ସପ୍ତମ ସନ୍ତାନର ଜନକ ହେଲେ ଏଲନ୍ ମସ୍କ

The Sakala Picture
Published On

ଟେକ୍ସାସ୍: ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। ମସ୍କ ଓ ତାଙ୍କ ପତ୍ନୀ ହଲିଉଡ ସିଙ୍ଗର ଗ୍ରିମ୍ସ  ସରୋଗେସୀରେ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ମସ୍କଙ୍କର ଏହା ସପ୍ତମ ତଥା ଗ୍ରିମ୍ସଙ୍କର ଏହା ଦ୍ୱିତୀୟ ସନ୍ତାନ। ତେବେ ସେମାନେ ଗତବର୍ଷ ଡିସେମ୍ବର ମାସରେ ଏହି କନ୍ଯା ସନ୍ତାନର ଜନକ ଜନନୀ  ହୋଇଥିଲେ ମଧ୍ଯ ଏପର୍ଯ୍ଯନ୍ତ  ତାହାକୁ ଗୋପନୀୟ ରଖିଥିଲେ। ନିକଟରେ ଭେନିଟି ଫେୟାର ମ୍ୟାଗଜିନକୁ ଏକ ସାକ୍ଷାତକାରରେ ଗ୍ରିମ୍ସ […]

ଟେକ୍ସାସ୍: ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। ମସ୍କ ଓ ତାଙ୍କ ପତ୍ନୀ ହଲିଉଡ ସିଙ୍ଗର ଗ୍ରିମ୍ସ  ସରୋଗେସୀରେ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ମସ୍କଙ୍କର ଏହା ସପ୍ତମ ତଥା ଗ୍ରିମ୍ସଙ୍କର ଏହା ଦ୍ୱିତୀୟ ସନ୍ତାନ। ତେବେ ସେମାନେ ଗତବର୍ଷ ଡିସେମ୍ବର ମାସରେ ଏହି କନ୍ଯା ସନ୍ତାନର ଜନକ ଜନନୀ  ହୋଇଥିଲେ ମଧ୍ଯ ଏପର୍ଯ୍ଯନ୍ତ  ତାହାକୁ ଗୋପନୀୟ ରଖିଥିଲେ। ନିକଟରେ ଭେନିଟି ଫେୟାର ମ୍ୟାଗଜିନକୁ ଏକ ସାକ୍ଷାତକାରରେ ଗ୍ରିମ୍ସ ଏକ କନ୍ୟା ସନ୍ତାନର ଜନନୀ ବୋଲି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଟେସ୍‌ଲା ମାଲିକ ଏଲିନ ଓ ଗ୍ରିମ୍ସ ଏଥର ମଧ୍ୟ ତାଙ୍କ ଶିଶୁର ଅଜବ ନାମକରଣ କରିଛନ୍ତି। ନବଜାତ ଶିଶୁର ନାମ ଜା ଡାର୍କ ସାଇଡରାଏଲ ରଖିଛନ୍ତି । ତାକୁ ‘ୱାଇ’ ବୋଲି ଡାକୁଛନ୍ତି। ପାଖାପାଖୁ ୨ ବର୍ଷ ପୂର୍ବେ ଗ୍ରିମ୍ସ ଓ ଏଲନ ଏକ ପୁତ୍ର ସନ୍ତାନର ଜନକ ଜନନୀ ହୋଇଥିଲେ। ସେତେବେଳେ ଏହାର ନାମ ଏକ୍ସ ଏଇ ଏ-ଟ୍ବିଲଭ ରଖିଥିଲେ। ହୁଏତ ଏପରି ନାମ ଆପଣଙ୍କୁ ଅଜବ ଲାଗିପାରେ ହେଲେ ଏଲନ ମସ ତାଙ୍କ ପିଲାଙ୍କ ଏପରି ନାମକରଣ କରିଥାନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର