ବ୍ୟାଙ୍କ ଘରୋଇକରଣକୁ ବିରୋଧ, ସଂସଦ ଘେରିବେ ବ୍ୟାଙ୍କ କର୍ମଚାରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣକୁ ବିରୋଧ କରି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ୧୫ରୁ ଦୁଇ ଦିନିଆ ଧର୍ମଘଟ ଡକରା ଦିଆଯାଇଛି। ଯୋଜନାନୁଯାୟୀ, ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର […]

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣକୁ ବିରୋଧ କରି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ୧୫ରୁ ଦୁଇ ଦିନିଆ ଧର୍ମଘଟ ଡକରା ଦିଆଯାଇଛି। ଯୋଜନାନୁଯାୟୀ, ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାକି ରହିବ। ତେବେ କେନ୍ଦ୍ର ସରକାରଙ୍କ ଏହି ଘରୋଇକରଣ ଯୋଜନାକୁ ତୀବ୍ର ବିରୋଧ କରୁଛି ବ୍ୟାଙ୍କ ସଂଘ। ଏମିତିକି ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ମାର୍ଚ୍ଚ ୧୫ ଏବଂ ୧୬ ଦୁଇ ଦିନ ଧର୍ମଘଟ କରିବାକୁ ଯାଉଥିବା ଜଣାଯାଇଛି। ଏହାପୂର୍ବରୁ କର୍ମଚାରୀମାନେ ମାର୍ଚ୍ଚରେ ସଂସଦ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିସମସ୍ତ ରାଜ୍ୟର ରାଜଧାନୀରେ କର୍ମଚାରୀମାନେ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୯ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ସଂଘ ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍‍ (ୟୁଏଫ୍‍ବିୟୁ) ଧର୍ମଘଟ ଡକରା ଦେଇଛି।

ଆହୁରି ପଢ଼ନ୍ତୁ: ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

ଘରୋଇକରଣ ହେବାକୁ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ। ଏହି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରି ସରକାର ରାଜସ୍ଵ ଆଦାୟ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ପୁଞ୍ଜି ପ୍ରତ୍ୟାହାର ଯୋଜନାର ଏହା ଏକ ଅଂଶ। ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଂଶଧନ ଅଧÒକ ରହିଛି। ନିକଟରେ କେନ୍ଦ୍ର ବଜେଟ୍‌ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଏବଂ ଏକ ବୀମା କମ୍ପାନୀରଘରୋଇକରଣ କରାଯିବ ବୋଲି କହିଥିଲେ। କାରଣ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗତ ତିନି ବର୍ଷରେ ମିଶ୍ରଣ ଏବଂ ଘରୋଇକରଣ କାରଣରୁ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି। ଏବେ ସରକାରୀ ବ୍ୟାଙ୍କ ସଂଖ୍ୟା ୫ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା ଚାଲିଛି। ଏହା ଫଳରେ କେନ୍ଦ୍ର ସରକାର ଦେଶରେ ବିଶ୍ବସ୍ତରର ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ କରିବା ସମ୍ଭବପର ହେବ। ଏଥିପାଇଁ ନୀତି ଆୟୋଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ତେବେ କେନ୍ଦ୍ର ସରକାର ଏଥିପାଇଁ ସଂସଦରେ ଦୁଇଟି ସଂଶୋଧିତ ବିଧେୟକ ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଂଶୋଧନ ବ୍ୟାଙ୍କିଙ୍ଗ୍‌ କମ୍ପାନୀ (ଅଧିଗ୍ରହଣ ଏବଂ ଅଧୀନସ୍ଥ କମ୍ପାନୀର ସ୍ଥାନାନ୍ତରଣ) ଆଇନ ୧୯୭୦ ଏବଂ ବ୍ୟାଙ୍କିଙ୍ଗ୍‌ କମ୍ପାନୀ (ଅଧିଗ୍ରହଣ ଏବଂ ଅଧୀନସ୍ଥ କମ୍ପାନୀର ସ୍ଥାନାନ୍ତରଣ) ଆଇନ ୧୯୮୦ରେ କରାଯିବ। ଯେହେତୁ କେନ୍ଦ୍ର ସରକାର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରାଯିବା ନେଇ ଘୋଷଣା କରିସାରିଛନ୍ତି ସେହି ଦୃଷ୍ଟିରୁ ଆଶା କରାଯାଉଛି ଏହି ବିଧେୟକକୁ ସରକାର ମୌସୁମୀ ଅଧÒବେଶନ କିମ୍ବା ତାପରେ ସଂସଦରେ ଆଣିପାରନ୍ତି। ପୁଞ୍ଜି ପ୍ରତ୍ୟାହାର ଯୋଜନାର ଅଂଶ ସ୍ବରୂପ ଗତ ସାଧାରଣ ବଜେଟ୍‌ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ ପ୍ରସ୍ତାବ ରଖିଥିଲେ। ଇତିମଧ୍ୟରେ ସରକାର ଆଇଡିବିଆଇ ବ୍ୟାଙ୍କର ପ୍ରମୁଖ ଅଂଶଧନ ଏଲ୍‌ଆଇସିକୁ ବିକ୍ରି କରିସାରିଛନ୍ତି। ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ବ୍ୟାଙ୍କ ମିଶ୍ରଣ କ୍ଷେତ୍ରରେ ପଦକ୍ଷେପରେ ଆଗେଇ ଚାଲିଥିବାରୁ ଏହାକୁ ବିରୋଧ କରାଯାଉଛି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଏହାଛଡା ବ୍ୟାଙ୍କ ଘରୋଇକରଣ ଏକ ଖରାପ ଚିନ୍ତାଧାରା ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‍. ଭେଙ୍କଟଚ୍ଛଲମ୍‍ କହିଛନ୍ତି। ରାଜଧାନୀ ଭୁବନେଶ୍ବରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାଠାରେ ଆଜି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀମାନେ ଘରୋଇକରଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମଚାରୀମାନେ ୟୁଏଫ୍‌ବିୟୁର ଆବାହକ ଆର୍‌.ପି. ଦାସଙ୍କ ନେତୃତ୍ବରେ ଏଅାଇବିଓସିର ରାଜ୍ୟ ସଭାପତି ଦାମୋଦର ନନ୍ଦ,ଏଆଇବିଇଏର ସଞ୍ଜୀବ୍‌ ପତି,ଏଆଇବିଓଏର ଅଜୟ ରାଉତରାୟ, ବେଫିର ଅଜୟ ମହାନ୍ତି ଏବଂ ପ୍ରମୋଦ ମେକାପ୍‌ ପ୍ରମୁଖ ଏହି ପ୍ରଦର୍ଶନରେ ଯୋଗଦେଇ ମ୍ୟାନେଜମେଣ୍ଟ ବିରୋଧୀ ସ୍ଲୋଗାନ୍‌ମାନ ଦେଇଥିଲେ।

20 Feb 2021 By The Sakala

ବ୍ୟାଙ୍କ ଘରୋଇକରଣକୁ ବିରୋଧ, ସଂସଦ ଘେରିବେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣକୁ ବିରୋଧ କରି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ୧୫ରୁ ଦୁଇ ଦିନିଆ ଧର୍ମଘଟ ଡକରା ଦିଆଯାଇଛି। ଯୋଜନାନୁଯାୟୀ, ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାକି ରହିବ। ତେବେ କେନ୍ଦ୍ର ସରକାରଙ୍କ ଏହି ଘରୋଇକରଣ ଯୋଜନାକୁ ତୀବ୍ର ବିରୋଧ କରୁଛି ବ୍ୟାଙ୍କ ସଂଘ। ଏମିତିକି ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ମାର୍ଚ୍ଚ ୧୫ ଏବଂ ୧୬ ଦୁଇ ଦିନ ଧର୍ମଘଟ କରିବାକୁ ଯାଉଥିବା ଜଣାଯାଇଛି। ଏହାପୂର୍ବରୁ କର୍ମଚାରୀମାନେ ମାର୍ଚ୍ଚରେ ସଂସଦ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିସମସ୍ତ ରାଜ୍ୟର ରାଜଧାନୀରେ କର୍ମଚାରୀମାନେ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୯ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ସଂଘ ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍‍ (ୟୁଏଫ୍‍ବିୟୁ) ଧର୍ମଘଟ ଡକରା ଦେଇଛି।

ଘରୋଇକରଣ ହେବାକୁ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ। ଏହି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରି ସରକାର ରାଜସ୍ଵ ଆଦାୟ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ପୁଞ୍ଜି ପ୍ରତ୍ୟାହାର ଯୋଜନାର ଏହା ଏକ ଅଂଶ। ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଂଶଧନ ଅଧÒକ ରହିଛି। ନିକଟରେ କେନ୍ଦ୍ର ବଜେଟ୍‌ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଏବଂ ଏକ ବୀମା କମ୍ପାନୀରଘରୋଇକରଣ କରାଯିବ ବୋଲି କହିଥିଲେ। କାରଣ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗତ ତିନି ବର୍ଷରେ ମିଶ୍ରଣ ଏବଂ ଘରୋଇକରଣ କାରଣରୁ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି। ଏବେ ସରକାରୀ ବ୍ୟାଙ୍କ ସଂଖ୍ୟା ୫ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା ଚାଲିଛି। ଏହା ଫଳରେ କେନ୍ଦ୍ର ସରକାର ଦେଶରେ ବିଶ୍ବସ୍ତରର ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ କରିବା ସମ୍ଭବପର ହେବ। ଏଥିପାଇଁ ନୀତି ଆୟୋଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ତେବେ କେନ୍ଦ୍ର ସରକାର ଏଥିପାଇଁ ସଂସଦରେ ଦୁଇଟି ସଂଶୋଧିତ ବିଧେୟକ ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଂଶୋଧନ ବ୍ୟାଙ୍କିଙ୍ଗ୍‌ କମ୍ପାନୀ (ଅଧିଗ୍ରହଣ ଏବଂ ଅଧୀନସ୍ଥ କମ୍ପାନୀର ସ୍ଥାନାନ୍ତରଣ) ଆଇନ ୧୯୭୦ ଏବଂ ବ୍ୟାଙ୍କିଙ୍ଗ୍‌ କମ୍ପାନୀ (ଅଧିଗ୍ରହଣ ଏବଂ ଅଧୀନସ୍ଥ କମ୍ପାନୀର ସ୍ଥାନାନ୍ତରଣ) ଆଇନ ୧୯୮୦ରେ କରାଯିବ। ଯେହେତୁ କେନ୍ଦ୍ର ସରକାର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରାଯିବା ନେଇ ଘୋଷଣା କରିସାରିଛନ୍ତି ସେହି ଦୃଷ୍ଟିରୁ ଆଶା କରାଯାଉଛି ଏହି ବିଧେୟକକୁ ସରକାର ମୌସୁମୀ ଅଧÒବେଶନ କିମ୍ବା ତାପରେ ସଂସଦରେ ଆଣିପାରନ୍ତି। ପୁଞ୍ଜି ପ୍ରତ୍ୟାହାର ଯୋଜନାର ଅଂଶ ସ୍ବରୂପ ଗତ ସାଧାରଣ ବଜେଟ୍‌ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ ପ୍ରସ୍ତାବ ରଖିଥିଲେ। ଇତିମଧ୍ୟରେ ସରକାର ଆଇଡିବିଆଇ ବ୍ୟାଙ୍କର ପ୍ରମୁଖ ଅଂଶଧନ ଏଲ୍‌ଆଇସିକୁ ବିକ୍ରି କରିସାରିଛନ୍ତି। ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ବ୍ୟାଙ୍କ ମିଶ୍ରଣ କ୍ଷେତ୍ରରେ ପଦକ୍ଷେପରେ ଆଗେଇ ଚାଲିଥିବାରୁ ଏହାକୁ ବିରୋଧ କରାଯାଉଛି।

ଏହାଛଡା ବ୍ୟାଙ୍କ ଘରୋଇକରଣ ଏକ ଖରାପ ଚିନ୍ତାଧାରା ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‍. ଭେଙ୍କଟଚ୍ଛଲମ୍‍ କହିଛନ୍ତି। ରାଜଧାନୀ ଭୁବନେଶ୍ବରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାଠାରେ ଆଜି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀମାନେ ଘରୋଇକରଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମଚାରୀମାନେ ୟୁଏଫ୍‌ବିୟୁର ଆବାହକ ଆର୍‌.ପି. ଦାସଙ୍କ ନେତୃତ୍ବରେ ଏଅାଇବିଓସିର ରାଜ୍ୟ ସଭାପତି ଦାମୋଦର ନନ୍ଦ,ଏଆଇବିଇଏର ସଞ୍ଜୀବ୍‌ ପତି,ଏଆଇବିଓଏର ଅଜୟ ରାଉତରାୟ, ବେଫିର ଅଜୟ ମହାନ୍ତି ଏବଂ ପ୍ରମୋଦ ମେକାପ୍‌ ପ୍ରମୁଖ ଏହି ପ୍ରଦର୍ଶନରେ ଯୋଗଦେଇ ମ୍ୟାନେଜମେଣ୍ଟ ବିରୋଧୀ ସ୍ଲୋଗାନ୍‌ମାନ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର