ସାଧାରଣତନ୍ତ୍ର ଦିବସ ପାଇଁ ନୂଆ ଗାଇଡଲାଇନ: ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ, ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ବାରଣ

The Sakala Picture
Published On

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ। ଏହି କାର୍ଯ୍ଯକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ କରାଯାଇଛି। ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ  ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଜାନୁଆରୀ ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଲୋକେ ମାସ୍କ୍‌ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହ କୋଭିଡ […]

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ। ଏହି କାର୍ଯ୍ଯକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ କରାଯାଇଛି। ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ  ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଜାନୁଆରୀ ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଲୋକେ ମାସ୍କ୍‌ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକରେ ପରିବାର ସହ ବୁଲିବାକୁ ଯାଇଥିବା କେରଳର ନିଖୋଜ ନାବାଳିକାଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର

ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍‌ ବ୍ଲକ୍‌ ଖୋଲିଯିବ। ପାର୍କିଙ୍ଗ୍‌ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍‌ପୁଲ୍‌ ଅଥବା ଟ୍ୟାକ୍ସି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ପାର୍କିଙ୍ଗ୍‌ ଅଞ୍ଚଳରେ ‘ରିମୋଟ୍‌-କଣ୍ଟ୍ରୋଲ୍‌ଡ୍‌ କାର୍‌ ଲକ୍‌ କି’ ଡିପୋଜିଟ୍‌ କରିବା ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ସାଥିରେ ବୈଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ: ହାଏତିର ଐତିହାସିକ ଲା ଫେରିଏରେ ଦୁର୍ଗରେ ଭୟାବହ ଦଳାଚକଟା, ୩୦ ଜଣଙ୍କ ମୃତ୍ୟୁ

ଜାତୀୟ ରାଜଧାନୀରେ ସୁରକ୍ଷା ଡିୟୁଟିରେ ୨୭,୦୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଦୃଷ୍ଟିରୁ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ତୀବ୍ରତର କରାଯାଇଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ହୋଟେଲ, ଲଜ ଓ ଧର୍ମଶାଳାରେ ମଧ୍ୟ ଯାଞ୍ଚ କରୁଛନ୍ତି। ଡ୍ରୋନ ଜନିତ ଅଘଟଣକୁ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

24 Jan 2022 By The Sakala

ସାଧାରଣତନ୍ତ୍ର ଦିବସ ପାଇଁ ନୂଆ ଗାଇଡଲାଇନ: ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ, ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ବାରଣ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ। ଏହି କାର୍ଯ୍ଯକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ କରାଯାଇଛି। ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ  ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଜାନୁଆରୀ ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଲୋକେ ମାସ୍କ୍‌ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି।

ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍‌ ବ୍ଲକ୍‌ ଖୋଲିଯିବ। ପାର୍କିଙ୍ଗ୍‌ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍‌ପୁଲ୍‌ ଅଥବା ଟ୍ୟାକ୍ସି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ପାର୍କିଙ୍ଗ୍‌ ଅଞ୍ଚଳରେ ‘ରିମୋଟ୍‌-କଣ୍ଟ୍ରୋଲ୍‌ଡ୍‌ କାର୍‌ ଲକ୍‌ କି’ ଡିପୋଜିଟ୍‌ କରିବା ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ସାଥିରେ ବୈଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।

ଜାତୀୟ ରାଜଧାନୀରେ ସୁରକ୍ଷା ଡିୟୁଟିରେ ୨୭,୦୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଦୃଷ୍ଟିରୁ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ତୀବ୍ରତର କରାଯାଇଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ହୋଟେଲ, ଲଜ ଓ ଧର୍ମଶାଳାରେ ମଧ୍ୟ ଯାଞ୍ଚ କରୁଛନ୍ତି। ଡ୍ରୋନ ଜନିତ ଅଘଟଣକୁ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର