ୟୁକ୍ରେନ୍ ରାଜଧାନୀରେ ପଶିଲା ଋଷ, ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ

The Sakala Picture
Published On

ୟୁକ୍ରେନ୍ ରାଜଧାନୀ କିଏଭରେ ପଶିଲା ଋଷ । ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ […]

ୟୁକ୍ରେନ୍ ରାଜଧାନୀ କିଏଭରେ ପଶିଲା ଋଷ । ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି । ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ । ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

24 Feb 2022 By The Sakala

ୟୁକ୍ରେନ୍ ରାଜଧାନୀରେ ପଶିଲା ଋଷ, ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ

ୟୁକ୍ରେନ୍ ରାଜଧାନୀ କିଏଭରେ ପଶିଲା ଋଷ । ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି । ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ । ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର