କେନ୍ଦ୍ର ଉପରେ ବର୍ଷିଲେ ମମତା: ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରୁଛି

The Sakala Picture
Published On

କୋଲକାତା: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବାର ଦିନକ ପରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଜିତିବା ପାଇଁ ବିଜେପି ବିରୋଧୀ ଦଳ ନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁଛି ବୋଲି ଦିଦି ଅଭିଯୋଗ କରିଛନ୍ତି। ବିରୋଧୀ ନେତାଙ୍କୁ ଭୟଭୀତ କରାଯାଉଛି। ସେମାନେ ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରିପାରିବେ। ତାଙ୍କୁ ବି ଜେଲ୍‌କୁ ପଠାଇ ପାରନ୍ତି। କିନ୍ତୁ ସେ […]

କୋଲକାତା: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବାର ଦିନକ ପରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଜିତିବା ପାଇଁ ବିଜେପି ବିରୋଧୀ ଦଳ ନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁଛି ବୋଲି ଦିଦି ଅଭିଯୋଗ କରିଛନ୍ତି। ବିରୋଧୀ ନେତାଙ୍କୁ ଭୟଭୀତ କରାଯାଉଛି। ସେମାନେ ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରିପାରିବେ। ତାଙ୍କୁ ବି ଜେଲ୍‌କୁ ପଠାଇ ପାରନ୍ତି। କିନ୍ତୁ ସେ ନିଶ୍ଚିତ ଭାବେ ବାହାରକୁ ଆସିବେ। ନଦିଆ ଜିଲ୍ଲାର ଶାନ୍ତିପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଦି ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ନାଗରିକତା ପଞ୍ଜିକା (ଏନଆର୍‌ସି) କାର୍ଯ୍ୟକାରୀ କରିବାକୁ ନେଇ ବିଜେପି ବାରମ୍ବାର ଧମକ ଦେଉଛି। ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଉଛି। କିନ୍ତୁ ରାଜ୍ୟରେ ଏପରି ହେବାକୁ ଦିଆଯିବ ନାହିଁ। ସେମାନେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ମିଛ କହୁଛନ୍ତି। ଏ ସବୁ କିଛି ନୁହେଁ, କିନ୍ତୁ ଏହା ସେମାନଙ୍କର ରାଜନୈତିକ ଷଡ଼ଯନ୍ତ୍ର। ସେମାନେ ଲୋକଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଦିଦି ସାଧାରଣ ନିର୍ବାଚନରେ ଆସନ ବୁଝାମଣାକୁ ନେଇ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ଟିଏମ୍‌ସି ନିର୍ବାଚନରେ ଏହି ଦଳ ସହ ମେଣ୍ଟ କରିବାକୁ ଇଚ୍ଛୁକ ଥିଲା। ମାତ୍ର କଂଗ୍ରେସ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା। ଏହି ଦଳ ସିପିଆଇ (ଏମ) ସହ ଏକାଠି ହୋଇ ବିଜେପିକୁ ଫାଇଦା ଦେବା ପାଇଁ ଚାହୁଁଛି। ଟିଏମ୍‌ସି ଦେଶର ଏକମାତ୍ର ଦଳ, ଯିଏ ସିଧାସଳଖ ବିଜେପି ସହ ମୁକାବିଲା କରିପାରିବ। ସାଧାରଣ ନିର୍ବାଚନରେ ଦଳ ବିଜେପିକୁ ହରାଇବ। ପରେ ଅନ୍ୟ ଆଞ୍ଚଳିକ ଦଳମାନଙ୍କ ସହ ମିଶି କେନ୍ଦ୍ର ସରକାର ଗଠନ କରିବାକୁ ରଣନୀତି ପ୍ରସ୍ତୁତ କରିବ। ମମତା ମହୁଆ ମୋଇତ୍ରଙ୍କ ବହିଷ୍କାର ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ କଥା ଉଠାଇବାରୁ ତାଙ୍କୁ ବହିଷ୍କାର କରିଦିଆଗଲା। ଦଳ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିବ ବୋଲି ମମତା ସଙ୍କେତ ଦେଇଛନ୍ତି। ସେ ଲୋକଙ୍କ ଭୋଟ୍‌ ଜିଣିବେ ବୋଲି ଦିଦି କହିଛନ୍ତି। ସେ ସାଧାରଣ ନାଗରିକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) ଦ୍ବାରା ରୁଜୁ କୌଣସି ପରିଚୟ ପତ୍ର ନ ନେବାକୁ ଲୋକଙ୍କୁ କହିଛନ୍ତି। ବିଏସ୍‌ଏଫ୍‌ ସୀମାରେ ସଜାଗ ରହି ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଉଚିତ। ବେଉସଣ ପାଇଁ ଅନ୍ତର୍ଜାତୀୟ ସୀମା ପାର କରୁଥିବା ଲୋକଙ୍କୁ ଅନୁମତି ପତ୍ର ଦେବାକୁ ଦିଦି ଡିଏମ, ବିଡିଓ ଏବଂ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଏସଏଫ୍‌ ଉପରେ ନଜର ରଖିବାକୁ କହିଛନ୍ତି। ଏହା ସହିତ ଦିଦି କେନ୍ଦ୍ରର ବୈମାତୃକ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକାଧିକ ଜନକଲ୍ୟାଣ ଯୋଜନାକୁ କେନ୍ଦ୍ର ପାଣ୍ଠି ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଶୁକ୍ରବାରଠାରୁ କୋଲକାତାରେ ୪୮ ଘଣ୍ଟିଆ ଧାରଣା ଦେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

02 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର