭଳି ଏକ ସର୍ବାଧିକ ଚାହିଦାପୂର୍ଣ୍ଣ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ବିକ୍ରି ହେବା ନୂଆ କଥା ନୁହେଁ ବୋଲି ଅଖିଳ ଭାରତୀୟ ବାଣିଜ୍ୟ ମହାସଂଘ(ସିଏଆଇଟି) ପକ୍ଷରୁ କୁହାଯାଇଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଏହି ପ୍ଲାଟଫର୍ମରେ ବିସ୍ଫୋରକ ଏବଂ ଆପତ୍ତିଜନକ ରାସାୟନିକ ଦ୍ରବ୍ୟ ମଧ୍ୟ କାରବାର ହେଉଛି। ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ହେଲେ ଏହି ଘଟଣାରେ ବ୍ୟବହୃତ ବୋମା ପାଇଁ ଜଣେ ଆତଙ୍କୀ ଆମାଜନ ଜରିଆରେ ରାସାୟନିକ ଦ୍ରବ୍ୟ ମଗାଇଥିବା ପ୍ରମାଣ ମିଳିଛି ବୋଲି ସିଏଆଇଟି ରାଷ୍ଟ୍ରୀୟ ସଭାପତି ବି ସି ଭରତିଆ କହିଛନ୍ତି।

ପୁଲୱାମା ଘଟଣାର ତଦନ୍ତ ଏନଆଇଏ ଦ୍ବାରା କରାଯାଇଥିଲା ବେଳେ ପ୍ରାଥମିକ ସ୍ତରରେ ତଦନ୍ତ ବେେଳ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତାକୁ ପଚରା ଉଚୁରା ବେଳେ ସେ ଆମାଜନ ଜରିଆରେ ଆଇଇଡି ପ୍ରସ୍ତୁତି ପାଇଁ କିଛି ରାସାୟନିକ ଦ୍ରବ୍ୟ ଠାରୁ ଆରମ୍ଭ କରି ବ୍ୟାଟେରି ଏବଂ ଆନୁଷଙ୍ଗିକ ସାମଗ୍ରୀ ମଗାଇଥିଲା ବୋଲି ସ୍ବୀକାର କରିଥିଲା। ତେବେ ସେ ଯେଉଁସବୁ ସାମଗ୍ରୀ ମଗାଇଥିଲା ସେଥି ମଧ୍ୟରୁ ଅନେକ ସାମଗ୍ରୀ ଭାରତରେ ବିକ୍ରି କରିବା ନେଇ ପ୍ରତିବନ୍ଧକ ରହିଛି। ଆମୋନିୟମ ନାଇଟ୍ରେଟ୍‌ ଏବଂ ନାଇଟ୍ରୋ-ଗ୍ଳିସେରିନ ଭଳି ସାମଗ୍ରୀ ବିକ୍ରିକୁ ନିଷିଦ୍ଧ କରାଯାଇଥିଲେ ହେଁ ଏହାକୁ ସଂପୃକ୍ତ ଅଭିଯୁକ୍ତ ଅନଲାଇନରେ ମଗାଇବାକୁ ସକ୍ଷମ ହୋଇଥିଲା। ଏ ସମ୍ପର୍କରେ ଏନଆଇଏ ମାର୍ଚ୍ଚ ୨୦୨୦ରେ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଥିବା ବେଳେ ଏଡାକୁ ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ବିତର୍କ ହୋଇଥିଲା। ହେଲେ ଏବେ ମଧ୍ୟ ଆମାଜନ ଉପରେ କିଛି ରୋକ୍‌ ଜାରି କରାଯାଇ ନାହିଁ ବୋଲି ଭରତିଆ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର